Cricket

ରେକର୍ଡ ସୃଷ୍ଟି କରିବାଠାରୁ ମାତ୍ର ୮ ରନ୍ ଦୂରରେ ବିରାଟ

(ଓଡିଶା ସ୍ପୋର୍ଟ): ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି ଅଷ୍ଟ୍ରେଲିଆ ମାଟିରେ ଏକ ବିରଳ ରେକର୍ଡ ସୃଷ୍ଟି କରିବାଠାରୁ ମାତ୍ର ୮ ରନ୍ ଦୂରରେ ରହିଛନ୍ତି। ଆସନ୍ତା ୬ ତାରିଖରୁ ଆରମ୍ଭ ହେଉଥିବା ଟେଷ୍ଟ୍ ମ୍ୟାଚ୍ରେ ସେ ଯଦି ୮ ରନ୍ କରିନେବେ, ତା’ହେଲେ ଅଷ୍ଟ୍ରେଲିଆ ମାଟିରେ ୧ ହଜାର ରନ୍ ପୂରଣ କରିବାର ରେକର୍ଡ ସୃଷ୍ଟି କରିବେ।

ପୂର୍ବରୁ ଭାରତ ପକ୍ଷରୁ କେବଳ ରାହୁଲ ଡ୍ରାଭିଡ୍, ସଚିନ୍ ତେନ୍ଦୁଲକର ଓ ଭିଭିଏସ୍ ଲକ୍ଷ୍ମଣ ଅଷ୍ଟ୍ରେଲିଆ ମାଟିରେ ୧ ହଜାର ରନ୍ କରିବାରେ ସକ୍ଷମ ହୋଇଥିଲେ। ଏବେ ଏହି କ୍ଲବରେ ବିରାଟ୍ ସାମିଲ ହେବାର ସୁଯୋଗ ରହିଛି।

ଅଷ୍ଟ୍ରେଲିଆରେ ବିରାଟ୍ ୮ଟି ଟେଷ୍ଟ ମ୍ୟାଚ୍ରେ ୯୯୨ ରନ୍ କରିଛନ୍ତି। ଏଠାରେ ବିରାଟଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର ହେଉଛି ୧୬୯। ଏହି ୧୬୯ ରନ୍ ସେ ୨୦୧୪ରେ ଏମ୍ସିଜିରେ ହାସଲ କରିଥିଲେ। ବିରାଟ୍ଙ୍କ ବ୍ୟାଟିଂ ହାର ଅଷ୍ଟ୍ରେଲିଆରେ ୬୨ ରହିଥିବା ବେଳେ ସେ ୫ଟି ଶତକ ଓ ୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

Related posts

ସଚିନଙ୍କ ଗୁରୁ ରମାକାନ୍ତ ଆର୍ଚେକରଙ୍କ ବିୟୋଗ

Odisha Sports Bureau

ସଚିନ୍‌ ତେନ୍ଦୁଲ୍‌କର୍‌ଙ୍କ ବିଜ୍ଞାପନକୁ ବିରୋଧ

Odisha Sports Bureau

ରାମେଶ୍ବର କପ କନିଷ୍ଠ କ୍ରିକେଟ୍, ଏମ୍ସିସିକୁ ପରାସ୍ତ କରି ସହିଦ ସ୍ପୋର୍ଟିଂ ବିଜୟୀ

Odisha Sports Bureau