volleyball

ଭାରତୀୟ ସିନିୟର ମହିଳା ଭଲିବଲ ଦଳ ଇରାନକୁ ୩-୦ ସେଟ ରେ ପରାସ୍ତ କରି ୫ମ ସ୍ଥାନ ହାସଲ କରିଛି ।

ଭୁବନେଶ୍ୱର: ଫିଲିପାଇନ୍ସ ମାନିଲା ଠାରେ ଅନୁଷ୍ଠିତ ୫ମ ଏଭିସି ମହିଳା ଚ୍ୟାଲେଞ୍ଜ କପ ଅନୁଷ୍ଠି ହୋଇଯାଇଛି । ଏହା ଗତ ୨୨ ତାରିଖ ଠାରୁ ଆରମ୍ଭ ହୋଇ ଆଜି ଉଜାପିତ ହୋଇଯାଇଛି । ଏଥିରେ ଭାରତୀୟ ସିନିୟର ମହିଳା ଭଲିବଲ ଦଳ ଇରାନକୁ ୩-୦ ସେଟ ରେ ପରାସ୍ତ କରି ୫ମ ସ୍ଥାନ ହାସଲ କରିଛି । ତେବେ ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ଜିନି, ବ୍ଲକର୍ ସୋରିଆ, ଅନୁଶ୍ରୀ ଏବଂ ସିଲପା ଆଜିର ବିଜୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କୁହାଯାଉଛି ।
ସୂଚନା ଅନୁଯାୟୀ , ୨୦୨୨ ମସିହାରେ ତୃତୀୟ ଏଭିସି ମହିଳା ଚ୍ୟାଲେଞ୍ଜ କପ ରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ହାସଲକ କରିଥିଲା ।
ତେବେ ଏହି ସଫଳତା ପାଇଁ ପ୍ରଫେସର ଅଚ୍ୟତ ସାମନ୍ତ , ଓଡିଶା ଭଲିବଲ ଆସୋସିଏସନ ଦଳକୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତ ଚାମ୍ପିୟନଶିପରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରିଛନ୍ତି ।

Related posts

ଏସିଆନ ମହିଳା ଭଲିବଲ ଚ୍ୟାଲେଞ୍ଜ କପ 2024 : ଇରାନକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି ଭାରତୀୟ ମହିଳା ଟିମ

ଡ ସାମନ୍ତ ଭଲିବଲ ଫେଡେରେସନ ଅଫ ଇଣ୍ଡିଆର ସଭାପତି ନିର୍ବାଚିତ

Odisha Sports Bureau

ଆନ୍ତଃ ମହାବିଦ୍ୟାଳୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟରେ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଚମ୍ପିୟନ

Odisha Sports Bureau