(ଓଡିଶା ସ୍ପୋର୍ଟସ): ଭାରତୀୟ ସ୍ନୁକର ଯୋଡି ପଙ୍କଜ ଆଡଭାନି ଏବଂ ଆଦିତ୍ୟ ମେହେତା ବୁଧବାର ଦିନ ଥାଇଲାଣ୍ଡର ଯୋଡିକୁ ୫-୨ଅଙ୍କରେ ପରାସ୍ତ କରି ଆଇବିଏସଏଫ୍ ୱାର୍ଲଡ ଟିମ୍ ସ୍ନୁକର ଚମ୍ପିଆନସିପରେ ଚମ୍ପିଆନ୍ ହୋଇଛନ୍ତି । ଏହି ଟାଇଟଲ ବିଜୟ ସହିତ ଆଡଭାନିଙ୍କ ବିଶ୍ୱ ଚମ୍ପିଆନଶିପ୍ ଟାଇଟଲ୍ ସଂଖ୍ୟା୨୩ ହୋଇଯାଇଛି । ମେହତାଙ୍କର ଏହା ପ୍ରଥମ ବିଶ୍ୱ ଟାଇଟଲ୍ ଅଟେ ଯେତେବେଳେ କି ତାଙ୍କର ସ୍ୱାସ୍ଥ୍ୟବସ୍ଥା କାରଣରୁ ତାଙ୍କ ଭବିଶ୍ୟ ଉପରେ ସଂନ୍ଦେହ ସୃଷ୍ଟି ହୋଇଯାଇଥିଲା । ଏହି ବିଜୟ ସହିତ ଏହା ସୁନିଶ୍ଚିତ ହୋଇଯାଇଛି ଯେ ଏବେ ପ୍ରତ୍ୟେକ ଆବିଏସଏଫ୍ ବିଶ୍ୱ ଟାଇଟଲ୍ ଆଡଭାନିଙ୍କ ହାତରେ ହେବ ।ଏଠାରେ ସେ ଗତ ସପ୍ତାହରେ ବିଶ୍ୱ ବିର୍ଲିଆଡର୍ସ ଟାଇଟଲ ମଧ୍ୟ ଜିତିଥିଲେ । ମୁକାବିଲାର ଆରମ୍ଭ ମେହତା କରିଥିଲେ, ସେ ପ୍ରଥମ ଫ୍ରେମ ୬୫-୩୧ରେ ବିଜୟ ହାସଲ କରିଥିଲେ । ଆଡଭାନିଙ୍କୁ ଦ୍ୱିତୀୟ ଫ୍ରେମରେ ୯-୬୯ରେ ପରାଜୟର ସାମ୍ନା କରିବାକୁ ପଡିଥିଲା । କିଛି ଫ୍ରେମର କଡା ମୁକାବିଲା ପରେ ଭାରତ ୩-୨ରେ ଆଗୁଆ ରହିଥିଲା ଏବଂ ବେଷ୍ଟ ଅଫ୍ ୯ ଫାଇନାଲରେ ବିଜୟ ହାସଲ କରିବାପାଇଁ ତାଙ୍କୁ କେବଳ ଦୁଇଟି ଫ୍ରେମ୍ ଜିତିବାକୁ ଥିଲା ।
ଏହା ପରେ ଆଡଭାନି ଦ୍ୱିତୀୟ ଯୁଗୋଳ ଫ୍ରେମରେ ୫୨ର ବ୍ରେକ୍ ସହିତ ବିଜୟ ହାସଲ କରିଥିଲେ ଏବଂ ଭାରତକୁ ବିଜୟର ନିକଟତର କରାଇଥିଲେ । ନିଜ କ୍ୟାରିୟରର ଶର୍ବଶ୍ରେଷ୍ଠ ସ୍ନୁକର ଖେଳ ଖେଳୁଥିବା ମେହତା ଏହା ପରେ ଥାଇଲାଣ୍ଡର ପ୍ରତିଦ୍ୱନ୍ଦିଙ୍କୁ ୮୩-୯ରେ ପରାସ୍ତ କରି ନିଜ ନାମକୁ ୱାଲର୍ଡ ଚମ୍ପିଆନଶିପ୍ ହୋଇଥିବା ଖେଳାଳୀ ମାନଙ୍କ ତାଲିକା ମଧ୍ୟରେ ସାମିଲ କରିଛନ୍ତି ।