Cricket

ମେ ୨୬ରେ ଖେଳାଯିବ ଫାଇନାଲ ମୁକାବିଲା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ଆରମ୍ଭ ହୋଇ ଯାଇଛି । ପ୍ରଥମ ପର୍ଯ୍ୟାୟ ଆଧାରରେ ମାର୍ଚ୍ଚ ୨୨ରୁ ଏପ୍ରିଲ ୭ ତାରିଖରେ ୨୧ ଟି ମ୍ୟାଚ ଖେଳାଯିବାର କାର୍ଯ୍ୟ ସୂଚି ରହିଛି । ଲୋକସଭା ନିର୍ବାଚନ କାରଣରୁ ଏଥର ଦୁଇଟି ପର୍ଯ୍ୟାୟରେ କ୍ରୀଡା ସୂଚୀ ଘୋଷଣା କରାଯାଉଛି । ସୂଚନା ଅନୁଯାୟୀ, ଆଇପିଏଲ ୨୦୨୪ ର ସମସ୍ତ ମ୍ୟାଚ ଭାରତରେ ଖେଳାଯିବ । ଫାଇନାଲ ମୁକାବିଲା ମେ ୨୬ରେ ଖେଳା ଯିବ ବୋଲି କୁହାଯାଉଛି । ପ୍ରଥମ ପର୍ଯ୍ୟାୟରେ ୨୧ଟି ମ୍ୟାଚରେ କ୍ରୀଡା ସୂଚୀ ପ୍ରକାଶ ପାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ୭୪ ଟି ମ୍ୟାଚର କ୍ରୀଡାସୂଚୀ ଆସିବା ବାକି ରହିଛି ।
ସୂଚନା ଅନୁଯାୟୀ, ପ୍ଲେ ଅଫ ମ୍ୟାଚ ଚେନ୍ନାଇ ଓ ଅହମ୍ମନାବାଦରେ ଖେଳାଯିବ । ଚଳିତ ସଂସ୍ମରଣର ପ୍ରଥମ କ୍ୱାଲିଫାୟର ଓ ଏଲିମିନେଟର ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ୨ୟ କ୍ୱାଲିଫାୟର ଓ ଫାଇନାଲ ମ୍ୟାଚ ଚେନ୍ନାଇର ଲମ ଏଚିଦାମ୍ବର ଷ୍ଟାଡିୟମରେ ଖେଳାଯିବ । ଫାଇନାଲ ମ୍ୟାଚ ମେ ୨୬ରେ ଖେଳାଯିବ ବୋଲି କ୍ରିଲି କ୍ରିକବଜ ନିଜ ରିପୋର୍ଟରେ ପ୍ରକାଶ କରିଛି । ଆଇପିଏଲ ୨୦୨୪ର କିଛି ମ୍ୟାଚ । ବିସିସିଆଇ ଆଜି ୨ୟ ପର୍ଯ୍ୟାୟ କ୍ରିଡାସୂଚି ଜରି କରିବ । ମ୍ୟାଚ ମଝିରେ କୌଣସି ବିରତି ରହିବ ନାହିଁ । ଅର୍ଥାତ ଏପ୍ରିଏ ୮ରୁ ପୁଣି ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମ୍ୟାଚ ଆରମ୍ଭ ହେବ । ଆଇପିଏଲର କିଛି ମ୍ୟାଚ ଧର୍ମଶାଳାରେ ଖେଳାଯାଇପାରେ । ମେ ୨୧ରେ ପ୍ରଥମ ପ୍ଲେ ଅଫ ମ୍ୟାଚ ପଏଣ୍ଟ ଟେବୁଲର ଶୀର୍ଷ ୨ ଦଳ ମଧ୍ୟରେ ନରେନ୍ଦ ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏହାପରେ ଏଲିମିନେଟର ମ୍ୟାଚ ୩ୟ ଓ ୪ର୍ଥ ଦଳ ମଧ୍ୟରେ ଖେଳାଯିବ । ଏହି ମୁକାବିଲା ଦରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ।

Related posts

ମୋହାଲି ନୁହେଁ ,ନୂଆ ଷ୍ଟାଡିୟମରେ ଖେଳିବ ପଞ୍ଜାବ କିଙ୍ଗସ୍

Odisha Sports Bureau

ଆଜି ପଞ୍ଜାବକୁ ଭେଟିବ ରାଜସ୍ଥାନ

Odisha Sports Bureau

୧୫ ମହଲା ବାଲକୋନୀରୁ ଚହଲଙ୍କୁ ଝୁଲାଇଥିବା କ୍ରିକେଟରଙ୍କ ପାଇଁ ‘ଲାଇଫ ଟାଇମ ବ୍ୟାନ’ ଦାବି କଲେ ରବି ଶାସ୍ତ୍ରୀ