Cricket

ଏହି କ୍ରିକେଟର କରିବେ ଦ୍ୱିତୀୟ ବିବାହ

ନୂଆଦିଲ୍ଳୀ: ଆଫଗାନି କ୍ରିକେଟର ଜଣେ ଜଣାଶୁଣା ଚେହେରା, ଅସରଫ ଆଫଗାନ । ଆଫଗାନିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ । ସେ ଏବେ ଖେଳିବାକୁ ଯାଉଛନ୍ତି ଲାଇଫର ଦ୍ୱିତୀୟ ଇନିଂସ । ବ୍ୟକ୍ତିଗତ ଜୀବନେରେ ସେ ତାଙ୍କର ଏକ ନିଷ୍ପତ୍ତି ଏବେ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି । ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଏହି କ୍ରିକେଟର । କିନ୍ତୁ ଚଚର୍୍ାର ବିଷୟ ଏହା ନୁହେଁ ଯେ ସେ ବିବାହ କରୁଛନ୍ତି । ଘଟଣା ହେଉଛି ତାଙ୍କ ପ୍ରଥମ ପତ୍ନୀ ଏବଂ ୫ ଜଣ ସନ୍ତାନ ଥାଇ ମଧ୍ୟ ଦ୍ୱିତୀୟ ବିବାହ ପାଇଁ ଇଚ୍ଛା କରିଛନ୍ତି ଅସଗର । ଦ୍ୱିତୀୟ ବିବାହ ପାଇଁ ତାଙ୍କର ନିର୍ବନ୍ଧ ମଧ୍ୟ ଶେଷ ହୋଇଛି । ଗତ ନଭେମ୍ବର ମାସରେ ଅସଗର ନିଜ ଭାବି ପତ୍ନୀଙ୍କ ସହ ନିର୍ବନ୍ଧ କରିଥିଲେ । ଏ ନେଇ ଆଫଗାନର ଜଣେ ସାମ୍ବାଦିକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ‘ଆଫଗାନିସ୍ତାନ ଟିମ୍ ଅଧିନାୟକ ଅସଗର ଆଫଗାନ ଜୀବନରେ ଦ୍ବିତୀୟ ଥର ନିର୍ବନ୍ଧ କରିଛନ୍ତି। ତାଙ୍କ ପ୍ରଥମ ପତ୍ନୀଙ୍କ ସହ ତାଙ୍କର ୫ ପିଲା ଅଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ପୁଅ ଅଛି। ଦ୍ବିତୀୟ ପାଳି ପାଇଁ ଶୁଭକାମନା ଅଧିନାୟକ ।’

Asghar Afghan returns as Afghanistan captain eight months after sacking

Related posts

ଆଇପିଏଲ ୨୦୨୦ ମହାସମର: ଦିଲ୍ଲୀ ଓ ମୁମ୍ବାଇ ମଧ୍ୟରେ କଡ଼ା ମୁକାବିଲା

Odisha Sports Bureau

ସେମିଫାଇନାଲରେ ଭାରତ ଏ ଦଳକୁ ପରାସ୍ତ କରି ବାଂଲାଦେଶ ଏ ଦଳ ରାଇଜିଂ ଷ୍ଟାର୍ସ ଏସିଆ କପର ଫାଇନାଲରେ ପ୍ରବେଶ କରିଛି

Odisha Sports Bureau

ପୁରୁଷ ଓ ମହିଳା ଟି-୨୦ ବିଶ୍ୱକପ ୨୦୨୦ ଟୁର୍ଣ୍ଣାମେଣ୍ଟ  କାର୍ଯ୍ୟସୂଚୀ

Odisha Sports Bureau