Cricket

ଆଇପିଏଲ ୧୨ରେ ବିଜୟରୁ ଅଭିଯାନ ଆରମ୍ଭ କଲା ସୁପରକିଙ୍ଗସ୍

(ଓଡିଶା ସ୍ପୋର୍ଟ): ଗତକାଲି ଚେନ୍ନାଇର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା ଆଇପିଏଲ୍ ଦ୍ୱାଦଶ ସଂସ୍କରଣର ପ୍ରଥମ ମ୍ୟାଚ୍ ।ପ୍ରଥମ ଦିନରେ ବିଜୟରୁ ଅଭିଯାନ ଆରମ୍ଭ କଲା ଚେନ୍ନାଇ ସୁପରକିଙ୍ଗସ୍ । ପ୍ରଥମ ମୁକାବିଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁକୁ ୭ ଓ୍ଵିକେଟରେ ହରାଇଛି ଚେନ୍ନାଇ । ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ଦେଇଥିବା ୭୧ରନ୍ ସହଜ ବିଜୟ ଲକ୍ଷ୍ୟକୁ ୩ ଓ୍ଵିକେଟ ବିନିମୟରେ ହାତରେ ୧୪ଟି ବଲ୍ ବାକି ଥାଇ ହାସଲ କରି ନେଇଥିଲା ଚେନ୍ନାଇ । ଦଳ ପକ୍ଷରୁ ଅମ୍ବାତି ରାୟଡୁ ସର୍ବାଧିକ ୨୮, ସୁରେଶ ରୈନା ୧୯ ରନ୍ କରିଥିବା ବେଳେ କେଦାର ଯାଦବ ଅପରାଜିତ ୧୩ ଓ ରବୀନ୍ଦ୍ର ଜାଡେଜା ୬ ରନ୍ କରିଥିଲେ ।

ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି ମାତ୍ର ୭୦ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା । ଚେନ୍ନାଇର ଘାତକ ସ୍ପିନ୍ ଆଗରେ ଗଳି ପଡ଼ିଥିଲା ଓ୍ଵିକେଟ୍ । କେବଳ ପାର୍ଥିବ ପଟେଲ୍ ସର୍ବାଧିକ ୨୯ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଇମ୍ରାନ୍ ତାହିର ଓ ହରଭଜନ ସିଂହ ୩ଟି ଲେଖାଏଁ, ରବୀନ୍ଦ୍ର ଜାଡେଜା ୨ଟି ଓ ଡ୍ଵାନ୍ ବ୍ରାଭୋ ନେଇଥିଲେ ଗୋଟିଏ ଓ୍ଵିକେଟ୍ ।

Related posts

ମାହିଙ୍କ ଟ୍ୱିଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ

Odisha Sports Bureau

ଚର୍ଚ୍ଚାରେ ଚହଲଙ୍କ ୨୦୦ ୱିକେଟ୍ ମାଇଲ୍‌ଖୁଣ୍ଟ

Odisha Sports Bureau

ହୋମ ଗ୍ରାଉଣ୍ଡରେ ମ୍ୟାଚ ଜିତିଲା କେକେଆର