Cricket

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଟିମ୍ ରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ

(ଓଡିଶା ସ୍ପୋର୍ଟ): ଅଶ୍ଳୀଳ ମନ୍ତବ୍ୟ ମହଙ୍ଗା ପଡ଼ିଲା ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କୁ ।ଶେଷରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଟିମ୍ରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ ।ଦୁଇ କ୍ରିକେଟରଙ୍କୁ ନିଲମ୍ବିତ କରିଛି ବିସିସିଆଇ ।

ନିଲମ୍ବନ ସମ୍ପର୍କରେ ସୂଚନା ଦେଇ ବିସିସିଆ ସିଓଏ ଅଧ୍ୟକ୍ଷ ବିନୋଦ ରାଏ କହିଛନ୍ତି, “ଉଭୟ ପାଣ୍ଡ୍ୟା ଏବଂ ରାହୁଲଙ୍କୁ ନିଲମ୍ବନ କରାଯିବା ସହ ତଦନ୍ତ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ତଦନ୍ତ ଆରମ୍ଭ ପୂର୍ବରୁ ଉଭୟଙ୍କୁ ପୁଣିଥରେ ନିଜର ମନ୍ତବ୍ୟ ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ।”
ଅନ୍ୟପକ୍ଷରେ ଏମାନଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ବିସିସିଆଇର ଆଭ୍ୟନ୍ତରୀଣ କମିଟି କରିବ ନା ସ୍ୱତନ୍ତ୍ର ଆଡ ହକ ଅମବୁଡସମ୍ୟାନ୍ କରିବେ, ତାହା ସ୍ପଷ୍ଟ ହୋଇନାହିଁ।

ବିବାଦ ପରେ ବ୍ୟାକଫୁଟକୁ ଯାଇ କ୍ଷମା ପ୍ରାର୍ଥନା କରିଥିଲେ ହାର୍ଦ୍ଦିକ । ସୋସିଆଲ୍ ମିଡିଆରେ ପୋଷ୍ଟ କରି ଲେଖିଥିଲେ, ସୋ’ରେ ମଜି ଯାଇ ଏମିତି ମନ୍ତବ୍ୟ ଦେଇଛନ୍ତି । ଜାଣିଶୁଣି କାହାର ଭାବନାକୁ ଆଘାତ ଦେବା କି କାହାକୁ ଅସମ୍ମାନ କରିବା ଉଦ୍ଦେଶ୍ୟ ନଥିଲା । ତାଙ୍କ ମନ୍ତବ୍ୟ ଯେଉଁମାନଙ୍କୁ ଦୁଃଖ ଦେଇଛି, ସେମାନଙ୍କଠାରୁ କ୍ଷମା ପ୍ରାର୍ଥନା କରିଥିଲେ ହାର୍ଦ୍ଦିକ ।

Related posts

ଋଷବ ପନ୍ଥଙ୍କୁ ଧନ୍ୟବାଦ ଜଣାଇଲେ ଈଶାନ କିଷାନ, ବ୍ୟାଟ୍‌ରେ RP17 ଲେଖି କରିଥିଲେ ବ୍ୟାଟିଂ

ଆଇସିସି ଓ ବିସିବି ବିବାଦରେକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛି ଶ୍ରୀଲଙ୍କା ।

Odisha Sports Bureau

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି