Wrestling

ଘରକୁ ଫେରିଲେ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ: ଆନ୍ଦୋଳନକାରୀ କୁସ୍ତିଯୋଦ୍ଧାମାନେ ଗତ ଏପ୍ରିଲ୍ ୨୩ ତାରିଖରୁ ମେ’ ୨୮ ତାରିଖ ପର୍ୟ୍ୟନ୍ତ ଦିଲ୍ଲୀର ଯନ୍ତର ମନ୍ତରରେ ଆନ୍ଦୋଳନ ଚଲାଇଥିଲେ। ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ଗିରଫ ଦାବିରେ ଆନ୍ଦୋଳନ ଚଲାଇଥିବା କୁସ୍ତିଯୋଦ୍ଧାମାନେ ଶେଷରେ ଘରକୁ ଫେରିଛନ୍ତି। କେବଳ ସାକ୍ଷୀ ମଲ୍ଲିକ ଏକମାତ୍ର ଆନ୍ଦୋଳନକାରୀ ଭାବେ ଦିଲ୍ଲୀରେ ରହିଛନ୍ତି। ଆନ୍ଦୋଳନକାରୀମାନେ ଏବେ ନୀରବ ପ୍ରତିବାଦ କରୁଥିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ କିଛି ପ୍ରତିକ୍ରିୟା ଦେଇନାହାନ୍ତି।

ନୂଆ ସଂସଦ ଭବନ ଆଗରେ ମହିଳା ପଞ୍ଚାୟତ କରିବାକୁ ଯାଉଥିବା ସମୟରେ ଦିଲ୍ଲୀ ପୁଲିସ୍ ସମସ୍ତଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା। ଏହି ସମୟରେ ପୁଲିସ୍ ଆନ୍ଦୋଳନସ୍ଥଳକୁ ଖାଲି କରିବା ସହ କୁସ୍ତିଯୋଦ୍ଧାମାନଙ୍କୁ ସେଠାରେ ଆଉ ଆନ୍ଦୋଳନ କରିବାକୁ ଅନୁମତି ଦେଇନଥିଲା। ତଥାପି କୁସ୍ତିଯୋଦ୍ଧାଙ୍କ ବିରୋଧରେ ପୁଲିସ୍ର କାର୍ୟ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଯେଉଁଥିପାଇଁ କୁସ୍ତିଯୋଦ୍ଧାମାନେ ସେମାନଙ୍କ ପଦକଗୁଡ଼ିକୁ ଗଙ୍ଗା ନଦୀରେ ବିସର୍ଜନ କରିବାକୁ ଚାହିଁଥିଲେ। କିନ୍ତୁ ଭାରତୀୟ କିଷାନ ୟୁନିୟନ୍ ଜାତୀୟ ସଭାପତି ନରେଶ ଟିକାୟତ କୁସ୍ତିଯୋଦ୍ଧାମାନଙ୍କଠାରୁ ୫ ଦିନ ସମୟ ନେବାରୁ ଆନ୍ଦୋଳନ ସାମାନ୍ୟ ଶାନ୍ତ ପଡ଼ିଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଆନ୍ଦୋଳନକାରୀ କୁସ୍ତିଯୋଦ୍ଧାଙ୍କୁ କ୍ରୀଡ଼ାକୁ କ୍ଷତି ପହଞ୍ଚିବା ଭଳି କୌଣସି ପଦକ୍ଷେପ ନନେବାକୁ ପରାମର୍ଶ ଦେଇଛନ୍ତି। ଗଙ୍ଗାରେ କୁସ୍ତିଯୋଦ୍ଧାମାନେ ପଦକ ବିସର୍ଜନ କରିବାକୁ ନିଷ୍ପତ୍ତି ନେବାର ଦିନକ ପରେ ସାମ୍ବାଦିକମାନଙ୍କ ପ୍ରଶ୍ନରେ କ୍ରୀଡ଼ାମନ୍ତ୍ରୀ ଏହି ମତ ରଖିଛନ୍ତି।

Related posts

ରେସଲର ଆବେଦନର ଶୁଣାଣି ବନ୍ଦ କଲେ ସୁପ୍ରିମକୋର୍ଟ

Odisha Sports Bureau

ନିଜ ରେକର୍ଡ ଭାଙ୍ଗି ଦୀପ୍ତିଙ୍କ ବିଶ୍ୱରେକର୍ଡ

Odisha Sports Bureau

ଏସୀୟ କ୍ରୀଡ଼ା ଟ୍ରାଏଲ୍ସ; ଭାଗନେବେ ବିଭିନ୍ନ ରାଜ୍ୟର କୁସ୍ତିଯୋଦ୍ଧା