Cricket

ମାଞ୍ଚେଷ୍ଟରର ୱାର୍ଲଡ ଟ୍ରାଫୋର୍ଡରେ ଆରମ୍ଭ ହେବାକୁ ଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି

ନୂଆଦିଲ୍ଲୀ:- ଜୁଲାଇ ୨୩ରୁ ମାଞ୍ଚେଷ୍ଟରର ୱାର୍ଲଡ ଟ୍ରାଫୋର୍ଡରେ ଆରମ୍ଭ ହେବାକୁ ଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି। ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ଆହତ ହେବା ପରେ ସମ୍ପୂର୍ଣ୍ଣ ସିରିଜରୁ ବାଦ୍ ପଡ଼ିଛନ୍ତି। ରବିବାର ଜିମ୍ ସେସନ୍ ସମୟରେ ନୀତୀଶଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ଏଥିପାଇଁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି। ସେହିପରି ଅର୍ଶଦୀପ ସିଂହଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ସେ ଚତୁର୍ଥ ଟେଷ୍ଟରୁ ବାଦ୍ ପଡ଼ିବେ। ଦ୍ରୁତ ବୋଲର ଆକାଶଦୀପ ମଧ୍ୟ ଆହତ ହୋଇ ‌ଏବେ ବିଶ୍ରାମ ନେଉଛନ୍ତି। ଏହି କାରଣରୁ ଅଂଶୁଲ କମ୍ବୋଜଙ୍କୁ ତାଙ୍କ ସ୍ଥାନରେ ଭାରତୀୟ ଦଳରେ ସାମିଲ କରାଯାଇଛି। ଆକାଶଦୀପ ଦ୍ୱିତୀୟ ଏବଂ ତୃତୀୟ ଟେଷ୍ଟ ଖେଳିଥିବାବେଳେ ଅର୍ଶଦୀପ ଏପର୍ଯ୍ୟନ୍ତ ଏହି ସିରିଜରେ ଖେଳିପାରି ନାହାଁନ୍ତି। ଆକାଶଦୀପ, ଅର୍ଶଦୀପ ଏବଂ ରିଷଭ ପନ୍ତଙ୍କ ଆହତ ସମସ୍ୟା ଭାରତୀୟ ଟିମ୍ ପାଇଁ ଚାପ ବଢାଇଥିବା ବେଳେ ଏବେ ନୀତିଶ ରେଡ୍ଡୀ ଝଟକା ଦେଇଛନ୍ତି । ଏଥିପାଇଁ ଟିମରେ ଅଂଶୁଲ କମ୍ବୋଜଙ୍କୁ ଟିମରେ ସାମିଲ କରାଯାଇଛି ।

୨୪ ବର୍ଷୀୟ ଅଂଶୁଲ ଗତ ମାସରୁ ଭାରତ ଏ ଟିମର ଅଂଶ ରହିଥିଲେ । ସେଠାରେ ଦୁଇଟି ୩ ଦିବସୀୟ ମ୍ୟାଚ ଖେଳିଥିଲେ । ସେ ଦୁଇଟି ମ୍ୟାଚରେ ୫ଟି ୱିକେଟ ନେଇଛନ୍ତି । ଅଂଶୁଲ ପ୍ରଥମ ଶ୍ରେଣୀ କ୍ରିକେଟରେ ୨୪ଟି ମ୍ୟାଚ ଖେଳି ୭୯ ୱିକେଟ ନେଇଛନ୍ତି । ତେବେ ଚତୁର୍ଥ ଟେଷ୍ଟ ପାଇଁ ଇଣ୍ଡିଆନ୍ ସ୍କ୍ୱାଡ଼ ହେଉଛି: ଶୁଭମାନ ଗିଲ (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ ତଥା ୱିକେଟ୍ କିପର), ଯଶସ୍ୱୀ ଜୈସୱାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଇଶ୍ୱରନ୍, କରୁଣ ନାୟର, ରବିନ୍ଦ୍ର ଜାଡେଜା, ଧ୍ରୁଭ ଜୁରେଲ, ୱାଶିଂଟନ୍ ସୁନ୍ଦର, ଶାରଦୁଲ ଠାକୁର, ଜସ୍‌ପ୍ରୀତ୍ ବୁମରା, ମହମ୍ମଦ ସିରାଜ୍, ପ୍ରସିଦ୍ଧ କୃଷ୍ଣ, ଆକାଶ ଦୀପ, କୁଲଦୀପ ଯାଦବ ଏବଂ ଅଂଶୁଲ କମ୍ବୋଜ।

Related posts

୨୦୨୧-୨୨ରେ ବିସିସିଆଇ ଦେଇଛି ୧୧୫୯ କୋଟିର ଟ୍ୟାକ୍ସ

Odisha Sports Bureau

ଆଶା ଆଶଙ୍କାରେ ସିନିୟର ମହିଳା ଟି୨୦ ଟ୍ରଫି

Odisha Sports Bureau

ଲର୍ଡ୍ସ ଟେଷ୍ଟରେ ଭାରତର ସଂଘର୍ଷ ଜାରି