ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର କୋଚ ରାହୁଲ ଦ୍ରାବିଡ କାର୍ଯ୍ୟକାଳ ସରିବା ପରେ ନୂଆ କୋଚ ଗୌତମ ଗମ୍ଭୀର ନିଯୁକ୍ତି ମିଳିଛି । ଏହାପରେ ଭାରତୀୟ ଟିମ ବୋଲିଂ ଏବଂ କୋଚିଂ ଷ୍ଟାଫରେ ପରିବର୍ତ୍ତନ ହୋଇଛି । ତେବେ ଗୌତମ ଗମ୍ଭୀର କୋଚ ଭାବେ ନିଯୁକ୍ତ ହେବା ପରେ ଟିମର ପୁରା ଷ୍ଟାଫ ବଦଳି ଯାଇଛନ୍ତି । ଭାରତୀୟ ଟିମକୁ ଏବେ ନୂଆ ବୋଲିଂ କୋଚ ମିଳିଛନ୍ତି । ବିସିସିଆଇ ଦକ୍ଷିଣ ଆଫ୍ରିକାର ପୂର୍ବତନ ବୋଲର ମୋର୍ଣ୍ଣ ମର୍କେଲଙ୍କୁ ନୂଆ ବୋଲିଂ କୋଚ ଦାୟିତ୍ୱ ଦିଆଯାଇଛି । ବାଂଲାଦେଶ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜ ଦାୟିତ୍ୱ ନେବେ ।
ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମର ହେଡ କୋଚ ଗୌତମ ଗମ୍ଭୀର ରହିଥିବା ବେଳେ ଅଭିଷେକ ନାୟର ବ୍ୟାଟିଂ କୋଚ୍ ଦାୟିତ୍ୱ ସମ୍ଭାଳୁଛନ୍ତି । ରିପୋର୍ଟ ମୁତାବକ , ମୋର୍ଣ୍ଣ ମର୍କେଲ ବୋଲିଂ କୋଚ ଦାୟିତ୍ୱ ନେଇଛନ୍ତି । ଫିଲ୍ଡିଂ କୋଚ ଟି ଦିଲ୍ଲୀପ ରହିଛନ୍ତି । ଭାରତୀୟ ଟିମର କୋଚିଂ ଷ୍ଟାଫ ସଂପୂର୍ଣ୍ଣ ଭାବେ ପରିବର୍ତ୍ତନ ହୋଇଛନ୍ତି ।
ଭାରତୀୟ ଟିମ ସେପ୍ଟେମ୍ବର ୧୯ ରୁ ବାଂଲାଦେଶ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଚ ଖେଳିବ । ଏଥିରେ ନୂଆ କୋଚିଂ ଷ୍ଟାଫ ନଜର ଆସିବେ । ବିସିସିଆଇ ସଚିବ ଜୟ ଶାହା ମୋର୍ଣ୍ଣ ମର୍କେଲଙ୍କ ନାମରେ ମୋହର ମାରିଛନ୍ତି । ତାଙ୍କ କାର୍ଯ୍ୟକାଳ ସେପ୍ଟେମ୍ବରରୁ ଆରମ୍ଭ ହେବ ।
previous post
next post