Cricket

ଦକ୍ଷିଣ ଆଫ୍ରିକାକୁ ପଛରେ ପକାଇ ସିରିଜ୍ ହାତେଇଲା ୱେଷ୍ଟଇଣ୍ଡିଜ୍

ନୂଆଦୀଲ୍ଲୀ: ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍  ଜିତିଲା ୱେଷ୍ଟଇଣ୍ଡିଜ। ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୱେଷ୍ଟଇଣ୍ଡିଜ ୨-୧ରେ ବିଜୟ ହୋଇଛି । ଜୋହାନ୍ସବର୍ଗରେ ଟି -୨୦ ସିରିଜର ତୃତୀୟ ମ୍ୟାଚ୍ ଖେଳାଯାଇଥିଲା।  ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ୭ ରନରେ ଜିତିଛି। ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ରୋମାରିଓ ଶେଫର୍ ଅପରାଜିତ ୪୪ ରନ୍ କରିଥିଲେ ଏବଂ ପେସ୍ ବୋଲର ଅଲଜାରି ଜୋସେଫ ୫ ୱିକେଟ୍ ନେଇଥିଲେ। ଯାହାକି  ଏହି ମ୍ୟାଚ ମଧ୍ୟ ଏକ ହାଇ ସ୍କୋରିଂ ମ୍ୟାଚ୍ ଥିଲା। ଉଭୟ ଦଳ ୨୦୦ ରନ କରିଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ବାହାରିଥିବା ୱେଷ୍ଟଇଣ୍ଡିଜ୍ ଦଳ ୨୦ ଓଭରରେ ୮ ୱିକେଟ୍ ହରାଇ ୨୨୦ ରନ୍  କରିଥିଫବା ବେଳେ  ପକ୍ଷରୁ ୯ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ରୋମାରିଓ ଶେଫର୍ ୨ଟି ଚୌକା ଓ ୩ ଛକା ସହାୟତାରେ ୨୨ ବଲରେ ୪୪ ରନର ଅପରାଜିତ ଇନିଂସ ଖେଳିଥିଲେ। ପରେ ପଡିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଦଳ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୨୧୩ ରନ କରିପାରିଥିଲା । ଦଳ ପାଇଁ ରେଜା ହେଣ୍ଡ୍ରିକ୍ସ ୪୪ ବଲରେ ୮୩ ରନ ସଂଗ୍ରହ କରିଥିଲେ। ସେ ୧୧ଟି ଚୌକା ଓ ୨ ଛକା ମାରିଥିଲେ। ଏହା ବ୍ୟତୀତ ରିଲୋ ରୋସୋ ୨୧ ଟି ବଲରେ ୪୨ ରନ୍ ସଂଗ୍ରହ କରି ୪ଟି ଚୌକା ଓ ୩ ଛକା ମାରିଥିଲେ। ତେବେ ଉଭୟ ବ୍ୟାଟ୍ସମ୍ୟାନଙ୍କ ଦମଦାର ବ୍ୟାଟିଂ ସତ୍ତ୍ବେ ଦଳ ବିଜୟୀ ହୋଇପାରିନଥିଲା। ତୃତୀୟ ମ୍ୟାଚ୍ରେ ପାଞ୍ଚଟି ୱିକେଟ୍ ନେଇଥିବା ୱେଷ୍ଟଇଣ୍ଡିଜ୍ ପେସ ବୋଲର ଅଲଜାରି ଜୋସେଫଙ୍କୁ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ଦିଆଯାଇଛି। ୪ ଓଭରରେ ୫ ୱିକେଟ୍ ନେଇଥିବାବେଳେ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ଜନସନ ଚାର୍ଲ୍ସ ତାଙ୍କ ଚମତ୍କାର ଇନିଂସ ପାଇଁ ‘ପ୍ଲେୟାର ଅଫ୍ ଦି ସିରିଜ୍’ ସମ୍ମାନରେ ସମ୍ମାନୀତ ହୋଇଛନ୍ତି।

Related posts

ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ସେହବାଗ, ଏଦୁଲଜି, ଡି’ସିଲ୍‌ଭା

Odisha Sports Bureau

ମନରେଗା ଯୋଜନାରେ ବଡ଼ ଠକେଇ, କ୍ରିକେଟର ମହମ୍ମଦ ଶାମିଙ୍କ ଭଉଣୀ ଏବଂ ଭାଇଙ୍କୁ ମିଳୁଛି ମଜୁରୀ

Odisha Sports Bureau

ଧୋନିଙ୍କ ପାଇଁ ଆଇସିସି ଜାରି କରିଛି ଏକ ଭିଡ଼ିଓ , ଜାଣନ୍ତୁ ଏହାର କାରଣ