Cricket

ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଦିନିକିଆ

ନୂଆଦିଲ୍ଲୀ: ଆଜି ଦକ୍ଷିଣ ଆଫ୍ରିକା-ଭାରତ ଦ୍ୱିତୀୟ ଦିନିକିଆ । କମ ବା ମର ସ୍ଥିତିରେ ରହିଛି ଟିମ ଇଣ୍ଡିଆ । ପ୍ରଥମ ଦିନିକିଆ ହାରିବା ପରେ ଆଜିର ମ୍ୟାଚ ଜିତି କମବ୍ୟାକ କରିବାକୁ ଚାହିଁବ ରାହୁଲ ସେନା । ସେପଟେ ମ୍ୟାଚରେ ପରାଜୟ ହେଲେ ସିରିଜ ହାତଛଡା କରିବ ଭାରତ । ବୋଲାଣ୍ଡ ପାର୍କରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଉଭୟ ଦଳ ବିଜୟ ହାସଲ କରିବାକୁ ଟାର୍ଗେଟ ରଖିଛନ୍ତି । ଗୋଟିଏ ଦଳ ସିରିଜ ହାତେଇବାକୁ ଚାହୁଁଥିବା ବେଳେ ଅନ୍ୟ ଦଳ ସିରିଜ ବଞ୍ଚାଇବାକୁ କରିବ ଭରପୂର ଚେଷ୍ଟା ।

IND vs SA 1st ODI 2022 Preview: Likely Playing XIs, Key Battles, Head to  Head and Other Things You Need to Know - Articles
ପ୍ରଥମ ମ୍ୟାଚରେ ଫେଲ ମାରିଥିବା ଅଧିନାୟକ କେ.ଏଲ ରାହୁଲ, ଶ୍ରେୟସ ଅୟର,ରିଷଭ ପନ୍ତ, ଭେଙ୍କଟେଶ ଅୟର ସମସ୍ତଙ୍କ ନିକଟରୁ ଦଳ ବଡ ପାଳି ଆଶା କରୁଛି । ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କ ଅବସର ପରଠୁ ଭାରତ ମିଡିଲ ଅର୍ଡରକୁ ନେଇ ସଂଘର୍ଷ କରୁଥିବାର ଦେଖାଦେଇଛି । ଅନେକ ଖେଳାଳୀଙ୍କୁ ନେଇ ଏକ୍ସପେରିମେଣ୍ଟ କରିବା ପରେ ସୁଦ୍ଧା ସମାଧାନର ରାସ୍ତା ମିଳିପାରନାହିଁ । ସେପଟେ ଦୀର୍ଘ ଦିନ ପରେ ଦଳକୁ କମବ୍ୟାକ କରୁଥିବା ଶିଖର ଧୱନ ଏବଂ ରବିଚନ୍ଦ୍ରନ ଅଶ୍ୱିନ ନିଜକୁ ପ୍ରମାଣିତ କରିଛନ୍ତି ।

IND vs SA 2021/22: “Not that it's happening for the first time or for the  last; it only makes me stronger” – Shikhar Dhawan on fighting setbacks on &  off the field
କିନ୍ତୁ ଭେଙ୍କଟେଶ ଅୟାରଙ୍କୁ ପୋଲିଂ ନ ଦେବାକୁ ନେଇ ଉଠିଛି ପ୍ରଶ୍ନ । ତାଙ୍କୁ ଦଳରେ ଅଲରାଉଣ୍ଡର ଭାବେ ସାମିଲ କରାଯାଇଥିଲେ ହେଁ ଗୋଟିଏ ବି ଓଭର ବୋଲିଂ ନ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭାନ୍ ଡର୍ ଦୁସେନ୍ ଏବଂ ଟେମ୍ବା ବାଭୁମା କ୍ରିଜ୍ରେ ଭାରତୀୟ ବୋଲରଙ୍କ ଉପରେ ଭାରିପଡୁଥିବା ବେଳେ ଦଳ କିନ୍ତୁ ଭେଙ୍କଟେଶ୍ ଆୟରଙ୍କୁ ଉପଯୋଗ କରିନଥିଲା । ତେବେ ଆୟରଙ୍କୁ ଯଦି ବ୍ୟାଟ୍ସମ୍ୟାନ ଭାବେ ଦଳରେ ସାମିଲ କରାଯାଇଥିଲା ତେବେ ତାଙ୍କ ବଦଳରେ ସୂର୍ୟ୍ୟକୁମାର ଯାଦବଙ୍କୁ କାହିଁକି ବାଦ୍ ଦିଆଯାଇଥିଲା ତାହା ମଧ୍ୟ ଏକ ବଡ ପ୍ରଶ୍ନ ।

IND vs SA 2022: Shikhar Dhawan explains why Venkatesh Iyer didn't bowl in  1st ODI
ଦ୍ବିତୀୟ ଦିନିକିଆ ପାଇଁ ସମ୍ଭାବ୍ୟ ଭାରତୀୟ ଦଳ: ଲୋକେସ ରାହୁଲ (ଅଧିନାୟକ), ଶିଖର ଧାଓ୍ବନ, ବିରାଟ କୋହଲି, ସୂର୍ୟ୍ୟକୁମାର ଯାଦବ, ଶ୍ରେୟସ ଆୟର, ଋଷଭ ପନ୍ତ(ଓ୍ବିକେଟ୍ କିପର), ଶାର୍ଦ୍ଦୁଲ ଠାକୁର, ଯୁଜବେନ୍ଦ୍ର ଚହଲ, ଆର୍ ଅଶ୍ବିନ, ଭୁବନେଶ୍ବର କୁମାର ଏବଂ ଜସପ୍ରୀତ ବୁମରାହ
ଦ୍ବିତୀୟ ଦିନିକିଆ ପାଇଁ ସମ୍ଭାବ୍ୟ ଦ.ଆଫ୍ରିକା ଦଳ: ଟେମ୍ବା ବାଭୁମା(ଅଧିନାୟକ), କେଶବ ମହାରାଜ, କ୍ବିଣ୍ଟନ୍ ଡିକକ୍(ଓ୍ବିକେଟ୍ କିପର), ମାର୍କୋ ଜନସେନ୍, ଜାନେମନ୍ ମଲାନ, ଏଡେନ୍ ମାର୍କରମ, ଡେଭିଡ ମିଲର, ଲୁଙ୍ଗି ଏନ୍ଗିଡି, ଏଣ୍ଡିଲେ ଫେଲୁକବାୟୋ, ତବରେଜ୍ ସମସୀ ଏବଂ ରାସୀ ଭାନ୍ ଡର୍ ଦୁସେନ୍

Related posts

ଅଷ୍ଟ୍ରେଲିଆ ଭାରତକୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଛି, ପଏଣ୍ଟ ଟେବୁଲରେ ପାକିସ୍ତାନ କେଉଁ ସଂଖ୍ୟାରେ ଅଛି ?

Odisha Sports Bureau

ବିଶ୍ୱକପରେ ଅଧିନାୟକ ଦାୟିତ୍ୱ ଧୋନିଙ୍କୁ ଦିଆଯିବା ଦରକାର: ଅଜୟ ଜାଡେଜା

ଆଉ କିଛି କ୍ଷଣ ପରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ

Odisha Sports Bureau

Leave a Comment