Wrestling

ବ୍ୟକ୍ତିଗତ କୁସ୍ତି ବିଶ୍ୱକପରେ ଭାଗ ନେବେ ସାକ୍ସି ମଲିକଙ୍କ ସମେତ ୨୪ ଜଣ ଭାରତୀୟ କୁସ୍ତିଯୋଦ୍ଧା

(ଓଡିଶା ସ୍ପୋର୍ଟସ୍): ବ୍ୟକ୍ତିଗତ କୁସ୍ତି ବିଶ୍ୱକପ ପାଇଁ ଭାରତ ମୋଟ ୨୪ ରେସଲର ଫିଲ୍ଡ କରିବାକୁ ନିଷ୍ପତ୍ତି ନେଇଛି । ଏଥିରେ ଅଲିମ୍ପିକ୍ ପଦକ ବିଜେତା ସାକ୍ସି ମଲିକ୍ ଏବଂ ବିଶ୍ୱ ଚାମ୍ପିଆନ୍ ରବି କୁମାର ଡାହିଆ ଏବଂ ଦୀପକ ପୁନିଆ ମଧ୍ୟ ସାମିଲ ଅଛନ୍ତି । ଏହି ସମସ୍ତ ଖେଳାଳି ୧୨ ରୁ ୧୮ ଡିସେମ୍ବର ପର୍ୟ୍ୟନ୍ତ ବେଲାଗଡରେ ହେବାକୁ ଥିବା ବିଶ୍ୱକପରେ ଅଂଶଗ୍ରହଣ କରିବେ । ତେବେ ବଜରଙ୍ଗ ପୁନିଆ, ଜିତେନ୍ଦର, ସୋମବୀର ଏବଂ ବିନେଶ ଫୋଗତଙ୍କ ପରି ଭାରତର ତାରକା କୁସ୍ତିଯୋଦ୍ଧାମାନେ ଏହି ଟୁର୍ନାମେଣ୍ଟରେ ଅନ୍ତର୍ଭୁକ୍ତ ହେବେ ନାହିଁ ।

ବିଶ୍ୱ ଚାମ୍ପିୟନଶିପ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ ପାଇଁ ଭାରତ ସରକାର ଅନୁମୋଦନ ଦେଇଛନ୍ତି ଏବଂ ଏଥିପାଇଁ ୯୦ ଲକ୍ଷ ଟଙ୍କା ବଜେଟ୍ ଆବଣ୍ଟନ କରିଛନ୍ତି ।

ମନୋନୀତ କୁସ୍ତିଯୋଦ୍ଧା :
ପୁରୁଷ:
ଫ୍ରିଷ୍ଟାଇଲ୍ : ରବି କୁମାର ଡାହିଆ (୫୭ କିଲୋଗ୍ରାମ), ରାହୁଲ ଆୱେର୍ (୬୧ କିଲୋଗ୍ରାମ), ନବୀନ (୭୦ କିଲୋଗ୍ରାମ), ଗୋøରବ ବାଲିଆନ୍ (୭୯ କିଲୋଗ୍ରାମ), ଦୀପକ ପୁନିଆ (୮୬ କିଲୋଗ୍ରାମ), ସତ୍ୟବ୍ରତ କାଦାୟନ୍ (୯୭ କିଲୋଗ୍ରାମ), ସୁମିତ (୧୨୫ କିଲୋଗ୍ରାମ)
ଗ୍ରୀକୋ ରୋମାନ୍: ଅର୍ଜୁନ ହାଲକର୍କି (୫୫ କିଲୋଗ୍ରାମ), ଜ୍ଞାନେନ୍ଦ୍ର (୬୦ କିଲୋଗ୍ରାମ), ସଚିନ ରାଣା (୬୩ କିଲୋଗ୍ରାମ), ଅଶୁ (୬୭ କିଲୋଗ୍ରାମ), ଆଦିତ୍ୟ କୁଣ୍ଡୁ (୭୨ କିଲୋଗ୍ରାମ), ସାଜନ (୭୭ କିଲୋଗ୍ରାମ), ସୁନୀଲ କୁମାର (୮୭ କିଲୋଗ୍ରାମ), ହାର୍ଦ୍ଦିକ (୯୭ କିଲୋଗ୍ରାମ), ନବୀନ (୧୩୦ କିଲୋଗ୍ରାମ)
ମହିଳା :
ନିର୍ମଳା ଦେବୀ (୫୦ କିଲୋଗ୍ରାମ), ପିଙ୍କି (୫୫ କିଲୋଗ୍ରାମ), ଅନସୁ (୫୭ କିଲୋଗ୍ରାମ), ସରିତା (୫୯ କିଲୋଗ୍ରାମ), ସୋନମ (୬୨ କିଲୋଗ୍ରାମ), ସାକ୍ସି ମଲିକ (୬୫ କିଲୋଗ୍ରାମ), ଗୁରୁଶରଣପ୍ରୀତ କୌର (୭୨ କିଲୋଗ୍ରାମ), କିରଣ (୭୬ କିଲୋଗ୍ରାମ) ।

Related posts

ବିଶ୍ବ କନିଷ୍ଠ ହ୍ବିଲ୍‌ଚେୟାର ଅସିଚାଳନାରେ ଭାଗନେବେ ପବିତ୍ର

Odisha Sports Bureau

ଯନ୍ତର ମନ୍ତରରେ କଳା ଦିବସ ପାଳିଲେ କୁସ୍ତିଯୋଦ୍ଧା

ଆନ୍ଦୋଳଦରତ ସମୟରେ କୁସ୍ତିଯେଦ୍ଧାଙ୍କ ୱାର୍ମଅପ୍

Odisha Sports Bureau