Cricket

କୋରୋନା ମୁକାବିଲା ପାଇଁ ଆଗେଇ ଆସିଲା ରୋୟଲ୍ସ

ଜୟପୁର: ଭାରତରେ କୋରୋନା ସଂକ୍ରମଣର ଶିଖର ଛୁଇଁଛି । ଏହି ସମୟରେ ବିଭିନ୍ନ ଦେଶର ଖେଳାଳୀ ଏବଂ କ୍ରିକେଟ ଦଳ ଭାରତ ପାଇଁ ପ୍ରାର୍ଥନା କରିବା ସହ ସହଯୋଗର ହାତ ମଧ୍ୟ ବଢାଇଛନ୍ତି । ତେବେ ଏ କ୍ଷେତ୍ରରେ ପଛରେ ରହିନି ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୋୟଲ୍ସ । ପଏଣ୍ଟ ଟେବୁଲରେ ୭ନମ୍ବର ସ୍ଥାନରେ ରହି ଅନ୍ୟ ଦଳ ମାନଙ୍କ ନିକଟରେ ପଛରେ ପଡିଯାଇଥିବା ଦଳ କିନ୍ତୁ ଦେଶ ପାଇଁ ଥିବା କର୍ତ୍ତବ୍ୟରେ ସେମାନଙ୍କଠାରୁ ଦୁଇ ପାଦ ଆଗରେ ରହିଛି । ଦେଶ କୋରୋନା ସହ ଲଢିବା ପାଇଁ ଅନେକ ପ୍ରକାର ଅସୁବିଧା ଦେଇ ଗତି କରୁଥିବା ବେଳେ ରାଜସ୍ଥାନ ରୋୟଲ୍ସ ଏଥିପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଛି । ଦଳ କୋରୋନାରେ ପ୍ରଭାବିତ ହୋଇତିବା ଲୋକଙ୍କୁ ୭.୫ କୋଟି ଟଙ୍କା ଦାନ କରିଛି । ରୋଗୀମାନଙ୍କ ପାଇଁ ଦଳର ଖେଳାଳୀ, ମାଲିକ ଏବଂ ମ୍ୟାନେଜମେଣ୍ଟ ପକ୍ଷରୁ ୧ ମିଲିୟନ ଡଲାରରୁ ଅଧିକ ଆର୍ଥିକ ରାଶି ପ୍ରଦାନ କରାଯାଉଛି । ଏସମସ୍ତ ଟଙ୍କାକୁ ଆର.ଆର ଫାଉଣ୍ଡେସନ ଏବଂ ଦ ବ୍ରିଟିଶ ଏସିଆନ ଟ୍ରଷ୍ଟ ଜରିଆରେ ଖର୍ଚ୍ଚ କରାଯିବ ବୋଲି ଟିମ ପକ୍ଷରୁ କୁହାଯାଇଛି । କୋରୋନା ମହାମାରୀ ବେଳେ ପ୍ରଭାବିତ ରୋଗୀ ଏବଂ ରାଜସ୍ଥାନବାସୀଙ୍କୁ ବିଭିନ୍ନ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଏକ ଅଭିଯାନ ଆରମ୍ଭ କରିଛନ୍ତି ରାଜସ୍ଥାନ ଦଳର ମାଲିକ ଏବଂ ଖେଳାଳୀ । ଏହା ପୂର୍ବରୁ ପ୍ୟାଟ କମିନ୍ସ ଏବଂ ବ୍ରେଟ ଲି ମଧ୍ୟ ଭାରତ ପାଇଁ କିଛି ଅର୍ଥରାଶି ସହାୟତା କରିଥିଲେ ।

Related posts

ଚର୍ଚ୍ଚାରେ ଚହଲଙ୍କ ୨୦୦ ୱିକେଟ୍ ମାଇଲ୍‌ଖୁଣ୍ଟ

Odisha Sports Bureau

ଆଇପିଏଲକୁ ନେଇ ସ୍ପଷ୍ଟ କଲେ ଗାଙ୍ଗୁଲି

Odisha Sports Bureau

ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ ମହାମୁକାବିଲା

Odisha Sports Bureau