Cricket

ସଚିନଙ୍କୁ ପଛରେ ପକାଇ ବିରାଟ ହାସଲ କରିଛନ୍ତି ଗୌରବ

(ଓଡିଶା ସ୍ପୋର୍ଟ): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠାରୁ ସିଡ୍ନୀ ଟେଷ୍ଟ୍ ଆରମ୍ଭ ହୋଇଛି। ଚଳିତ ସିରିଜ୍ର ଏହା ହେଉଛି ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍। ସିରିଜ୍ରେ ଭାରତ ୨-୧ରେ ଆଗୁଆ ଥିବାରୁ ଏହି ମ୍ୟାଚ୍କୁ ଜିତି ସିରିଜ୍କୁ ୩-୧ରେ ପୋଛି ନେବାକୁ ଉଦ୍ୟମ ଜାରି ରଖିଛି।

ବିରାଟ କୋହଲି ଏହି ମ୍ୟାଚ୍ରେ ମାତ୍ର ୨୩ ରନ୍ କରିଥିଲେ ବି ମାଷ୍ଟର ବ୍ଲାଷ୍ଟର ସଚିନ୍ଙ୍କୁ ପଛରେ ପକାଇ ଦେଇଛନ୍ତି। କୋହଲି ଆଜି ୧୯ ହଜାର ଅନ୍ତର୍ଜାତୀୟ ରନ୍ (କ୍ରିକେଟ୍ର ସବୁ ଅନ୍ତର୍ଜାତୀୟ ଫର୍ମାଟ୍ରେ ମିଶି) ପୂରଣ କରିଛନ୍ତି। ଏହା ସହିତ ୧୯ ହଜାର ଅନ୍ତର୍ଜାତୀୟ ରନ୍ ପୂରଣ କରିବାରେ ସେ ଦ୍ରୁତ ବ୍ୟାଟ୍ସମ୍ୟାନ୍ ହେବାର ଗୌରବ ହାସଲ କରିଛନ୍ତି। ଏ କ୍ଷେତ୍ରରେ ସେ ସଚିନ୍ଙ୍କୁ ପଛରେ ପକାଇ ଦେଇଛନ୍ତି।

ସଚିନ୍ ୪୩୨ଟି ଇନିଂସ୍ରୁ ୧୯ ହଜାର ଅନ୍ତର୍ଜାତୀୟ ରନ୍ ସଂଗ୍ରହ କରିଥିବା ବେଳେ ବିରାଟ ୩୯୯ ଇନିଂସ୍ରେ ଏହି ମାଇଲ୍ଖୁଣ୍ଟ ଅତିକ୍ରମ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍ରେ ଦ୍ରୁତ ୧୮ ହଜାର ରନ୍ ପୂରଣ କରିବାର ଗୌରବ ବି ବିରାଟ କୋହଲି ହାସଲ କରିଛନ୍ତି। ଗତବର୍ଷ ସେପ୍ଟେମ୍ବର ମାସରେ ସେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ୩୮୨ ଇନିଂସ୍ରେ ସେ ୧୮ ହଜାର ଅନ୍ତର୍ଜାତୀୟ ରନ୍ ପୂରଣ କରିଥିଲେ।

Related posts

ମହିଳା ଟି- ୨୦ ବିଶ୍ୱକପ୍ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କଲା ଭାରତ

Odisha Sports Bureau

ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି ଅସୁସ୍ଥ, ଭିଡିଓ ଭାଇରାଲ୍

Odisha Sports Bureau

ଧୋନୀଙ୍କ ଧାକ୍କଡ ଫ୍ୟାନ

Odisha Sports Bureau