Cricket

ପୁଣି ଥରେ ଆରସିବିର ଅଧିନାୟକ ହେଲେ ବିରାଟ

ମୁମ୍ବାଇ: ଆଇପିଏଲ ୨୦୨୧ ପରଠାରୁ ପ୍ରଥମ ଥର ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ଭାବରେ ପ୍ରତ୍ୟାବର୍ତ୍ତନ କରିଛନ୍ତି ବିରାଟ କୋହଲି । ରୟାଲ ଚ୍ୟାଲଞ୍ଜର୍ସ ବାଙ୍ଗାଲୋର(ଆରସିବି)ର ଅଧିନାୟକ ପଦ ଛାଡ଼ିବାର ୨ବର୍ଷ ପରେ ଆଜି ପୁଣି ଥରେ ଦାୟିତ୍ବ ସମ୍ଭାଳିଛନ୍ତି ବିରାଟ କୋହଲି। ଗୁରୁବାର ଦିନ ମୋହାଲିରେ ପଞ୍ଜାବ କିଙ୍ଗ୍ସ ବିପକ୍ଷ ଆଇପିଏଲ୍ ମ୍ୟାଚ୍ ପାଇଁ ଆରସିବିର ଅଧିନାୟକ ହୋଇଛନ୍ତି ବିରାଟ। ଆରସିବି ଅଧିନାୟକ ପଦରୁ ଇସ୍ତଫା ଦେବାର ଦୁଇ ବର୍ଷ ପରେ ଆଜି ହଠାତ୍ ଟସ୍ ପଡ଼ିବା ସମୟରେ ତାଙ୍କୁ ପଡ଼ିଆରେ ଦେଖି ଆଶ୍ଚର୍ୟ୍ୟ ହୋଇଯାଇଥିଲେ କ୍ରିକେଟପ୍ରେମୀ। ବିରାଟ ପଦ ଛାଡ଼ିବା ପରେ ଦକ୍ଷିଣ ଆଫ୍ରିକାର କ୍ରିକେଟର ଫାଫ୍ ଡୁ ପ୍ଲେସିସ୍ ଏବେ ଆରସିବିର ଅଧିନାୟକ ଅଛନ୍ତି। ହେଲେ ପୂର୍ବ ମ୍ୟାଚ୍ ପରେ ତାଙ୍କ ସ୍ବାସ୍ଥ୍ୟ ସମସ୍ୟା ଥିବାରୁ ଆଜିର ମ୍ୟାଚରେ ବିରାଟ ତାଙ୍କ ସ୍ଥାନ ନେଇଛନ୍ତି। ଟସ୍ ସମୟରେ କୋହଲି କହିଥିଲେ ଯେ, ‘ଫାଫ ଆଜି ଫିଲ୍ଡିଂ କରିପାରିବେ ନାହିଁ, ତେଣୁ ସେ ତାଙ୍କ ପାଇଁ ଅଧିନାୟକ ଭାବେ ଖେଳିବେ। ଅଧିନାୟକ ନଥିଲେ ବି ଫାଫ ଆରସିବି ପାଇଁ ଖେଳୁଥିବା ଦେଖାଯାଇଛି। ତେବେ ପଞ୍ଜାବ କିଙ୍ଗ୍ସର ଅଧିନାୟକ ଶିଖର ଧୱନ ମଧ୍ୟ ଆଜିର ମ୍ୟାଚ୍ ପାଇଁ ଅଧିନାୟକ ନଥିବା ବେଳେ ତାଙ୍କ ସ୍ଥାନରେ ଦାୟିତ୍ବ ନେଇଛନ୍ତି ସାମ କରନ। ୨୦୦୮ ରେ ଆଇପିଏଲର ପ୍ରଥମ ସିଜିନରୁ କୋହଲି ଆରସିବି ପ୍ରତିନିଧିତ୍ୱ କରିଛନ୍ତି। କୋହଲି ୨୦୧୩ ରେ ରୟାଲ ଚ୍ୟାଲେଞ୍ଜର୍ସରେ ନିୟମିତ ଅଧିନାୟକ ହୋଇଥିଲେ। କୋହଲି ୧୪୦ ଟି ମ୍ୟାଚରେ ଜଉଈ ର ନେତୃତ୍ୱ ନେଇଥିଲେ, ୬୪ ଜିତିଥିଲେ ଏବଂ ୬୯ ରେ ହାରିଥିଲେ। ସେହିଭଳି ପଞ୍ଜାବ କିଙ୍ଗ୍ସର ପ୍ଲେଇଂ ୧୧ରେ ରହିଛନ୍ତି ଅଥର୍ବ ତାୟଦେ, ମାଥ୍ୟୁ ସର୍ଟ, ହରପ୍ରୀତ ସିଂ ଭାଟିଆ, ଲିଆମ୍ ଲିଭିଙ୍ଗଷ୍ଟୋନ୍, ସାମ୍ କୁରନ୍ (ଅଧିନାୟକ), ଜିତେଶ ଶର୍ମା (ୱିକେଟ କିପର), ଶାହରୁଖ ଖାନ୍, ହରପ୍ରୀତ ବରାଡ, ନାଥନ୍ ଏଲିସ୍, ରାହୁଲ ଚହର, ଅର୍ଶଦୀପ ସିଂ।

Related posts

ଟିମ ଇଣ୍ଡିଆ ପାଇଁ ଖୁସି ଖବର,ରିଷଭଙ୍କ ହେବନି ଦ୍ୱିତୀୟ ଅପରେସନ

ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ

Odisha Sports Bureau

ଭାରତୀୟ କ୍ରକେଟ ଟିମ ପାଇଁ ଖୁସି ଖବର , ହସ୍ପିଟାଲରୁ ଡିସଚାର୍ଜ ହେଲେ ଶୁଭମନ

Odisha Sports Bureau