Cricket

ଟିମ ଇଣ୍ଡିଆର ଷ୍ଟାର ଖେଳାଳି ବିରାଟ କୋହଲି ଜଣାଶୁଣା ସମ୍ବାଦପତ୍ର ସଂସ୍ଥା ଉପରେ ବର୍ଷିଛନ୍ତି

ଟିମ ଇଣ୍ଡିଆର ଷ୍ଟାର ଖେଳାଳି ବିରାଟ କୋହଲି ଜଣାଶୁଣା ସମ୍ବାଦପତ୍ର ସଂସ୍ଥା ଉପରେ ବର୍ଷିଛନ୍ତି । ଏହି ଖବରକାଗଜରେ ତାଙ୍କ ଉପରେ ମିଛ ଖବର ଛପା ହୋଇଛି । ଏନେଇ ଶ୍ୱର ଉଠାଇଛନ୍ତି କୋହଲି । ଆଉ କହିଛନ୍ତି ଯାହାକୁ ମୁଁ ଛୋଟ ବେଳରୁ ପଢିଆସୁଥିଲି, ଆଜି ସେଥିରେ ମୋ ବିଷୟରେ ମିଛ ଖବର ବାହାରିଛି ।

ଖବରକାଗଜରେ ବାହାରିଥିବା ନ୍ୟୁଜ ଅନୁଯାୟୀ, ବିରାଟ ଏବଂ ଅନୁଷ୍କା ମୁମ୍ବାଇର ଅଲିବାଗ ଅଞ୍ଚଳରେ ୮ ଏକର ଜମି କିଣିଛନ୍ତି । ଏହି ଜମିରେ ୧୯.୨୪ କୋଟି ଟଙ୍କା ନିବେଶ କରି ଫାର୍ମହାଉସ କରୁଛନ୍ତି । ଆଉ ଏଥିପାଇଁ କାମ ଆରମ୍ଭ ହୋଇଯାଇଛି । ବିରାଟ ଏବଂ ଅନୁଷ୍କା ଏହି ସ୍ଥାନକୁ ବୁଲିବାକୁ ଯାଉଛନ୍ତି । ବିରାଟ ଏଠାରେ ଏକ କ୍ରିକେଟ ପିଚ୍ ନିର୍ମାଣ କରୁଛନ୍ତି ବୋଲି ଖବର ଛପା ହୋଇଥିଲା ।

ଏହି ଖବର ଭାଇରଲ ହେବା ପରେ ବିରାଟ କୋହଲି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ମୁଁ ଛୋଟ ବେଳରୁ ଯେଉଁ ନ୍ୟୁଜପେପର ପଢୁଛି, ସେଥିରେ ଆଜି ମୋ ବିଷୟରେ ମିଛ ଖବର ଛପାଯାଇଛି । ଇନଷ୍ଟାଗ୍ରାମରେ ଖବରକାଗଜର ସ୍କ୍ରିନସର୍ଟ ଲଗାଇଛନ୍ତି ।ତେବେ ଏହା ପ୍ରଥମ ନୁହେଁ, ପୂର୍ବରୁ ଅନେକ ଥର ବିରାଟ ମିଛ ଖବର ଛାପୁଥିବା ସଂସ୍ଥା ଉପରେ ବର୍ଷିଛନ୍ତି ।

 

Related posts

ପ୍ରତିଟି ଆଇପିଏଲ ମ୍ୟାଚ୍‌ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ ନେଇ ବିସିସିଆଇକୁ ପ୍ରସ୍ତାବ

Odisha Sports Bureau

ଚେନ୍ନାଇ ସହ ଲଢ଼େଇ କରିବ କୋଲକାତା

ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ରୋହିତ ଶର୍ମାଙ୍କ ସାମ୍ବାଦିକ ସମ୍ମିଳନୀ; ଜାଣନ୍ତୁ କ’ଣ କହିଲେ

Odisha Sports Bureau

Leave a Comment