Badminton

ଅନ୍ତଃରାଷ୍ଟ୍ରିୟ ବ୍ୟାଡମିଣ୍ଟନରୁ ଲି ଜୁୁ ରୁଇଙ୍କ ସନ୍ନ୍ୟାସ

(ଓଡିଶା ସ୍ପୋର୍ଟସ): ପୁର୍ବ ଅଲମ୍ପିକ୍ ଚମ୍ପିଆନ୍ ଲି ଜୁ ରୁଇ ଅନ୍ତରାଷ୍ଟ୍ରିୟ ବ୍ୟାଡମିଣ୍ଟନରୁ ନିଜର ରିଟାୟମେଣ୍ଟର ଘୋଷଣା କରିଛନ୍ତି । ଲି ନିଜ ସମୟର ସବୁଠାରୁ ଭଲ ଖେଳାଳୀମାନଙ୍କ ମଧ୍ୟରୁୁ ଜଣେ ଥିଲେ, ସେ ୨୦୧୨ ମସିହା ଲଂଣ୍ଡନ ଅଲମ୍ପିକ୍ ପରେ ବାରମ୍ବାର ଆଘାତ ଲାଗିବାରୁ କଷ୍ଟ ଭୋଗିଆସୁଛନ୍ତି । ଲି ୨୦୧୦ର ବ୍ୟାଡମିଣ୍ଟନ ଏସିଆ ଚମ୍ପିଆନସିପ୍ ରେ ଭାରତୀୟ ଷ୍ଟାର ଖେଳାଳୀ ସାଇନା ନେହେୱାଲ ଏବଂ ହମବତନ ଲିୟୁ ଶିନଙ୍କୁ ପରାସ୍ତ କରି ମୁଖ୍ୟ ଖବରର ଚର୍ଚ୍ଚାରେ ଆସିଥିଲେ । ସେହି ସମୟରେ ତାଙ୍କୁ ମାତ୍ର ୧୯ ବର୍ଷ ହୋଇଥିଲା । ଲି ଖୁବ ଶିଘ୍ର ସମସ୍ତଙ୍କଠାରୁ ପ୍ରତିଭାବାନ ଖେଳାଳୀ ହୋଇ ବାହାରିଥିଲେ । ସେ ଶୀର୍ଷ ସ୍ତରୀୟ ପ୍ରତିଯୋଗିତାରେ ନିିଜର ପ୍ରଭାବ ବିସ୍ତାରକରି ସଫଳତା ହାସଲ କରିଥିଲେ । ଅଲମ୍ପିକରେ ସ୍ୱର୍ଣ୍ଣପଦକ ଜିତିବା ପୂର୍ବରୁ ସେ ୨୦୧୨ର ଅଲ୍ ଇିଣ୍ଡିଆ ଚମ୍ପିଆନସିପ୍ ଜିତିିଥିଲେ । ଲି ବିଶ୍ୱ ଚମ୍ପିଆନସିପ୍ ୨୦୧୩ ଏବଂ ୨୦୧୪ର ସଂସ୍କରଣରେ ରୌପ୍ୟ ପଦକ ଜିତିଥିଲେ । ଅବଶ୍ୟ ସେ ଫାଇନାଲରେ ଥାଇଲାଣ୍ଡର ରତଚନୋକ ଇନ୍ତାନୋକ ଏବଂ ସ୍ପେନର କେରୋଲିନା ମାରିନଙ୍କ ଠାରୁ କ୍ରମଶଃ ପରାସ୍ତ ହୋଇଥିଲେ ।
ଲି ରିିଓ ଅଲମ୍ପିକରେ ପଦକ ଜିତିବାର ପ୍ରତିଯୋଗିମାନଙ୍କ ମଧ୍ୟରେ ଜଣେ ଥିôଲେ । କିନ୍ତୁ ଏହି ସମୟରେ ମ୍ୟାଚ୍ ଖେଳୁଥିବା ମଧ୍ୟରେ ତାଙ୍କୁ ଆଘାତ ଲାଗିଥିଲା ଏବଂ ଏହି ଆଘାତ କୃସିଏଟ ଲିଗାମେଟର ରୂପ ନେଇସାରିଛି । ସେ ମ୍ୟାଚ ହାରିଥିଲେ ଓ ଏକବର୍ଷରୁ ଅଧିକ ସମୟ ଆକ୍ସନରୁ ବାହାରେ ରହିଥିଲେ । ପର୍ତ୍ୟାବର୍ତ୍ତନପରେ ସେ ଅପ୍ରେଲରେ ଲିଚସୁଇ ଚାଇନା ମାଷ୍ଟର୍ସ ଜିତିଥିଲେ, ସେ ୟୁଏଏସ୍ ଓପନ ଏବଂ କାନାଡା ଓପନ ମଧ୍ୟ ଜିତି ଟାଇଟାଲର ହାଟ୍ରିକ୍ କରିଥିଲେ । ଅବଶ୍ୟ ଚୀନର ଶୀର୍ଷର୍ ସ୍ତରିିୟ ପ୍ରତିଯୋଗିତାରେ ତାଙ୍କ ଫାର୍ମ ଭଲ ନ ଥିଲା । ସେ ତାଙ୍କର ଶେଷ ମୁକାବିଲା କୋରିଆ ଓପନରେ ଖେଳୀଥିଲେ ଯେଉଁଥିରେ ଜାପାନର ସୟାକ ତାକାହାଶିଙ୍କ ବିପକ୍ଷରେ ନିଜର ପ୍ରଥମ ପର୍ଯ୍ୟାୟ ମ୍ୟାଚ ପରେ ରିଟାୟର ହୋଇଛନ୍ତି । ନିଜର ଅନ୍ତଃରାଷ୍ଟ୍ରିୟ କ୍ୟାରିୟରରେ ଲି ୧୪ଟି ସୁପରସିରିଜ ଏବଂ ୨୦୧୩ରେ ବିଡବ୍ଲୁଏଫ୍ ଫିମେଲ ପ୍ଲେୟର ଅଫ୍ ଦ ଇୟର ମଧ୍ୟ ବଛାଯାଇଥିଲା ।

Related posts

ଫ୍ରେଞ୍ଚ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ: ତାଇ ଜୁ ୟିଙ୍ଗ୍‌ଠାରୁ ପରାସ୍ତ ହେଲେ ସିନ୍ଧୁ

Odisha Sports Bureau

ବ୍ୟାଟମିଣ୍ଟନ କ୍ୱାର୍ଟରରେ ପିଭି ସିନ୍ଧୁ

Odisha Sports Bureau

୩୫ତମ ଗ୍ରାଣ୍ଡସ୍ଲାମ ଫାଇନାଲ୍‌ରେ ଜୋକୋଭିକ୍‌