Cricket

୨୩ ମିନିଟରେ ମ୍ୟାଚ୍ ଜିତାଇଦେଲେ

ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନ୍ ମାର୍ଟିନ୍ ଗୁପ୍ଟିଲଙ୍କ ବିସ୍ଫୋରକ ଇନିଂସ । ପୂର୍ବ ମ୍ୟାଚ୍‌ରେ ଖାତା ଖୋଲିପାରିନଥିବା ଗୁପ୍ଟିଲ, ବର୍ତ୍ତମାନ ଦଳର ସବୁଠାରୁ ବଡ଼ ଷ୍ଟାର୍  । ଏବେ ନ୍ୟୁଜିଲାଣ୍ଡର ଚାଲିଛି ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ । ଯେଉଁ ଗୁପ୍ଟିଲ ତାଙ୍କର ପୂର୍ବ ମ୍ୟାଚ୍‌ରେ ଖାତା ଖୋଲି ପାରିନଥିଲେ, ମାତ୍ର ୪୮ ଘଣ୍ଟାରେ ସେ ଦଳର ସବୁଠାରୁ ବଡ଼ ମ୍ୟାଚ୍‌ ଓ୍ବିନର ହୋଇ ପାରିଛନ୍ତି । ଯିଏ ମାତ୍ର ୨୩ ମିନିଟ୍ ମଧ୍ୟରେ ମ୍ୟାଚ୍‌ର ଗତିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ ।

କ୍ୟାଣ୍ଟରବରୀ ଏବଂ ଅକଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି କାଣ୍ଟରବରୀର ଦଳ ୨୦ ଓଭରରେ ୧୩୨ ରନ୍‌ କରିଥିଲା । ୧୩୩ ରନର ଟାର୍ଗେଟକୁ କରି, ଅକଲ୍ୟାଣ୍ଡର ଓପନର ବ୍ୟାଟ୍ସମ୍ୟାନ୍‌ ମାତ୍ର ୫ ଓଭରରେ ୬୦ ଅତିକ୍ରମ କରାଇଥିଲେ । ଆଉ ଦଳର ପ୍ରଥମ ୱିକେଟ୍ ପଡ଼ିବା ପରେ ମାର୍ଟିନ୍, ଗୁପ୍ଟିଲ୍‌ କ୍ରିଜ୍‌କୁ ଆସିଥିଲେ । ଯିଏ ଆସିବା ମାତ୍ରେ ବଡ଼ ସଟ୍‌ ଖେଳିବା ଆରମ୍ଭ କରିଥିଲେ । ଗୁପ୍ଟିଲ୍‌ କ୍ରିଜ୍‌ରେ କେବଳ ୨୩ ମିନିଟ୍‌ ବିତାଇଥିଲେ । କିନ୍ତୁ ସେହି ସମୟରେ ସେ ମ୍ୟାଚ୍‌କୁ ସମ୍ପୂର୍ଣ୍ଣ ଓ୍ବାନ୍‌ ସାଇଡ୍‌ କରିଦେଇଥଇଲେ । ସେ ୧୫ ବଲ୍‌ରେ ଅପରାଜିତ ୩୯ ରନ୍‌ କରିଥିଲେ । ଯେଉଁଥିରେ ଦୁଇଟି ଚୌକା ଏବଂ ଚାରିଟି ଛକା ମାରିଥିଲେ । ଗୁପ୍ଟିଲଙ୍କ ବିସ୍ଫୋରକ ବ୍ୟାଟିଂ ଅକଲ୍ୟାଣ୍ଡକୁ ଶୀଘ୍ର ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିଥିଲା । ଦଳ ମାତ୍ର ୧୦.୧ ଓଭରରେ ମ୍ୟାଚ୍ ସମାପ୍ତ କରି ୯ ୱିକେଟରେ ବିଜୟ ହାସଲ କରିଥିଲା ।

Related posts

ଭାରତରେ ବିଶ୍ୱକପ୍ ଖେଳ ନହେଲେ ବାହାର ରାସ୍ତା ଦେଖ ।

Odisha Sports Bureau

କଠୋର ହେଲା ଦିଲ୍ଲୀ ପ୍ରାଞ୍ଚାଇଜ୍ : ନିୟମ ଭାଙ୍ଗିଲେ ଖେଳାଳୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

Odisha Sports Bureau

ରିଷଭ ପନ୍ତ ଓ କେ.ଏଲ ରାହୁଲଙ୍କ ଶତକ ସହାୟତାରେ ଭାରତ ୩୭୧ ରନ ବିଜୟ ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ରଖିଛି