Cricket

ବିରାଟଙ୍କ ଭବିଷ୍ୟବାଣୀ.. ଶୁଭମାନ ଇଣ୍ଡିଆର ଭବିଷ୍ୟତ

ଟିମ୍ ଇଣ୍ଡିଆର ତାରକା ଖେଳାଳି ବିରାଟ କୋହଲି । ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟରଙ୍କ ମଧ୍ୟରେ ଗଣନା ତାଙ୍କୁ ଗଣନା କରାଯାଏ। ବିରାଟ କୋହଲି ମଧ୍ୟ ଭାରତୀୟ ଦଳ ପାଇଁ ସର୍ବାଧିକ ରନ୍ ସ୍କୋରର। ନିକଟରେ ସେ ଏକ ବଡ଼ କଥା ଟିମ୍ ଇଣ୍ଡିଆର ଜଣେ ଯୁବ ଖେଳାଳିଙ୍କୁ ନେଇ କହିଛନ୍ତି । ଯିଏ ଭାରତୀୟ କ୍ରିକେଟ୍ ର ଆଗାମୀ ପିଢିର ନେତୃତ୍ୱ ନେବେ । ଏହି ପ୍ଲେୟାର ବର୍ତ୍ତମାନ ବହୁତ ଭଲ ଫର୍ମରେ ଅଛନ୍ତି।
ଆଇପିଏଲରେ ଦମ୍ଦାର ପଦର୍ଶନ କରି ସମସ୍ତଙ୍କ ମନ ଜିଣିନେଉଛନ୍ତି।ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ର ୬୨ ତମ ମ୍ୟାଚ୍ ଗୁଜୁରାଟ ଟାଇଟାନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଯୁବ ଓପନର୍ ଶୁବମାନ ଗିଲ ଶତକୀୟ ଇଂନିସ ଖେଳିଥିଲେ। ଶୁଭମାନ ଗିଲଙ୍କ ଏହି ଇନିଂସରେ ବିରାଟ କୋହଲି ବହୁତ ପ୍ରଭାବିତ ହୋଇଛନ୍ତି। ଗିଲଙ୍କ ଇନିଂସ ଦେଖି ବିରାଟ କୋହଲି ଇନଷ୍ଟା ଷ୍ଟୋରୀରେ ତାଙ୍କ ଫଟୋ ସେୟାର କରିଛନ୍ତି ଏବଂ କିଛି ଲେଖିଛନ୍ତି ଯାହା ଭାଇରାଲ ହେଉଛି। କୋହଲି ଗିଲଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି ବର୍ଣ୍ଣନା କରିଛନ୍ତି। କୋହଲି ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି , ଗିଲ୍  ପାଖରେ ଦକ୍ଷତା ରହିଛି। ସେ ବହୁତ ଭଲ ପଦର୍ଶନ କରୁଛନ୍ତି। ଆଗକୁ ଯାଅ ଏବଂ ପରବର୍ତ୍ତୀ ପିଢି ଆଗେଇ ନିଅ ।

Related posts

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T-20

Odisha Sports Bureau

ଟିମକୁ ଫେରିଲେ ଶର୍ଦ୍ଦୁଲ ଠାକୁର

Odisha Sports Bureau

ଏସିଆ କପ୍ ଦଳରେ ସ୍ଥାନ ପାଇବେନି ଶ୍ରେୟସ୍ ଆୟର

Odisha Sports Bureau