ମୁମ୍ବାଇ:ଭାଇରାଲ ହେଉଛି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କର ଏକ ଫଟୋ । ସେ ଜଣେ ଯୁବତୀଙ୍କ ସହ ଥିବା ଜଣା ପଡିଛି ।ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡ ଗସ୍ତରେ ରହିଛି। ଏଠାରେ ଟିମ୍ ଟେଷ୍ଟ୍, ଟି-୨୦ ଓ ଦିନିକିଆ ସିରିଜ୍ ଖେଳିବ । ତେବେ ଭାରତୀୟ ଖେଳାଳିଙ୍କ ବ୍ୟତୀତ ଆଉ ଜଣେ ଖେଳାଳି ମଧ୍ୟ ଇଂଲଣ୍ଡ ପହଁଚିଛନ୍ତି । ସେ ଆଉ କିଏ ନୁହନ୍ତି ବରଂ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ।କିଛି ଦିନ ପୂର୍ବରୁ ଇଂଲଣ୍ଡରେ ପହଁଚିଥିଲେ ଅର୍ଜୁନ । ଏହାମଧ୍ୟରେ ତାଙ୍କର ଏକ ଫଟୋ ଭାଇରଲ୍ ହେବାରେ ଲାଗିଛି । ଯାହା ଚର୍ଚ୍ଚାରେ ରହିଛି । କାରଣ ଅର୍ଜୁନ ଇଂଲଣ୍ଡ ମହିଳା ଟିମ୍ କ୍ରିକେଟର୍ ଡାନିଏଲ୍ ଓ୍ୱାଟଙ୍କ ସହ ନଜର ଆସିଛନ୍ତି । ଓ୍ୱାଟ୍ ନିଜ ଇନଷ୍ଟାଗ୍ରାମ୍ ପେଜରେ ଅର୍ଜୁନଙ୍କ ଫଟୋ ସେୟାର କରିଛନ୍ତି । ଇଂଲଣ୍ଡର ସୋହେ ରେଷ୍ଟୁରାଣ୍ଟରେ ଉଭୟ ଅର୍ଜୁନ ଏବଂ ଓ୍ୱାଟ୍ ଲଞ୍ଚ୍ କରିଥିବା ନଜର ଆସିଛି । ଯାହାର ଫଟୋ ଭାଇରଲ ହେବାରେ ଲାଗିଛି । ଅର୍ଜୁନ ଓ ଓ୍ୱାଟ୍ ଭଲ ବନ୍ଧୁ । ଅର୍ଜୁନ ଯେତେବେଳେ ଇଂଲଣ୍ଡ ଗସ୍ତ କରନ୍ତି ଓ୍ୱାଟଙ୍କୁ ଭେଟିଥାନ୍ତି । ପୂର୍ବରୁ ମଧ୍ୟ ଉଭୟଙ୍କ ଫଟୋ ଅନେକ ଥର ଭାଇରଲ ହୋଇଛି ।
previous post
next post