Cricket

ଭି.ଭେଙ୍କଟରାମଙ୍କୁ ଓଡ଼ିଶା କ୍ରିକେଟର ବୈଷୟିକ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି

ଭି.ଭେଙ୍କଟରାମଙ୍କୁ ଓଡ଼ିଶା କ୍ରିକେଟ ବୈଷୟିକ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି ।। ଓଡ଼ିଶା କ୍ରିକେଟ୍ ସଂଘର କ୍ରିକେଟ୍ ଆଡଭାଇଜରି କମିଟିର ନିଷ୍ପତ୍ତିକ୍ରମେ ଏହି ନିଯୁକ୍ତି ମିଳିଛି ।ସେ ୭୧ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୨୨୨ ୱିକେଟ୍ ହାସଲ କରି ନିଜକୁ ଜଣେ ସଫଳ ବୋଲର ଭାବେ ପ୍ରତିପାଦିତ କରିସାରିଛନ୍ତି। ଜଣେ ସଫଳ କ୍ରିକେଟର ଓ କୋଚ୍ ଭାବେ ଭେଙ୍କଟରାମଙ୍କର ଦୀର୍ଘ ଦିନର ଅଭିଜ୍ଞତା ରହିଛି। ଭେଙ୍କଟରାମ ଦୀର୍ଘ ୬ ବର୍ଷ ଧରି ବିହାର ରଣଜୀ ଦଳର ଅଧିନାୟକ ରହିଥିଲେ। ସେ ବିସିସିଆଇ ଲେବଲ-୩ କୋଚ୍ ଭାବେ ଯୋଗ୍ୟତା ଅର୍ଜନ କରିଛନ୍ତି। ଝାଡ଼ଖଣ୍ଡ, ତ୍ରିପୁରା, ଆସାମ ସିନିଅର ଦଳର ମୁଖ୍ୟ କୋଚ୍, ଉତ୍ତରାଖଣ୍ଡ ଦଳର ୨୩ ବର୍ଷରୁ କମ ଦଳର କୋଚ୍ ଓ ଆସାମ କ୍ରିକେଟ ଏକାଡେମିର ମଧ୍ୟ ନିର୍ଦ୍ଦେଶକ ରହି ସାରିଛନ୍ତି ।ଏଥି ସହିତ ସେ ଜାତୀୟ କ୍ରିକେଟ ଏକାଡେମୀରେ ୫ ବର୍ଷ ପାଇଁ ଏଜୁକେଟର ରହିଛନ୍ତ । ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ଓ ସଂପାଦକ ସଂଜୟ ବେହେରା ଭେଙ୍କଟରାମକୁ ଶୁଭେଚ୍ଛା ଜଣାଇଛନ୍ତି।

 

Related posts

ଦିନିକିଆ ସିରିଜରେ ଭାରତର ବିଜୟ ଅବ୍ୟାହତ,ଭାରତ ୨-୦ରେ ଆଗୁଆ

Odisha Sports Bureau

କ୍ରିକେଟର ଅମିତ ମିଶ୍ରାଙ୍କ ନାମରେ ଯୌତୁକ ଏବଂ ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ

Odisha Sports Bureau

ବିଶ୍ୱକପ ପାଇଁ ଭାରତକୁ କାହିଁକି ଶ୍ରେୟସ୍ ଆୟରଙ୍କ ଭଳି ବିକଳ୍ପ ଖୋଜିବା ଉଚିତ?

Odisha Sports Bureau