ଅହମ୍ମଦାବାଦ : ଆଇପିଏଲରେ ଆଜି ଖେଳାଯିବ ୫୯ତମ ଲିଗ୍ ମୁକାବିଲା । ଘରୋଇ ଗୁଜରାଟ ଟାଇଟନ୍ସକୁ ଭେଟିବ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପରସୁ କିଙ୍ଗ୍ସ । ଚଳିତ ଆଇପିଏଲରେ ଗୁଜରାଟ ୧୧ଟି ମ୍ୟାଚ୍ ଖେଳି ୮ ପଏଣ୍ଟ ଅର୍ଜନ କରିଛି । ପ୍ଲେ-ଅପ୍ ଯିବାକୁହେଲେ ଆଜିର ମ୍ୟାଚ୍ ଟାଇଟନ୍ସ ପାଇଁ ‘କର ବା ମର’ ପରିସ୍ଥିତି । ଏହି ମ୍ୟାଚ୍ ଜିତିଲେ ଦଳର ପ୍ଲେ-ଅପ୍ ଆଶା ଉଜ୍ଜୀବିତ ରହିବ । ନଚେତ ଦଳ ବିଦାୟ ନେବ । ସୁପର କିଙ୍ଗ୍ସ ୧୨ପଏଣ୍ଟ ହାସଲ କରିସାରିଥିବା ରୁ ଆଜିର ବିଜୟ ସହ ପଏଣ୍ଟ ତାଲିକାର ତୃତୀୟ ସ୍ଥାନକୁ ଉଠିବାକୁ ପ୍ରୟାସ କରିବ। ଉଭୟ ଦଳ ମାର୍ଚ୍ଚ ୨୬ ତାରିଖରେ ମୁହାଁମୁହିଁ ହୋଇଥିଲେ । ସୁପର କିଙ୍ଗ୍ସ ଘରୋଇ ଗ୍ରାଉଣ୍ଡ୍ରେ ଉକ୍ତ ମ୍ୟାଚ୍କୁ ୬୩ ରନରେ ଜିତିଥିଲା । ଏଥର ଟାଇଟନ୍ସ ପ୍ରତିଶୋଧ ନେବାକୁ ପ୍ରୟାସ କରିବ। ପୂର୍ବ କର୍ଡକୁ ନେଇ ମ୍ୟାଚ୍ର ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ମୋଟ୍ ୫ଟି ମ୍ୟାଚରୁ ସୁପରସୁ କିଙ୍ଗ୍ସ ୩ଟି ମ୍ୟାଚ ରେ ବିଜୟୀ ହୋଇଛି । ବର୍ତ୍ତମାନ ଉଭୟ ଦଳ ପେସ୍ ବୋଲିଂ ବିଭାଗକୁ ନେଇ ଚିନ୍ତାରେ ରହିଛନ୍ତି । ମହମ୍ମଦ ସାମିଙ୍କ ଅନୁପସ୍ଥିତି ଟାଇଟନ୍ସର ବୋଲିଂ ବିଭାଗକୁ ଦୁର୍ବଳ କରି ଦେଇଛି । କୌଣସି ପେସ୍ ବୋଲର ଏକାଦଶର ନିୟମିତ ସଦସ୍ୟ ହୋଇପାରି ନାହାନ୍ତି । ସୁପର କିଙ୍ଗ୍ସ ଦଳରେ ସମାନ ସମସ୍ୟା ଦେଖା ଦେଇଛି । ମୁସ୍ତା ଫିଜୁର ରେହମାନ ଓ ମଥିଶା ପତିରଣା ନିଜ ଦେଶକୁ ଫେରିଯାଇଥିବା ବେଳେ ଦୀପକ ଚହର ଆହତ ହୋଇ ବାଦ ପଡ଼ିଛନ୍ତି । ଟାଇଟନ୍ସ ଇତି ମଧ୍ୟରେ ୨୨ଜଣଙ୍କୁ ଖେଳାଇ ସାରିଛି । ତଥାପି ଏକ ସନ୍ତୁଳିତ ଦଳ ଗଠନ କରିବାରେ ବିଫଳ ହୋଇଛି । ତେବେ ଆଜି ମଧ୍ୟ ଦଳରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ବିଜୟ ଶଙ୍କର ଏକାଦଶକୁ ବେରିବେ ବୋଲି କୁହାଯାଉଛି । ହେଲେ ସୁପର କିଙ୍ଗସ ଦଳରେ ପରିବର୍ତ୍ତନ ସମ୍ଭାବନା କମ୍ ରହିଛି। ସିମରଜିତ ସିଂ ହ ଇମ୍ପାକ୍ଟ ଓ ଅଜିଙ୍କ୍ୟ ରାହାଣେ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିବା ନିଶ୍ଚିତ ।
ଅହମ୍ମଦାବାଦ ପିଚ୍ ସାମାନ୍ୟ ମନ୍ଥର ରହିବବୋଲି ଅନୁମାନ କରାଯଉଛୀ । ତଥାପି ବ୍ୟାଟର ମାନେ ପିଚରେ ଭରପୁର ଫାଇଦା ଉଠାଇ ପାରିବେ । ଏଠାରେ ଖେଳାଯାଇଥିବା ୨୧ଟି ମ୍ୟାଚ୍ରୁ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ୧୩ଟି ମ୍ୟାଚ୍ ଜିତି ଛନ୍ତି । ତେଣୁ ଆଜି ମଧ୍ୟ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି ।