Badminton

ତାଜିକସ୍ତାନରେ ସ୍ବର୍ଣ୍ଣ ଜିତିଲେ ପଣ୍ଡା ଭଉଣୀ

ଓଡ଼ିଶାର ଦୁଇ ବ୍ୟାଡମିଣ୍ଟନ ତାରକା ପଣ୍ଡା ଭଉଣୀ ଋତାପର୍ଣ୍ଣା ଓ ଶ୍ବେତପର୍ଣ୍ଣା ବିଡବ୍ଲୁଏଫ୍‌ ତାଜିକସ୍ତାନ ଆନ୍ତର୍ଜାତିକ ସିରିଜ୍‌ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏଥିସହିତ କୌଣସି ଆନ୍ତର୍ଜାତିକ ପ୍ରତିଯୋଗିତାରେ ଦୁଇ ଭାରତୀୟ ଭଉଣୀ ସ୍ବର୍ଣ୍ଣ ପଦକ ଜିତିବାରେ ଏହା ପ୍ରଥମ ଘଟଣା ହୋଇଛି। ଏହି ପ୍ରତିଯୋଗିତାର ମହିଳା ଯୁଗଳ ଫାଇନାଲ୍‌ରେ ଅଜରବାଇଜାନ୍‌ର ଇରା ମାଫତୁହା ଓ ହାଜର ନୁରିୟେଭାଙ୍କୁ ୨୧-୯, ୨୧-୭ ସିଧାସଳଖ ସେଟ୍‌ରେ ପରାସ୍ତ କରି ପଣ୍ଡା ଭଉଣୀ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏଥିପୂର୍ବରୁ ପ୍ରଥମ ରାଉଣ୍ଡରେ ବାଇ ପାଇଥିବା ଏହି ଦୁଇ ଭଉଣୀ ସେମିଫାଇନାଲ୍‌ରେ କାଜଖସ୍ତାନ୍‌ର ୟେଭା ବୁତ୍‌ପାୟେଭା ଓ ନର୍ଗିଜା ରଖମେତୁଲାୟେଭାଙ୍କୁ ୨୧-୧୦ ଓ ୨୧-୮ରେ ପରାଜିତ କରି ଫାଇନାଲ୍‌ରେ ପହଞ୍ଚିଥିଲେ। ଏହି ପ୍ରତିଯୋଗିତାରେ ଅନ୍ୟତମ ଭାରତୀୟ ଅନୁପମା ଉପାଧ୍ୟାୟ ମହିଳା ଏକକରେ ଇସ୍ରାଏଲ୍‌ର ସେନିଆ ପୋଲିକାର୍ପୋଭାଙ୍କୁ ୨୧-୧୯, ୯-୨୧, ୮-୨୧ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି।

Related posts

ଦକ୍ଷିଣ ଏସିଆ ଖେଳର ପଞ୍ଚମ ଦିନରେ ଭାରତୀୟ ଖେଳାଳୀମାନେ ଜିତିଲେ ୪୧ ପଦକ, ଭାରତର ପଦକ ସଂଖ୍ୟା ୧୭୮ରେ ପହଞ୍ଚିଛି

Odisha Sports Bureau

ସାଇନାଙ୍କ ପରେ ସିନ୍ଧୁ ବିଦା, ଆଗେଇଲେ ଶ୍ରୀକାନ୍ତ

Odisha Sports Bureau

ବିବାହର ୭ ବର୍ଷ ପରେ ଛାଡ଼ପତ୍ର