Khokho

ଖୋ ଖୋରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ

ନୂଆଦିଲ୍ଲୀ: ପ୍ରଥମ ଥର ଆୟୋଜିତ ଖୋ ଖୋ ବିଶ୍ୱକପରେ ମହିଳା ପ୍ରତିଯୋଗିତା ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ଭାରତ ବଡ ବିଜୟରୁ ଅଭିଯାନ ଆରମ୍ଭ କରି ଅନ୍ୟ ଦଳକୁ ସତର୍କ କରାଇଛି । ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧି ଇନଡୋର ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ ଭାରତ ୧୫୭ ପଏଷ୍ଟ ବ୍ୟବଧାନରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି । ଭାରତ ୧୭୫ ପଏଣ୍ଟ ପାଇଥିଲା ବେଳେ ଦକ୍ଷିଣ କୋରିଆ ମାତ୍ର ୧୮ ପଏଣ୍ଟ ହାସଲ କରିବାକୁ ସକ୍ଷମ ହୋଇଥିଲା । ଭାରତର ନିର୍ମଳା ଭଟଇ, ଇସ୍ଥର କିମ୍ ଓ ନସରିନ ସେଖ ଯଥାକ୍ରମେ ଶ୍ରେଷ୍ଠ ଆଟାକର , ଶ୍ରେଷ୍ଠ ଡିଫେଣ୍ଡର ଓ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ ।

Related posts

ପୁରୀରେ ନୂଆ ଓ ରାଜ୍ୟ ସ୍ତରୀୟ ଖୋଖୋ ପ୍ରତିଯୋଗିତା ଶୁଭାରମ୍ଭ

Odisha Sports Bureau

ନାନୋଇଙ୍କୁ ରୌପ୍ୟ, ରୋଜି, ଅର୍ଶୀଙ୍କୁ କାଂସ୍ୟ

Odisha Sports Bureau

ଭାରତୀୟ ଖୋଖୋ ଶିବିରରେ ସୁନ୍ଦରଗଡ଼ର ପୁଅ

Odisha Sports Bureau