Cricket

ସାଧାରଣତନ୍ତ୍ର ଦିବସ ଅବସରରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଆୟୋଜିତ

୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ଗଣମାଧ୍ୟମ ଏକାଦଶ ଓ ଜିଲ୍ଲା ପ୍ରଶାସନ ଏକାଦଶ ମଧ୍ୟରେ ଆୟୋଜିତ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଆୟୋଜିତ ହୋଇଥିଲା । ଏଥିରେ ଜିଲ୍ଲା ପ୍ରଶାସନ ଏକାଦଶ ବିଜେତା ହୋଇଥିଲେ। ଉକ୍ତ ମ୍ୟାଚରେ ସନ୍ତୋଷ କୁମାର ପ୍ରଧାନ ଜିଲ୍ଲା ପ୍ରଶାସନ ଏକାଦଶ ତରଫରୁ ଦଳ ପାଇଁ  ବ୍ୟାଟିଂ କରି ୪୬ ରନ ସଂଗ୍ରହ ଓ ଏକ ଓଭର ବୋଲିଂ କରି ଦଳ ପାଇଁ ୧ ୱିକେଟ୍ ନେଇ ମେନ୍ ଅଫ ଦି ମ୍ୟାଚ୍ ଘୋଷିତ ହୋଇଥିଲେ।

ଏହି ବନ୍ଧୁତା ପୂର୍ଣ୍ଣ କ୍ରିକେଟ୍ ମ୍ୟାଚର ଉତପ୍ରେରକ ଥିଲେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ୍ ,ପାରଳାଖେମୁଣ୍ଡି ଶାଖା। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ପୃଥ୍ୱୀରାଜ ମଣ୍ଡଳ, ସହକାରୀ ଜିଲ୍ଲାପାଳ ତଥା ଭାରପ୍ରାପ୍ତ କ୍ରୀଡ଼ା ଅଧିକାରୀ ତ୍ରିନାଥ ସାହୁ , ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ମ୍ୟାଚରେ ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଗଣ ଓ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ମ୍ୟାଚଟି ଜିଲ୍ଲା କ୍ରୀଡ଼ା ବିଭାଗ ତରଫରୁ  ସମ୍ପାଦିତ ହୋଇଥିଲା।

Related posts

ଦ୍ୱିତୀୟ ଟି୨୦, ଟସ ଜିତି ପ୍ରଥମେ ବ୍ୟାଟିଂ ନ୍ୟୁଜିଲାଣ୍ଡ

Odisha Sports Bureau

ଦିନିକିଆ ବିଶ୍ୱକପ୍‌ ପରେ ଦିନିକିଆ କ୍ରିକେଟ୍‌ରୁ ଅବସର ନେବାକୁ ନିଜେ ଘୋଷଣା କରିଛନ୍ତି ନବୀନ୍‌ ଉଲ୍‌-ହକ୍‌

Odisha Sports Bureau

ରାଜକୋଟରେ ଦକ୍ଷିଣ ଅଫ୍ରିକାକୁ ହରାଇଲା ଭାରତ ‘ଏ’ ଦଳ

Odisha Sports Bureau