Cricket

ଭିଭୋ IPL ହେଲା ଟାଟା IPL

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ ସହ ଶେଷ ହୋଇଛି ଭିଭୋର ଯାତ୍ରା । ଫଟାଫଟ କ୍ରିକେଟର ସବୁଠୁ ବଡ ଟୁର୍ଣ୍ଣାମେଣ୍ଟକୁ ମିଳିଛି ନୂଆ ମୁଖିଆ । ବଦଳଯିବ ସ୍ପନସର ନାଁ । ଭିଭୋ ଜାଗାରେ ରହିବ ଟାଟା । ଭିଭୋ ଆଇପିଏଲ ନୁହେଁ ଚଳିତ ସିଜନରୁ ଲିଗ ହେବ ଟାଟା ଆଇପିଏଲ । ଚୀନର ମୋବାଇଲ କମ୍ପାନୀକୁ ରିପ୍ଲେସ କରିବ ଭାରତର ସବୁଠୁ ବଡ ବ୍ୟବସାୟ ସମୂହ ମଧ୍ୟରୁ ଗୋଟିଏ ଟାଟା । ଏ ନେଇ ଆଇପିଏଲର ଗଭର୍ଣ୍ଣିଂ କାଉନ୍ସିଲ ବୈଠକରେ ନିଆଯାଇଛି ଏହି ନିଷ୍ପତ୍ତି ।
ଆଇପିଏଲର ଅଧ୍ୟକ୍ଷ ବୃଜେଶ ପଟେଲ କହିଛନ୍ତି, ‘ଟାଟା ଗ୍ରୁପ୍ ଏଣିକି ଆଇପିଏଲର ପ୍ରାୟୋଜକ ହେବ। ଭିଭୋ ୨୦୧୮ରୁ ୨୦୨୨ ପର୍ୟ୍ୟନ୍ତ ଆଇପିଏଲର ଟାଇଟାଲ ସ୍ପନସରର ଅଧିକାର ୨୨୦୦ କୋଟି ଟଙ୍କାରେ କିଣିଥିଲା, କିନ୍ତୁ ଗଲୱାନ ଘାଟିରେ ୨୦୨୦ରେ ଭାରତ ଏବଂ ଚୀନ ମଧ୍ୟରେ ହୋଇଥିବା ସୈନ୍ୟ ସଂଘର୍ଷ ପରେ ଭିଭୋ ଗୋଟିଏ ବର୍ଷର ବିରତି ନେଇଥିଲା । ଏହାପରେ ଡ୍ରିମ-୧୧ ଗୋଟିଏ ବର୍ଷର ପ୍ରାୟୋଜକ ହୋଇଥିଲା। ୨୦୨୧ରେ ପୁଣି ଥରେ ଭିଭୋ ପ୍ରାୟୋଜକ ହୋଇଥିଲା। କିନ୍ତୁ ପରବର୍ତ୍ତି ସମୟରେ ଅଧିକ ନିଲାମୀରେ ଅଧିକ ଟଙ୍କା ଦେବାକୁ ଥିବା ସଂସ୍ଥାକୁ ଅଧିକାର ହସ୍ତାନ୍ତର କରାଯିବା ସପକ୍ଷରେ ସମର୍ଥନ ଜଣାଇଥିଲା ବିସିସିଆଇ। ଆଇପିଏଲ ୨୦୨୦ରେ ୨୨୨ କୋଟି ଟଙ୍କାରେ ଡ୍ରିମ ୧୧ ସାଜିଥିଲା ଟୁର୍ଣ୍ଣାମେଣ୍ଟର ଟାଇଟଲ ସ୍ପନସର ।

Related posts

ଆଜି ଇଣ୍ଡିଆ- ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ ମ୍ୟାଚ୍

Odisha Sports Bureau

ଆଇସିସି ଦିନିକିଆ ମାନ୍ୟତାରେ ଭାରତ ୨ୟ ସ୍ଥାନ ଅଧିକାର କରିଛି

Odisha Sports Bureau

ପୁଣି ଫେଲ ମାରିଲେ ଗିଲ୍ ଓ ସୂର୍ଯ୍ୟକୁମାର

Odisha Sports Bureau