Cricket

ଗୋଟିଏ ଓଭର୍ ୪ ଛକା ମାରି ଶାହୀନ ଆଫ୍ରିଦିଙ୍କୁ ତାଜୁବ୍ କରିଥିଲେ ଏହି ବ୍ୟାଟ୍ସମ୍ୟାନ୍….

ବ୍ୟୁରୋ : ନ୍ୟୁଜିଲ୍ୟାଣ୍ଡ ଆଉ ଗୋଟିଏ ମ୍ୟାଚ୍ ରେ ଏକ ତରଫା ବିଜୟ ହାସଲ କରିଛି । ୫ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍କୁ ଆୟୋଜନ ନ୍ୟୁଜିଲ୍ୟାଣ୍ଡ ୫ ୱିକେଟରେ ଜିତି ନେଇଛି । ଏହି ମ୍ୟାଚ୍ ଟି ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିଲା । ଏହି ବିଜୟ ସହ ଟି-୨୦ ସିରିଜରେ କ୍ୱିୱି ଟିମ ୨-୦ରେ ଆଗୁଆ ହୋଇଯାଇଛି। ପ୍ରଥମ ମ୍ୟାଚ୍କୁ ଦଳ ୯ ୱିକେଟରେ ୧୦ ଓଭର ପୂର୍ବରୁ ଜିତିଥିଲା। ପାକିସ୍ତାନ ପ୍ରଥମ ମ୍ୟାଚ୍ରେ କେବଳ ୯୧ ରନ କରି ପାରିଥିଲା।
ଦ୍ୱିତୀୟ ଟି-୨୦ରେ ବର୍ଷା କାରଣରୁ ୧୫ ଓଭର ବିଶିଷ୍ଟ ହୋଇଥିଲା । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ୯ ୱିକେଟ ରେ ହରାଇ ୧୩୫ ରନ କରିଥିଲା। କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଆଗରେ ଏହି ସ୍କୋର ଫିକା ପଡ଼ି ଯାଇଥିଲା। ନ୍ୟୁଜିଲ୍ୟାଣ୍ଡ ୧୩.୧ ଓଭରରେ ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଛି । ପ୍ରଥମ ଟି-୨୦ ଭଳି ଦ୍ୱିତୀୟ ମ୍ୟାଚରେ ମଧ୍ୟ ପାକିସ୍ତାନୀ ବୋଲର ନ୍ୟୁଜିଲ୍ୟାଣ୍ଡ ବ୍ୟାଟରଙ୍କ ଆଗରେ ଫିକା ପଡ଼ି ଯାଇଛନ୍ତି ।
ଦଳର ଷ୍ଟାର ବୋଲର ଶାହୀନ ଶାହ ଆଫ୍ରିଦିଙ୍କୁ କ୍ୱିୱି ଟିମର ଓପନର ଟିମ ଶୈଫର୍ଟ ୪ ବଲରେ ୪ ଛକା ମାରି ନିଜର ପାରିବା ପଣିଆ ଦେଖାଇଛନ୍ତି । ୨୨ ବଲରେ ୪୫ ରନର ଇନିଂସ ଖେଳିଥିବା ଶୈଫର୍ଟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। ଶାହୀନ ୩ ଓଭରରେ ମୋଟ ୩୧ ରନ ଦେଇଛନ୍ତି। କିନ୍ତୁ ଏହା ମଧ୍ୟରୁ ୨୬ ରନ ଗୋଟିଏ ଓଭରରୁ ଆସିଛି। ଏହି ଓଭରରେ ନ୍ୟୁଜିଲ୍ୟାଣ୍ଡର ୱିକେଟ କିପର ବ୍ୟାଟର ଶୈଫର୍ଟ ତାଙ୍କୁ ୪ ବଲରେ ୪ ଛକା ମାରିଥିଲେ।
ପ୍ରଥମ ଓଭରରେ କୌଣସି ରନ ଦେଇ ନଥିବା ଆଫ୍ରିଦି ନିଜର ଦ୍ୱିତୀୟ ଓଭରର ପ୍ରଥମ ଦୁଇ ବଲରେ ୨ଟି ଛକା ଖାଇଥିଲେ। ପରବର୍ତ୍ତୀ ବଲ ଡଟ ହୋଇଥିଲା। ୪ର୍ଥ ବଲରେ ୨ ରନ ନେଇ ଶୈଫର୍ଟ ଷ୍ଟ୍ରାଇକ ନିଜ ପାଖରେ ରହିଥିଲା। ଏହାପରେ ଶେଷ ଦୁଇ ବଲରେ ୨ଟି ଛକା ମାରିଥିଲେ। ସେ ଗୋଟିଏ ଛକା ୧୧୯ ମିଟର ଦୂରତାକୁ ମଧ୍ୟ ମାରିଛନ୍ତି।

Related posts

ରାଜକୋଟରେ ଖେଳା ଯିବ ଭାରତ–ଇଂଲଣ୍ଡର ୩ୟ ଟେଷ୍ଟ ମ୍ୟାଚ

Odisha Sports Bureau

ଦିନିକିଆ ସିରିଜରୁ ବାଦ୍‌ ପଡିଲେ ଷ୍ଟାର ବୋଲର ଜସପ୍ରୀତ ବୁମରା

Odisha Sports Bureau

ଟି-୨୦ କ୍ରିକେଟରେ ୮ହଜାର ରନ ହାସଲ କଲେ ରୋହିତ

Odisha Sports Bureau