Cricket

ଅବସର ଘୋଷଣା କଲେ ସ୍ପିନର ଶଦାବ ଜାକାତି

(ଓଡ଼ିଶା ସ୍ପୋର୍ଟ) ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)ର ପୂର୍ବତନ ସ୍ପିନର ଶଦାବ ଜାକାତି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଏ ନେଇ ଟୁଇଟର ଜରିଆରେ ସେ ଘୋଷଣା କରିଛନ୍ତି। ମୂଳତଃ ଗୋଆ ଖେଳାଳି ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଗୁଜରାଟ ଲାୟନ୍ସ (ଅଚଳ) ପାଇଁ ଖେଳିଥିଲେ। ‘ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରୁଛି। ଗତ ଏକବର୍ଷ ହେଲା ଅଧିକ କ୍ରିକେଟ ଖେଳି ନାହିଁ। ହେଲେ ଏହା ମୋ ଜୀବନର ସବୁଠୁ କଷ୍ଟକର ନିଷ୍ପତ୍ତି। ୨୩ ବର୍ଷ ଧରି ଖେଳିବାକୁ ସୁଯୋଗ ଦେବା ପାଇଁ ବିସିସିଆଇ ଓ ଗୋଆ କ୍ରିକେଟକୁ ଧନ୍ୟବାଦ’ ବୋଲି ଜାକାତି ଟୁଇଟ୍ କରିଛନ୍ତି। ୧୯୯୮-୯୯ରେ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିଥିବା ଜାକାତି ୨୦୧୭ ଅକ୍ଟୋବରରେ ପଞ୍ଜାବ ବିପକ୍ଷରେ ଅନ୍ତିମ ମ୍ୟାଚ୍ ଖେଳିଥିଲେ। ସେ କଦାପି ଭାରତୀୟ ଦଳ ପାଇଁ ଖେଳିବାକୁ ସୁଯୋଗ ପାଇ ନ ଥିଲେ।

Related posts

ଆଇପିଏଲ ନିଲାମରେ ୯୭୧ଜଣ ଖେଳାଳି

Odisha Sports Bureau

ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ବିଜୟ ହାସଲ କଲା ଭାରତ

Odisha Sports Bureau

୨୦୨୪ ଟି-୨୦ ବିଶ୍ୱକପ; ଭାରତ ସମେତ ଯୋଗ୍ୟତା ହାସଲ କଲେ ୧୨ ଟିମ

Odisha Sports Bureau