Cricket

‘ରନ୍ ମଶିନ୍’ ଏବଂ ‘ହିଟ୍ ମ୍ୟାନ୍’ଙ୍କ ମଧ୍ୟରେ ହେବ ରେକର୍ଡର ସବୁଠାରୁ ବଡ ଯୁଦ୍ଧ

(ଓଡିଶା ସ୍ପୋର୍ଟ): ଟିମ୍ ଇଣ୍ଟିଆର ପରବର୍ତ୍ତି ମିଶନ ହେଉି ଅଷ୍ଟ୍ରେଲିଆ ଯିବା । ଏହାର ଆରମ୍ଭ ଭାରତ – ଅଷ୍ଟ୍ରେଲିଆ ଟି-୨୦ ସିରିଜରୁ ହେବ, ଯାହାର ପ୍ରଥମ ମୁକାବିଲା ୨୧ ନଭେମ୍ବରରେ ଅନୁଷ୍ଠିତ ହେବ । ଏଥିରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲି ଏବଂ ବିସ୍ଫୋଟକ ବ୍ୟାଟ୍ସ ମ୍ୟାନ୍ ରୋହିତ ଶର୍ମାଙ୍କ ମଧ୍ୟରେ ତିନିଗୋଟି ଖାସ୍ ରେକର୍ଡକୁୁ ନେଇ ଯୁଦ୍ଧ ଦେଖିବାକୁ ମିଳିପାରେ । ଟି-୨୦ କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ଖେଳାଳୀଙ୍କ କଥା କୁହାଗଲେ ନିୟୁଜଲ୍ୟାଣ୍ଡର ମାର୍ଟିନ ଗପ୍ଟିଲ ୨,୨୭୧ ରନ୍ ସହିତ ପ୍ରଥମ ସ୍ଥାନରେ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ ଭାରତର ରୋହିତ ଶର୍ମା ୨,୨୦୭ ରନ୍ ସହିତ ରହିଛନ୍ତି । ଯେତେବେଳେ କି ପଞ୍ଚମ ସ୍ଥାନରେ ବିରାଟ କୋହଲି ୨,୧୦୨ ରନ୍ କରି ରହିଛନ୍ତି । ଏମିତି କହିବାକୁ ଗଲେ ଦୁଇ ବ୍ୟାଟ୍ସ ମ୍ୟାନ୍ ମାର୍ଟିନ୍ ଗପ୍ଟିଲଙ୍କ ସମକକ୍ଷ ହେବାରେ ଅଳ୍ପ ଦୂରତା ରହିଛି । ରୋହିତ ଶର୍ମା ଏହି ରେକର୍ଡ ସୃଷ୍ଟି କରିବାରେ ଅଧିକ ପାଖରେ ରହିଛନ୍ତି, କିନ୍ତୁ କୋହଲିଙ୍କ ଶିଘ୍ରତାକୁ ଦେଖିଲେ ତାଙ୍କପାଇଁ ଏହି ଯୁଦ୍ଧ ସହଜ ହେବନାହିଁ ବୋଲି ଅନୁମାନ କରାଯାଉଛି ।

ଦ୍ୱିତୀୟ କଥା ହେଲା, ଟି-୨୦ କ୍ରିକେଟରେ ସର୍ବାଧିକ ଚୌକା ମାରିଥିବା ରେକର୍ଡରେ ଶ୍ରୀଲଙ୍କାର ପୁୂର୍ବତନ କ୍ରିକେଟର ତିଲକରତ୍ନ ଦିଲଶାନ୍ ଙ୍କ ନାମରେ ରହିିଛି । ସେ ୨୨୩ ଚୌକା ସଂଗ୍ରହ କରିଥିଲେ । ଏହାପରେ ୨୧୪ ଚୌକା ସହିତ କୋହଲି ତୃତୀୟ ସ୍ଥାନରେ ରହିଛନ୍ତି, ଯେତେବେଳେ କି ଚତୁର୍ଥ ସ୍ଥାନରେ ୨୦୦ ଚୌକା ସହିତ ରୋହିତ ଶର୍ମା ରହିଛନ୍ତି । ଏମିତିରେ ଦୁୁହିଁଙ୍କୁ ଏହି ରେକର୍ଡ ଭାଙ୍ଗିବାକୁ ଏବେ ବହୁତ କମ୍ ବାଉଁଣ୍ଡରିଜ୍ ମାରିବାକୁ ହେବ । ବିରାଟ କୋହଲି ଟି-୨୦ ମ୍ୟାଚ୍ରେ ସର୍ବାଧିକ ୧୮ ଅର୍ଦ୍ଧଶତକ କରିଥିବା ଖେଳାଳୀ ଅଟନ୍ତି । ରୋହିତ ଶର୍ମା ମଧ୍ୟ ବେଶି ପଛରେ ନାହାଁନ୍ତି ସେ ଏବେ ସୁଦ୍ଧା ୧୫ ଅର୍ଦ୍ଧଶତକ ସଂଗ୍ରହ କରିସାରିଛନ୍ତି । ଯଦି ଏହି ସିରିଜରେ କୋହଲିଙ୍କ ବ୍ୟାଟ୍ ନ ଚାଲେ ଏବଂ ରୋହିତ ୪ଟି ଅର୍ଦ୍ଧଶତକ ସଂଗ୍ରହ କରିନେଉଛନ୍ତି ତେବେ ସେ କୋହଲିଙ୍କୁ ପଛରେ ପକାଇ ପାରନ୍ତି ।

Related posts

ଦିନିକିଆ ସିରିଜରୁ ବାଦ୍‌ ପଡିଲେ ଷ୍ଟାର ବୋଲର ଜସପ୍ରୀତ ବୁମରା

Odisha Sports Bureau

ଧିମା ଓଭର ରେଟ ପାଇଁ କେବଳ କ୍ୟାପଟେନ ନୁହଁନ୍ତି, ପ୍ଳେଇଂ ଇଲେଭନକୁ ମିଳିବ ଦଣ୍ଡ

ଆଇପିଏଲରେ ମୁମ୍ବାଇର ଲଜ୍ଜାଜନକ ପରାଜୟ

Odisha Sports Bureau