Cricket

ସମୟ ଥିଲା ମଶ୍ଚିଦ୍ ରେ ଝାଡୁ ମାରୁଥିଲେ ଏହି କ୍ରିକେଟର, ଡେବ୍ୟୁ ମ୍ୟାଚରେ ହିଁ ଭାରତକୁ କରିଥିଲେ ‘ବିଶ୍ୱ ଚମ୍ପିଆନସିପ୍’

( ଓଡିଶା ସ୍ପୋର୍ଟ): ୟୁସୁଫ୍ ପଠାନ କ୍ରିକେଟ୍ ଇତିହାସର ଏକମାତ୍ର ଖେଳାଳୀ ଅଟନ୍ତି ଯିଏ ବିଶ୍ୱ କପ୍ ଫାଇନାଲରେ ଡେବ୍ୟୁ କରିଥିଲେ । ୟୁସୁଫ୍ ପଠାନ ୨୦୦୭ ରେ ପ୍ରଥମେ ଟି-୨୦ ବିଶ୍ୱ କପ୍ ର ଫାଇନାଲରେ ପାକିସ୍ତାନ ବିପକ୍ଷରେ ଓପନିଙ୍ଗ୍ କରି ନିଜର ଅନ୍ତଃରାଷ୍ଟ୍ରିୟ କ୍ରିକେଟ୍ ଜିବନୀ ଆରମ୍ଭ କରିଥିଲେ । ୟୁସୁଫ ପଠାନ୍ ନଭେମ୍ବର ୧୭ରେ ୩୬ ବର୍ଷରେ ପଦାର୍ପଣ କରିଛନ୍ତି । ୱାନ୍ ଡେ ଏବଂ ଟି-୨୦ ରେ ୧୦୦ ରୁ ଅଧିକ ଷ୍ଟ୍ରାଇକ୍ ରେଟରେ ଖେଳିଥିବା ୟୁସୁଫ୍ ଟିମ୍ ଇଣ୍ଡିଆର ଆକ୍ରମଣକାରି ବୋଲରଙ୍କ ମଧ୍ୟରେ ଗଣା ଯାଆନ୍ତି । କୁହାଯାଏ ୟୁସୁୁଫ ଶେଷ ଓଭରରେ ଯେତିକି ସ୍ପିଡ୍ରେ ରନ୍ ସଂଗ୍ରହ କରନ୍ତି ଅନ୍ୟ କେହି କରିପାରନ୍ତି ନାହିଁ ।

ଏମିତି ଏକ ସମୟ ଥିଲା ଯେତେବେଳେ ୟୁସୁୁଫ୍ ମଶ୍ଚିଦ୍ ରେ ଝାଡୁ ମାରୁଥିଲେ, ହେଲେ କ୍ରିକେଟ ପାଇଁ ତାଙ୍କର ଜୁନୁନ୍ କେବେ ବି ଶେଷ ହୋଇ ନ ଥିଲା । ଖାଲି ସମୟରେ ସେ ନିଜ ଭାଇ ଇରଫାନଙ୍କ ସହିତ କ୍ରିକେଟ୍ ପ୍ରାଟିସ୍ କରୁଥିଲେ । ସେ ଏବେ ସୁୁଦ୍ଧା ୫୭ ୱାନ୍ ଡେ ମ୍ୟାଚ୍ ଖେଳିସାରିଛନ୍ତି । ୫୭ ମ୍ୟାଚ୍ ର ୪୧ ପାରି ରେ ୟୁସୁଫ୍ ୧୧୩.୬୦ର ଷ୍ଟ୍ରାଇକ୍ ରେଟରେ ୮୧୦ ରନ୍ କରିଥିଲେ । ଏଥିରେ ସେ ୨ ଶତକ ଏବଂ ୩ ଅର୍ଦ୍ଧଶତକ ସଂଗ୍ରହ କରିଥିଲେ । ପଠାନ୍ ନିଜର ଅନ୍ତଃରାଷ୍ଟ୍ରିୟ ଖେଳର ଆରମ୍ଭ ଟି୨୦ରୁ ଆରମ୍ଭ କରିଥିଲେ । ୟୁସୁଫ ଏବେ ସୁଦ୍ଧା ୨୨ ଡି-୨୦ ମ୍ୟାଚ୍ ରେ ୧୪୬.୫୮ ର ଷ୍ଟ୍ରାଇକ୍ ରେଟ୍ ରେ ୨୩୬ ରନ୍ ସଂଗ୍ରହ କରିଛନ୍ତି । ତେବେ ଅନ୍ତରାଷ୍ଟ୍ରିୟ ଟି-୨୦ ରେ ତାଙ୍କର ଉଚ୍ଚତମ ସ୍କୋର ୩୭ରନ୍ ଅଟେ, କିନ୍ତୁ ସେ ଆପିଏଲ୍ ରେ ଶତକ ମଧ୍ୟ ମାରିସାରିଛନ୍ତି । ପଠାନଙ୍କ ସାହାଯ୍ୟରେ ରାଜସ୍ତାନ ରୟାଲସ୍ ଆଇପିଏଲ୍ ର ପ୍ରଥମ ସିରିଜ୍ ମଧ୍ୟ ଜିତି ସାରିଛନ୍ତି ।

Related posts

ସରିଲା ଭାରତ ପାକିସ୍ତାନର ପ୍ରଥମ ଇନିଂସ, ଭାରତକୁ ୧୯୨ରନ୍ ର ଟାର୍ଗେଟ

Odisha Sports Bureau

ଅବସର ଘୋଷଣା କଲେ ସ୍ପିନର ଶଦାବ ଜାକାତି

Odisha Sports Bureau

ଟେଷ୍ଟ କ୍ରିକେଟରେ ଇତିହାସ ରଚିଲେ ପାକିସ୍ତାନୀ କ୍ରିକେଟର ସାଉଦ ସକିଲ

Leave a Comment