(ଓଡିଶା ସ୍ପୋର୍ଟ): ଭାରତୀୟ ମହିଳା କ୍ରିକେଟ ଟିମ ଆସନ୍ତା କାଲି ନିଜୟ ଦ୍ୱିତୀୟ ମୁକାବିଲାରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି । ୱେଷ୍ଟଇଣ୍ଡିଜରେ ଜାରି ରହିଥିବା ଆଇସିସି ମହିଳା ବିଶ୍ୱକପ ଟି-୨୦ର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫଳରେ ପାକିସ୍ତାନ ବ୍ୟାଟିଂ କରି ପ୍ରଥମ ଇନିଂସରେ ୭ ୱିକେଟ ହରାଇ ୧୩୩ ରନ ସଂଗ୍ରହ କରିଥିଲା, ଯାହାକି ଭାରତ ବିପକ୍ଷରେ ସର୍ବାଧିକ ସ୍କୋର ।
ଦ୍ୱିତୀୟ ଇନିଂସରେ ଭାରତ ୧୩୪ ରନ ବିଜୟ ଲକ୍ଷ୍ୟ ନେଇ ଭାରତ ୧୯ ଓଭରରେ ୩ଟି ୱିକେଟ ହରା ୧୩୭ ରନ ସଂଗ୍ରହ କରିଥିଲା । ଏହି ସ୍କୋରରୁ ଭାରତୀୟ ଟିମର ପୂର୍ବତନ ଅଧିନାୟିକା ମିତାଲି ଜାର (୫୬ ରନ) ସର୍ବାଧିକ ସ୍କୋର କରିଥିଲେ । ସେ ୪୭ଟି ବଲ ଖେଳି ୭ଟି ଚୌକା ମାରିଥିଲେ । ତାଙ୍କ ବ୍ୟତୀତ ସ୍ମୁତି ମାନ୍ଧାନା ୨୮ଟି ବଲ ଖେଳି ୨୬ ରନ ଯୋଡ଼ିଥିଲେ ।
ବିଜୟୀ ଚୌକା ବେଦା କୃଷ୍ଣାମୂର୍ତ୍ତି ଲଗାଇଥିଲେ । ମିତାଲିଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ପୁରସ୍କାର ମିଳିଥିଲା । ଭାରତ ନିଜର ପରବର୍ତ୍ତୀ ମ୍ୟାଚ ନଭେମ୍ବର ୧୫ରେ ଆୟାରଲାଣ୍ଡ ବିପକ୍ଷରେ ଖେଳିବ ।