More Sports

ରେସଲିଙ୍ଗ ଆସୋସିଏସନର ରାଜ୍ୟ ସ୍ତରୀୟ ମୁକାବିଲା

କଟକ : ଓଡିଶା ରେସଲିଙ୍ଗ ଆସୋସିଏସନରେ ଆରମ୍ଭ ହେଲା ରାଜ୍ୟ ସ୍ତରୀୟ ମୁକାବିଲା। ୧୫ ବର୍ଷରୁ କମ ଓ ୨୩ ବର୍ଷରୁ କମ ପୁରୁଷ ଵର୍ଗ ଓ ମହିଳା ବର୍ଗରେ କୁସ୍ତି ପ୍ରତିଯୋଗିତା ଆରମ୍ଭ ହୋଇଛି । ଗୋଟିଏ ଦିନ ଧରି ଚାଲିବ ଏହି ପ୍ରତିଯୋଗୀତା । ଉଭୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ବିଭିନ୍ନ ୱେଟ କାଟାଗୋରୀ ରେ ମ୍ୟାଚ ଖେଳାଯିବ । ଏହି ମେଗା ପ୍ରତିଯୋଗିତାରେ ଓଡ଼ିଶାର ୧୦ ଟି ଜିଲ୍ଲାର ବଛା ବଛା ଖେଳାଳି ଭାଗ ନେଇଛନ୍ତି।।

ବିଶେଷକରି ଏହି ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା କୃତି ପ୍ରତିଯୋଗୀ ମାନେ ରାଞ୍ଚି ଠାରେ ଆୟୋଜିତ ହେବାକୁ ଥିବା ୧୫ ବର୍ଷ ରୁ କମ ଜାତିୟ ସ୍ଥରୀୟ ପ୍ରତିଯୋଗିତାରେ ଭାଗ ନେବେ। ଏହା ସହ ଜାତୀୟ ସ୍ତରୀୟ ପ୍ରତିଯୋଗୀତା ପାଇଁ ଆସନ୍ତା ୮ ତାରିଖ ଠାରୁ କଟକ ରେ ମଧ୍ୟ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ । ଜାହାଦ୍ୱରା କୁସ୍ତି କ୍ରୀଡାରେ ଓଡିଶା ଜାତୀୟ ସ୍ଥରରେ ଆହୁରି ଉଚ୍ଚ କୋଟର ପଦର୍ଶନ କରିବ ବୋଲି କହିଛନ୍ତି ସମ୍ପାଦକ କିଶୋର ବେହେରା ।

Related posts

ଖେଳ ରତ୍ନ ପାଇଁ ମନୋନିତ ହୋଇଥିବା ସର୍ବକନିଷ୍ଠ ପ୍ରତିଯୋଗୀ ହିମା ଦାସ

ଜୟପୁରର ପ୍ଲେଅଫ୍ରେ ପହଞ୍ଚିବାର ଆଶା ଉଦ୍ଦ୍ିବିତ ରହିଛି

Odisha Sports Bureau

କେବଳ ଫିଟନେସରେ ଉନ୍ନତି ଆଣିବାକୁ ଅନୁମତି ଦେଇଥିଲେ: ଏସଓପି