Wrestling

ବ୍ୟକ୍ତିଗତ କୁସ୍ତି ବିଶ୍ୱକପରେ ଭାଗ ନେବେ ସାକ୍ସି ମଲିକଙ୍କ ସମେତ ୨୪ ଜଣ ଭାରତୀୟ କୁସ୍ତିଯୋଦ୍ଧା

(ଓଡିଶା ସ୍ପୋର୍ଟସ୍): ବ୍ୟକ୍ତିଗତ କୁସ୍ତି ବିଶ୍ୱକପ ପାଇଁ ଭାରତ ମୋଟ ୨୪ ରେସଲର ଫିଲ୍ଡ କରିବାକୁ ନିଷ୍ପତ୍ତି ନେଇଛି । ଏଥିରେ ଅଲିମ୍ପିକ୍ ପଦକ ବିଜେତା ସାକ୍ସି ମଲିକ୍ ଏବଂ ବିଶ୍ୱ ଚାମ୍ପିଆନ୍ ରବି କୁମାର ଡାହିଆ ଏବଂ ଦୀପକ ପୁନିଆ ମଧ୍ୟ ସାମିଲ ଅଛନ୍ତି । ଏହି ସମସ୍ତ ଖେଳାଳି ୧୨ ରୁ ୧୮ ଡିସେମ୍ବର ପର୍ୟ୍ୟନ୍ତ ବେଲାଗଡରେ ହେବାକୁ ଥିବା ବିଶ୍ୱକପରେ ଅଂଶଗ୍ରହଣ କରିବେ । ତେବେ ବଜରଙ୍ଗ ପୁନିଆ, ଜିତେନ୍ଦର, ସୋମବୀର ଏବଂ ବିନେଶ ଫୋଗତଙ୍କ ପରି ଭାରତର ତାରକା କୁସ୍ତିଯୋଦ୍ଧାମାନେ ଏହି ଟୁର୍ନାମେଣ୍ଟରେ ଅନ୍ତର୍ଭୁକ୍ତ ହେବେ ନାହିଁ ।

ବିଶ୍ୱ ଚାମ୍ପିୟନଶିପ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ ପାଇଁ ଭାରତ ସରକାର ଅନୁମୋଦନ ଦେଇଛନ୍ତି ଏବଂ ଏଥିପାଇଁ ୯୦ ଲକ୍ଷ ଟଙ୍କା ବଜେଟ୍ ଆବଣ୍ଟନ କରିଛନ୍ତି ।

ମନୋନୀତ କୁସ୍ତିଯୋଦ୍ଧା :
ପୁରୁଷ:
ଫ୍ରିଷ୍ଟାଇଲ୍ : ରବି କୁମାର ଡାହିଆ (୫୭ କିଲୋଗ୍ରାମ), ରାହୁଲ ଆୱେର୍ (୬୧ କିଲୋଗ୍ରାମ), ନବୀନ (୭୦ କିଲୋଗ୍ରାମ), ଗୋøରବ ବାଲିଆନ୍ (୭୯ କିଲୋଗ୍ରାମ), ଦୀପକ ପୁନିଆ (୮୬ କିଲୋଗ୍ରାମ), ସତ୍ୟବ୍ରତ କାଦାୟନ୍ (୯୭ କିଲୋଗ୍ରାମ), ସୁମିତ (୧୨୫ କିଲୋଗ୍ରାମ)
ଗ୍ରୀକୋ ରୋମାନ୍: ଅର୍ଜୁନ ହାଲକର୍କି (୫୫ କିଲୋଗ୍ରାମ), ଜ୍ଞାନେନ୍ଦ୍ର (୬୦ କିଲୋଗ୍ରାମ), ସଚିନ ରାଣା (୬୩ କିଲୋଗ୍ରାମ), ଅଶୁ (୬୭ କିଲୋଗ୍ରାମ), ଆଦିତ୍ୟ କୁଣ୍ଡୁ (୭୨ କିଲୋଗ୍ରାମ), ସାଜନ (୭୭ କିଲୋଗ୍ରାମ), ସୁନୀଲ କୁମାର (୮୭ କିଲୋଗ୍ରାମ), ହାର୍ଦ୍ଦିକ (୯୭ କିଲୋଗ୍ରାମ), ନବୀନ (୧୩୦ କିଲୋଗ୍ରାମ)
ମହିଳା :
ନିର୍ମଳା ଦେବୀ (୫୦ କିଲୋଗ୍ରାମ), ପିଙ୍କି (୫୫ କିଲୋଗ୍ରାମ), ଅନସୁ (୫୭ କିଲୋଗ୍ରାମ), ସରିତା (୫୯ କିଲୋଗ୍ରାମ), ସୋନମ (୬୨ କିଲୋଗ୍ରାମ), ସାକ୍ସି ମଲିକ (୬୫ କିଲୋଗ୍ରାମ), ଗୁରୁଶରଣପ୍ରୀତ କୌର (୭୨ କିଲୋଗ୍ରାମ), କିରଣ (୭୬ କିଲୋଗ୍ରାମ) ।

Related posts

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆସିଲେ ୧୯୮୩ ବିଶ୍ୱକପ୍ ବିଜେତା ଟିମ୍

Odisha Sports Bureau

ସତ ସାମ୍ନାକୁ ଆଣିବାକୁ ଯେକୌଣସି ପରୀକ୍ଷାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ; ବ୍ରିଜଭୂଷଣ

ବାସନ୍ଦ ହେଲେ ରବି କୁମାରଙ୍କ ସହ ଅନ୍ୟ ୪ ଖେଳାଳି

Odisha Sports Bureau