ବେଙ୍ଗାଲୁରୁ : ବିରାଟ ଅନୁଶ୍କା ସବୁବେଳେ ତାଙ୍କର ଜିଛିନା କିଛି କାରରକୁ ନେଇ ଲାଇମ ଲାଟରେ ରୁହନ୍ତି ।ତେବେ ବିରାଟ ଆଇପିଏଲରେ ବ୍ୟସ୍ତ ରହିବା ସତ୍ୱେ ପତ୍ନୀଙ୍କ ପାଇଁ ସବୁ ବେଳେ ଟାଇମ ଦେଇଥାନ୍ତି । ସେଥିପାଇଁ ନିକଟରେ ବିରାଟ କୋହଲି ପତ୍ନି ଅନୁଷ୍କାକୁ ଧରି ବେଙ୍ଗାଲୁରୁର ଲୋକପ୍ରିୟ ଭୋଜନାଳୟ ସିଟି ଆରକୁକୁ ଖାଇବାକୁ ଯାଇଥିଲେ । ଲଞ୍ଚ ଡେଟରେ ଯାଇଥିବା ଏକ ଭିଡିଓ ଦେଖିବାକୁ ମିଳିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଫ୍ୟାନ୍ ଜଣଙ୍କ ନିୟମ ଭାଙ୍ଗି ଅନୁଷ୍କାଙ୍କ ପାଖକୁ ଆସୁଥିବା ବେଳେ ବିରାଟ ତାଙ୍କୁ ଅନୁଷ୍କାଙ୍କଠୁ ଦୂରରେ ରହିବାକୁ ପରାମର୍ଶ ଦେଇଥିଲେ । ପୂର୍ବରୁ ମଧ୍ୟ ଆଇପିଏଲ୍ରେ ମ୍ୟାଚ୍କୁ ନେଇ ବିରାଟ ବିରକ୍ତ ହେବାର ଲୋକେ ଦେଖିଥିବେ । ବିରାଟ କ୍ରିକେଟ୍ ପ୍ରତି ଯେତେ ଗୁରୁତ୍ୱ ଦିଅନ୍ତି, ନିଜ ପରିବାରକୁ ବି ସେତିକି ଗୁରୁତ୍ୱ ଦିଅନ୍ତି । ଭୋଜନାଳୟରୁ ବାହାରିବା ସମୟରେ ତାଙ୍କ ଗାଡ଼ି ପାଖରେ ଶହଶହ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା । ବିରାଟ ଓ ଅନୁଷ୍କାଙ୍କ ସହ ଫଟୋ ଉଠାଇବାକୁ ଅନେକ ଫ୍ୟାନ୍ସ ଚେଷ୍ଟା କରିଥିଲେ । ତାଙ୍କ ମଧ୍ୟରୁ ଜଣେ ଫ୍ୟାନ୍ ଭିଡ଼ରେ ସିକ୍ୟୁରିଟି ଭାଙ୍ଗି ଅନୁଷ୍କାଙ୍କ ସହ ଫଟୋ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ବିରାଟ ରାଗିଯାଇଥିଲେ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
previous post
next post