Cricket

ଯୁବରାଜଙ୍କ ଘରେ ରାଜକୁମାର

ନୂଆଦିଲ୍ଲୀ: ଇଣ୍ଡିଆନ କ୍ରିକେଟର ସିକ୍ସର କିଙ୍ଗ ଯୁବରାଜଙ୍କ ଘରକୁ ଆସିଛି କୁନି ରାଜକୁମାର । ଯୁବରାଜ ଏବଂ ପତ୍ନୀ ହେଜେଲଙ୍କ କୋଳରେ ଜନ୍ମ ନେଇଛନ୍ତି ଜଣେ ଶିଶୁ ପୁତ୍ର । ଏ ନେଇ ଟ୍ୱିଟ କରି ସେ ସୂଚନା ଦେଇଛନ୍ତି । ପରିବାରର ଖୁସି ସହ ସେ ଏବେ ନିଜର ପ୍ରଶଂସକମାନଙ୍କୁ ସାମିଲ କରିଛନ୍ତି । ଏଥି ସହ ରାଜକୁମାରଙ୍କ ପାଇଁ ଆର୍ଶୀବାଦ ମାଗିଛନ୍ତି ଯୁବରାଜ ।

୨୦୧୬ ନଭେମ୍ବର ୩୦ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଯୁବରାଜ ଏବଂ ହେଜେଲ । ହେଜେଲ ହେଉଛନ୍ତି ବଲିଉଡର ଜଣେ ଅଭିନେତ୍ରୀ । ଅନେକ ଗୁଡିଏ ବିଜ୍ଞାପନ ଜରିଆରେ କ୍ୟାରିୟର ଆରମ୍ଭ କରିଥିଲେ ହେଜେଲ । ତେବେ ସଲମାନ ଖାନଙ୍କ ଫିଲ୍ମ ବର୍ଡିଗାର୍ଡରେ ସେ ଦ୍ନିତୀୟ ମୁଖ୍ୟ ଅଭିନେତ୍ରୀ ଭାବେ କାମ କରିଥିଲେ । ସେବେଠୁ ସେ ବେଶି ପପୁଲାର ହୋଇଥିଲେ ।

Related posts

ବିରାଟଙ୍କ ନାମରେ ଷ୍ଟାଣ୍ଡର ନାମକରଣ

Odisha Sports Bureau

ଆସେଜକୁ ବହିଷ୍କାର କରିବେ ଇଂଲିସ ଖେଳାଳୀ

Odisha Sports Bureau

ଆଇପିଏଲ ୨୦୨୪ ପୂର୍ବରୁ ଆହତ ହୋଇଛନ୍ତି ଶିବମ ଦୁବେ

Odisha Sports Bureau