Uncategorized

ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ବ କରିବେ କିଟ୍ ଓ କିସ୍ ବିଶ୍ବ ବିଦ୍ୟାଳୟର ୧୪ ଜଣ ଖେଳାଳି

ଭୁବନେଶ୍ବର: ଆଗାମୀ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ କିଟ୍ ଓ କିସ୍ ବିଶ୍ବ ବିଦ୍ୟାଳୟର ୧୪ ଜଣ ଖେଳାଳି ଭାରତରୁ ପ୍ରତିନିଧିତ୍ବ କରିବେ। ଶୁକ୍ରବାର ଭୁବନେଶ୍ବରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏହା କହିଛନ୍ତି। କିଟ୍ର ଛାତ୍ରୀ ଭବାନୀ ଦେବୀ ଅସିଚାଳନାରେ ଉଭୟ ବ୍ୟକ୍ତିଗତ ଓ ଦଳଗତ ଇଭେଣ୍ଟରେ ଭାଗ ନେବାକୁ ଯାଉଥିବାବେଳେ ଭାରତୀୟ ପୁରୁଷ ହକି ଦଳରେ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ସେହିପରି ସନ୍ତରଣରେ କିଟ୍ ଓ କିସ୍ର ଛାତ୍ର ସାଜନ ପ୍ରକାଶ, ମହିଳା ନୌଚାଳନାରେ ଅଶିଂକା ଭାରତୀ, ମହିଳା ଦୌଡ଼କୁଦ ୨୦ କିମି ରେସ୍ ୱାକରେ ପ୍ରିୟଙ୍କା ଗୋସ୍ବାମୀ ଓ ପୁରୁଷରେ ସନ୍ଦୀପ କୁମାର, ଜାଭଲିନ୍ରେ କିଶୋର ଜେନା, ସଟ୍ପୁଟ୍ରେ ତେଜିନ୍ଦର ପାଲ୍ ,ଡେକାଥଲନ୍ରେ ତେଜସ୍ୱୀ ଶଙ୍କର ଏବଂ ୨୦୦ମିଟର ଦୌଡ଼ରେ ଅମ୍ଳାନ ବରଗୋହେଁ ଭାରତର ପ୍ରତିନିଧିତ୍ୱ କରିବାର ଗୌରବ ଅର୍ଜନ କରିଛନ୍ତି। ଭାରତୀୟ ମହିଳା ରଗବି ଦଳରେ କିସର ୪ ଛାତ୍ରୀ ଡୁମୁଣୀ ମାରାଣ୍ଡି, ତାରୁଲତା ନାଏକ, ମାମା ନାଏକ ଏବଂ ହୁପି ମାଝୀ ସ୍ଥାନ ପାଇଛନ୍ତି। ଏମାନେ କେବଳ କିଟ୍ ଓ କିସ୍ ପାଇଁ ଗୌରବ ନୁହନ୍ତି ବରଂ ସମଗ୍ର ଓଡ଼ିଶା ଓ ଦେଶର ଗର୍ବ ଓ ଗୌରବ। ଓଡ଼ିଶାରୁ ୧୩ ଜଣ ଭାରତୀୟ ଏସୀୟ କ୍ରୀଡ଼ା ଦଳରେ ରହିଥିଲା ବେଳେ ଏଥିରେ କେବଳ କିଟ୍ ଓ କିସ୍ର ୭ ଜଣ ରହିଛନ୍ତି। ଏହି ଅବସରରେ ଶ୍ରୀ ସାମନ୍ତ ଏସୀୟ କ୍ରୀଡ଼ା ପାଇଁ ମନୋନୀତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ତେବେ ଚଳିତ ମାସ ୨୩ରୁ ଅକ୍ଟୋବର ୮ ପର୍ୟ୍ୟନ୍ତ ଚୀନ୍ର ହାଙ୍ଗଝୌଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ବହୁଦେଶୀୟ କ୍ରୀଡ଼ାରେ ବିଭିନ୍ନ ବିଭାଗରେ ଏମାନେ ଦେଶରୁ ପ୍ରତିନିଧିତ୍ୱ କରିବେ। ଦେଶର ଗୋଟିଏ ଶିକ୍ଷାନୁଷ୍ଠାନରୁ ଏତେ ସଂଖ୍ୟକ କ୍ରୀଡ଼ାବିତ୍ ଏସୀୟ କ୍ରୀଡ଼ାରେ ଅଂଶ ଗ୍ରହଣ କରିବାରେ କିଟ୍ ଓ କିସ୍ ହେଉଛି ଭାରତର ପ୍ରଥମ ଶିକ୍ଷାନୁଷ୍ଠାନ। କ୍ରୀଡ଼ାର ବିକାଶ ପାଇଁ କିଟ୍ ଓ କିସ୍ ପକ୍ଷରୁ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ସମସ୍ତ ଖେଳାଳିଙ୍କୁ ବର୍ଷ ବର୍ଷ ଧରି ଆବଶ୍ୟକ ସୁବିଧା ସହ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଇ ଆସୁଛନ୍ତି ବୋଲି କିଟ୍ ଓ କିସ୍ର କ୍ରୀଡ଼ା ନିର୍ଦେଶକ ଗଗନେନ୍ଦୁ ଦାଶ ସୂଚନା ଦେଇଛନ୍ତି।

Related posts

ମାଞ୍ଚେଷ୍ଟର ଟେଷ୍ଟରେ ୧୯ବର୍ଷର ଇତିହାସ ରଚିପାରନ୍ତି ଗିଲ୍

ଅନ୍ତଃ ବିଶ୍ଵବିଦ୍ୟାଳୟ ହ୍ୟାଣ୍ଡବଲ୍ ଟୁର୍ନାମେଣ୍ଟରେ ମା ମାର୍କମା ମହାବିଦ୍ୟାଳୟ ତିନିଜଣ ଛାତ୍ର

Odisha Sports Bureau

ଭାରତର ବିଜୟ ପରେ ଭାବପ୍ରବଣ ହୋଇଗଲେ ସାରା ତେନ୍ଦୁଲକର

Odisha Sports Bureau