chess

ମହିଳା ଚେସ୍ ପ୍ରତିଯୋଗିତା ଜିତିଲେ ପଦ୍ମିନୀ

ଭୁବନେଶ୍ୱର: ଅହମଦାବାଦରେ ସୋମବାର ଶେଷ ହୋଇଥିବା ୪୯ତମ ଜାତୀୟ ମହିଳା ଚେସ୍ ପ୍ରତିଯୋଗିତାରେ ଅନେକ ଟାଇଟଲଧାରୀଙ୍କୁ ପଛରେ ପକାଇ ଟ୍ରଫି ଜିତି ନେଇଛନ୍ତି ରାଜ୍ୟର ଏକମାତ୍ର ମହିଳା ଭାବେ ଆଇଏମ୍ ଟାଇଟଲ୍ ରଖିଥିବା ପଦ୍ମିନୀ ରାଉତ। ଦୀର୍ଘ ୬ ବର୍ଷ ପରେ ଏହି ପ୍ରମୁଖ ଜାତୀୟ ମହିଳା ପ୍ରତିଯୋଗିତା ଜିତି ପଦ୍ମିନୀ ମଧ୍ୟ ପଞ୍ଚମ ଥର ପାଇଁ ଏହି ମର୍ୟ୍ୟଦାଜନକ ଟ୍ରଫି ହାସଲ କରିଛନ୍ତି। ପୂର୍ବରୁ ସେ ୨୦୧୪, ୨୦୧୫, ୨୦୧୬, ୨୦୧୭ରେ କ୍ରମାଗତ ଭାବେ ୪ ବର୍ଷ ଏହି ଜାତୀୟ ମହିଳା ମୁକୁଟ ଜିତିଥିଲେ। ଜାତୀୟ ମୁକୁଟ ବିଜୟ ମୋ ଆତ୍ମବିଶ୍ବାସ ବଢ଼ାଇଛି, ଏବେ ମୋ ପରବର୍ତୀ ଲକ୍ଷ୍ୟ ଗ୍ରାଣ୍ଡମାଷ୍ଟର୍ ଟାଇଟଲ୍ ବୋଲି ପଦ୍ମିନୀ ‘ସମ୍ବାଦ’ ସହ କଥା ହେବା ବେଳେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ପଦ୍ମିନୀଙ୍କ ପାଖରେ ଏବେ ଗୋଟିଏ ମାତ୍ର ଗ୍ରାଣ୍ଡମାଷ୍ଟର ନର୍ମ ରହିଛି। ଆଉ ଦୁଇଟି ନର୍ମ ସହିତ ୨୪୦୦ ରେଟିଂ ଛୁଇଁବା ନିଶ୍ଚିତ ପଦ୍ମିନୀଙ୍କ ଲକ୍ଷ୍ୟ ରହିଛି।

Related posts

ଜାତୀୟ ଚେସ୍ ବକ୍ସିଙ୍ଗ ସିନିୟର ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ଗୌରବ ଆଣିଲେ ବିଷମକଟକ ଝିଅ ବି.ଭିନୀଲା

Odisha Sports Bureau

ଚେସ୍ ବିଶ୍ୱକପ୍: ୧୯ ବର୍ଷୀୟା ଦିବ୍ୟା ଦେଶମୁଖ ହେଲେ ଚାମ୍ପିଅନ୍, ଟାଇଟଲ ଜିତିଥିବା ପ୍ରଥମ ଭାରତୀୟ ମହିଳା

ଗୋଆରେ ଚାଲିଥିବା FIDE ଚେସ୍ ବିଶ୍ୱକପ୍ ରୁ ବାଦ ପଡ଼ିଲେ ବିଶ୍ୱ ଚାମ୍ପିଅନ ଡି ଗୁକେଶ

Odisha Sports Bureau