Cricket

ମହିଳା ଦିନିକିଆ ବିଶ୍ୱକପ, ପ୍ରଥମ ବିଜୟ ହାସଲ କଲା ନ୍ୟୁଜିଲାଣ୍ଡ

(ଡୁନେଡିନ) : ଚଳିତ ମହିଳା ଦିନିକିଆ ବିଶ୍ୱକପ୍‌ରେ ପ୍ରଥମ ବିଜୟ ହାସଲ କଲା ଆୟୋଜକ ନ୍ୟୁଜିଲାଣ୍ଡ । ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ନିକଟରୁ ୩ରନ୍‌ରେ ହାରିବା ପରେ ଗତକାଲି ନ୍ୟୁଜିଲାଣ୍ଡ ଦ୍ୱିତୀୟ ମ୍ୟାଚ୍‌ରେ ବାଂଲାଦେଶକୁ ୯ ୱିକେଟ୍‌ରେ ପରାସ୍ତ କରିଛି । ଭେଟେରାନ ବ୍ୟାଟର ସୁଜି ବେଟ୍ସ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଦଳକୁ ବିଜୟୀ କରାଇଥିଲେ ।

ସୂଚନାନୁଯାୟୀ , ସେ ମହିଳା ବିଶ୍ୱକପ୍‌ରେ ଦ୍ୱିତୀୟ ନ୍ୟୁଜିଲାଣ୍ଡ ବ୍ୟାଟର ଭାବେ ୧୦୦୦ରନ୍‌ ପୂରଣ କରିଥିଲେ। ସୋମବାର ବର୍ଷା ଯୋଗୁ ମ୍ୟାଚ୍‌ ୨୭ ଓଭର ବିଶିଷ୍ଟ ଖେଳାଯାଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ ବାଂଲାଦେଶ ୮/୧୪୦ରନ୍‌ କରିଥିଲା । ଦଳ ପକ୍ଷରୁ ଫରଗାନା ହକ୍‌ ୫୨, ଶାମିମା ସୁଲତାନ ୩୩ରନ୍‌ କରିଥିଲେ । ନ୍ୟୁଜିଲାଣ୍ଡର ଆମି ସାଟ୍ଟର୍ଥୱେଟ ୩ଟି ୱିକେଟ୍‌ ନେଇଥିଲେ ।

Related posts

ଭାରତ ଆଗରେ ୨୧୬ରନର ବିଜୟ ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା

Odisha Sports Bureau

ରୋହିତ:ଦିନିକିଆ କ୍ରିକେଟରେ ୮ ହଜାର ରନ୍ ପୂରଣ କଲେ

Odisha Sports Bureau

ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ସେହବାଗ, ଏଦୁଲଜି, ଡି’ସିଲ୍‌ଭା

Odisha Sports Bureau