Uncategorized

ଭିନେଶ ଫୋଗଟ୍‌ଙ୍କୁ ମିଳିବ କି ଯୁଗ୍ମ ରୌପ୍ୟ ପଦକ? ଆଜି ଆସିବ ରାୟ

ଆଜି ଆସିପାରେ ଭିନେଶ ଫୋଗଟଙ୍କ ଆବେଦନର ରାୟ । ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିବାରୁ ଯୁଗ୍ମ ରୌପ୍ୟ ପଦକ ପାଇଁ ଆଜି ରାୟ ଶୁଣାଇ ପାରନ୍ତି କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ ।

କୁସ୍ତି ୫୦ କେଜି ବର୍ଗରେ ଫାଇନାଲ୍ ପୂର୍ବରୁ ୧୦୦ ଗ୍ରାମ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷିତ ହୋଇଥିଲେ ଭିନେଶ୍ ଫୋଗଟ୍। ପ୍ୟାରିସ୍ ଅଲିମ୍ପିକରେ ନିଶ୍ଚିତ ରୌପ୍ୟ ପାଇଁ ସ୍ଥାନ ପକ୍କା କରିଥିବା ଏବଂ ସ୍ୱର୍ଣ୍ଣ ହାସଲ ପାଇଁ ଆଶା ବାନ୍ଧିଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗଟ୍ କୁସ୍ତିରୁ ସନ୍ୟାସ ନେଇ ବଡ଼ ଘୋଷଣା କରିସାରିଛନ୍ତି।

ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ଲଗାତର ଭିନେତଶ ତିନୋଟି ମୁକାବିଲା ଜିତି ଫାଇନାଲ୍ରେ ପହଞ୍ଚିଥିଲେ। ଗତ ୭ ତାରିଖରେ ସେ ଫାଇନାଲ ମ୍ୟାଚ୍ ଖେଳିଥାନ୍ତେ। କିନ୍ତୁ ଏହା ପୂର୍ବରୁ ତାଙ୍କର ଧାର୍ୟ୍ୟ ସୀମାଠାରୁ ଅଧିକ ଓଜନ ଥିବା ଲାଗି ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ମାତ୍ର ୧୦୦ ଗ୍ରାମ୍ ଅଧିକ ଓଜନ ପାଇଁ ତାଙ୍କୁ ଡିସ୍କ୍ୱାଲିଫାଏଡ୍ ଘୋଷଣା କରାଯାଇଥିଲା।

Related posts

ମାତ୍ର ୬ ସେକେଣ୍ଡରେ ଗୋଲ କଲେ ଏସି ମିଲାନ୍

Odisha Sports Bureau

ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ବ କରିବେ କିଟ୍ ଓ କିସ୍ ବିଶ୍ବ ବିଦ୍ୟାଳୟର ୧୪ ଜଣ ଖେଳାଳି

Odisha Sports Bureau

ଭାରତ ୨୦୩୬ ମସିହା ଅଲିମ୍ପିକ୍ସ କ୍ରୀଡ଼ାର ଆୟୋଜନ ପାଇଁ ଆବେଦନ କରିବ

Odisha Sports Bureau