Uncategorized

ଆଜି ଯୁଗଳ ମ୍ୟାଚ ଦେଖିବ ବିଶ୍ୱ

ପୁଣେ : ଆଜି ଯୁଗଳ ମ୍ୟାଚ ଦେଖିବ ବିଶ୍ୱ | ଚଳିତ ବିଶ୍ବକପ୍‌ରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ରହିଛି ଦୁଇଟି ମ୍ୟାଚ | ବାଂଲାଦେଶ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଯାଇଛି ମୁକାବିଲା | ଇଂଲଣ୍ଡ-ପାକିସ୍ତାନ ମୁହାଁମୁହିଁ ହେବେ | ପୁଣେରେ ସେମିଫାଇନାଲ୍‌ ପହଞ୍ଚି ସାରିଥିବା ଅଷ୍ଟ୍ରେଲିଆ ଭେଟିଛି ବାଂଲାଦେଶକୁ। ପରାହ୍ଣ ୨ଟାରେ ଇଂଲଣ୍ଡକୁ ଭେଟିବ ସୂତା ଖିଅରେ ଝୁଲୁଥିବା ପାକିସ୍ତାନ। ନକ୍‌ଆଉଟ୍‌ ଷ୍ଟେଜ୍‌ରେ ଖେଳିବା ପୂର୍ବରୁ ଅଷ୍ଟ୍ରେଲିଆ ତା’ର ବିଜୟ ଧାରାକୁ ବଜାୟ ରଖିବା ଲକ୍ଷ୍ୟ ନେଇ ବାଂଲାଦେଶ ସହ ଟକ୍କର ଜାରି ରଖିଛି | ୫ ଥର ବିଜେତା ଦଳ ଆରମ୍ଭରୁ ଦୁଇ ମ୍ୟାଚ୍‌ ହାରିବା ପରେ ଲଗାତାର ୬ ମ୍ୟାଚ୍‌ ଜିତି ଟ୍ରଫି ଦୌଡ଼ରେ ନିଜକୁ ସାମିଲ କରିଛି। ଗତ ଆଫ୍‌ଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୨୯୨ ଲକ୍ଷ୍ୟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ୯୧ ରନ୍‌ରେ ୭ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ହେଲେ ଗ୍ଲେନ୍‌ ମାକ୍ସୱେଲ ଚମତ୍କାର ପାଳି ଖେଳି ୧୨୮ ବଲ୍‌ରେ ୨୦୧* ରନ୍ କରି ଦଳକୁ ବିଜୟ ଭେଟି ଦେଇଥିଲେ। ତେବେ ଦଳ ପାଇଁ ବାଂଲାଦେଶ ବିପକ୍ଷରେ ବିଜୟ ଗୁରୁତ୍ବ ନଥିଲେ ମଧ୍ୟ ଏହି ମ୍ୟାଚ୍‌ ସେମିଫାଇନାଲ୍‌ ପୂର୍ବରୁ ମନୋବଳ ଦୃଢ଼ ରଖିବାକୁ ଚାହିବ।

ଅନ୍ୟପକ୍ଷରେ ସେମିଫାଇନାଲ୍‌ ଖେଳିବାକୁ ପାକିସ୍ତାନ ଲାଗି ୨୮୭ ରନ୍‌ ବ୍ୟବଧାନର ଅସମ୍ଭବ ଲକ୍ଷ୍ୟ ରହିଛି। ଯଦି ଦଳ ଏହା କରିଦିଏ ଚତୁର୍ଥ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡକୁ ଏନ୍‌ରନ୍‌ରେଟ୍‌ରେ ପଛରେ ପକାଇ ସେମିଫାଇନାଲ୍‌ରେ ପହଞ୍ଚି ପାରିବ। ଅଷ୍ଟ୍ରେଲିଆଠୁ ୧୯୯୯ ଫାଇନାଲ୍‌ ହାରିବା ପରେ କେବଳ ୨୦୧୧ରେ ସେମିଫାଇନାଲ୍‌ ଖେଳିଥିଲା ପାକିସ୍ତାନ। ଗତ ସଂସ୍କରଣରେ ମଧ୍ୟ ଚତୁର୍ଥ ସ୍ଥାନରୁ ନ୍ୟୁଜିଲାଣ୍ଡକୁ ହଟାଇ ସେମିଫାଇନାଲ୍‌ ଖେଳିବା ଲାଗି ପାକିସ୍ତାନକୁ ଶେଷ ଲିଗ୍‌ ମ୍ୟାଚ୍‌ରେ ବାଂଲାଦେଶକୁ ୩୦୦ ରନ୍‌ ବ୍ୟବଧାନ‌ରେ ହରାଇବାର ଲକ୍ଷ୍ୟ ରହିଥିଲା। ଏହା ହୋଇପାରି ନଥିଲା। ଚଳିତ ଥର ଏହି ସମାନ ସ୍ଥିତି ଦେଖିବାକୁ ମିଳିଛି। ଇଂଲଣ୍ଡ ଭଳି ପାକିସ୍ତାନର ବୋଲିଂ ମଧ୍ୟ ଖରାପ ରହିଛି। ନସିମ ଶାହ ବିଶ୍ବକପ୍‌ ପୂର୍ବରୁ ଆହତ ‌ହୋଇ ଦଳରୁ ବାଦ୍‌ ପଡ଼ିବା ପାକିସ୍ତାନ ‌‌ପେସ୍‌ ଆକ୍ରମଣକୁ ବିଗାଡ଼ି ଦେଇଥିଲା। ସାହିନ ଶାହ ଆଫ୍ରିଦି ଓ ହାରିସ ରଫ୍‌ ଶ୍ରୀଲଙ୍କା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସ୍ପିନର ସଦାବ ଖାନ, ମହମ୍ମଦ ନୱାଜ ଓ ଉସମା ମିର ପାକିସ୍ତାନ ବ୍ୟାଟର୍‌ଙ୍କ ଉପରୁ ଚାପ ହଟାଇବାକୁ ସକ୍ଷମ ହୋଇ ନାହାନ୍ତି।

 

Related posts

ୱାର୍ଲଡ ଚେସ୍ ଚାମ୍ପିୟନଶିପରେ ଚାମ୍ପିଅନ ହେଲେ ଡି ଗୁକେଶ : ବିଜୟ ପରେ କୋଟି କୋଟି ଟଙ୍କା ପୁରସ୍କାର

Odisha Sports Bureau

surjit baba

ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି

Odisha Sports Bureau