Cricket

ଆଇପିଏଲରେ କେଉଁ ଦଳକୁ ମିଳିବ କେତେ ଟଙ୍କା ?

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ରେ ଯେଉଁ ଦଳ ଅନ୍ତିମ ମ୍ୟାଚ୍ ଜିତିଜିବ, ସେହି ଟିମ୍ ପୁରସ୍କାର ରାଶି ଭାବରେ କୋଟି କୋଟି ଟଙ୍କା ମିଳିବ । ସେହିପରି ହାରିବା ଟିମ୍କୁ ମଧ୍ୟ ମିଳିବ ବିପୁଳ ପରିମାଣର ଅର୍ଥ ।
ସୂଚନା ଅନୁଯାୟୀ, ଯେଉଁ ଟିମ୍ ଆଇପିଏଲ୍ ୨୦୨୪ର ଟାଇଟଲ ହାତେଇବ, ସେହି ଟିମ୍କୁ ପୁରସ୍କାର ରାଶି ଭାବେ ମିଳିବ ୨୦ କୋଟି ଟଙ୍କା । ସେହିପରି ଯେଉଁ ଟିମ୍ ଫାଇନାଲ୍ ମ୍ୟାଚ୍ ହାରିବ ତାକୁ ମିଳିବ ୧୩ କୋଟି ଟଙ୍କା । ଏହା ବ୍ୟତୀତ ଅନ୍ୟ ଟିମ୍ ମଧ୍ୟ ଭଲ ରକମ ମିଳିବ । ଟୁର୍ଣ୍ଣା ମେଣ୍ଟରେ ତୃତୀୟ ଏବଂ ଚତୁର୍ଥ ସ୍ଥାନ ହାସଲ କରିଥିବା ଟିମ୍କୁ ମିଳିବ ୭ କୋଟି ଏବଂ ୬.୫ କୋଟି ଟଙ୍କା । ତେବେ ବିଜେତା କିମ୍ବା ହାରିଥିବା ଟିମ୍ ଏଲିମିନେଟରରେ କେତେ ଟଙ୍କା ପାଇବେ ସେ ନେଇ କୌଣସି ଅଫିସିଆଲ୍ ସୂଚନା ଉପଲବ୍ଧ ନାହିଁ ।
କିନ୍ତୁ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉଭୟ ଟିମ୍କୁମ୍ ମିଳିଥାଏ ଟଙ୍କା । IPL ୨୦୨୪ର ପଏଣ୍ଟ ଟେବୁଲକୁ ନଜରକୁ ନେଲେ ରାଜସ୍ଥାନ ରୟାଲ୍ସ ତୃତୀୟ ସ୍ଥାନରେ ରହିଛି । ଯେତେବେଳେ କି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚତୁର୍ଥ ସ୍ଥାନରେ ରହିଛି । ଏହି କାରଣରୁ ଉଭୟ ଟିମ୍ ମଧ୍ୟରେ ଖେଳାଯିବ ଏଲିମିନେଟର ମ୍ୟାଚ୍ । ପ୍ରଥମ କ୍ୟାଲିଫାୟର ମ୍ୟାଚ କେକେଆର୍ SRH କୁପରାସ୍ତ କରିଛି । ଏହି ବିଜୟ ସହିତ କେକେଆର ଫାଇନାଲରେ କରିଛି ଏଣ୍ଟ୍ରି । କିନ୍ତୁ ହାଇଦ୍ରାବାଦ ଟିମ୍ ଖେଳିବ ୨ୟ କ୍ୟାଲିଫାଏ ମ୍ୟାଚ୍ ।

Related posts

ନ୍ୟୁଜିଲାଣ୍ଡର ହ୍ୟାଟ୍ରିକ୍ ପରାଜୟ, ସେମି ଦ୍ୱାରଦେଶରେ ଦ. ଆଫ୍ରିକା

Odisha Sports Bureau

ଟେଷ୍ଟ-ଦିନିକିଆ-ଟି୨୦ ସମସ୍ତ ଫର୍ମାଟରେ ବିଶ୍ୱର ଏକ ନମ୍ବର ଟିମ ଭାରତ

Odisha Sports Bureau

୨୦୦ତମ ମ୍ୟାଚ୍ ଖେଳି ରେକର୍ଡର ଅଧିକାରୀ ମିତାଲି

Odisha Sports Bureau

Leave a Comment