Cricket

ଆଇସିସିରୁ ନିଲମ୍ବନ ହେଲା ଜିମ୍ବାୱେ କିକ୍ରେଟ

(ଓଡିଶା ସ୍ପୋର୍ଟସ୍): ଆଇସିସି ଅନ୍ତର୍ଜାତୀୟ କିକ୍ରେଟ ପରିଷଦରୁ ବାଦ ପଡ଼ିଲା ଜିମ୍ବାୱେ କ୍ରିକେଟ । ଆଇସିସିର ନିୟମ ପାଳନ କରିନଥିବାରୁ ଆଇସିସି ଜିମ୍ୱାଓ୍ୱେ କ୍ରିକେଟ ଉପରେ ଏଭଳି କାର୍ୟାନୁଷ୍ଠାନ ନେଇଛି। ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ନିୟମ ଭାଙ୍ଗି ଦଣ୍ଡବିଧାନ ସ୍ୱରୂପ ଜିମ୍ୱାଓ୍ୱେ ଆଇସିସିରୁ ବାଦ୍ ପଡ଼ିଥିଲା।
ସରକାରଙ୍କ ଖେଳ ଏବଂ ମନୋରଂଜନ ଆୟୋଗ ଜିମ୍ବୱେ କ୍ରିକେଟକୁ ସାମ୍ବିଧାନିକ ନିୟମ ଉଲଂଘନ କରିବା ପାଇଁ ନିଲମ୍ବିତ କରି ଦେଇଥିଲା ।
ଏଥି ସହିତ ଆଇସିସି ଜିମ୍ବାୱେ କ୍ରିକେଟ ପାଇଁ ପାଣ୍ଠି ମଧ୍ୟ ବନ୍ଦ କରି ଦେଇଛି । ନିଲମ୍ବିତ ହେବା ପରେ ଆଗାମୀ ଅକ୍ଟୋବର ୨୦ରେ ପୁରୁଷ ବିଭାଗର ଟି-୨୦ ବିଶ୍ୱକପ ଯୋଗ୍ୟତାଭିତ୍ତିକ ପ୍ରତିଯୋଗିତାରେ ଜିମ୍ବାୱେ ଭାଗ ନେଇପାରିବ କି ତାହା ସ୍ପଷ୍ଟ ଭାବରେ କୁହାଯାଇପାରିବ ନାହିଁ ।
ଆଇସିସିର ଚେୟାରମ୍ୟାନ ଶଶାଙ୍କ ମନୋହର କହିଛନ୍ତି, ଆମେ କୌଣସି ସଦସ୍ୟଙ୍କୁ ନିଲମ୍ବିତ କରିବା ନିଷ୍ପତ୍ତିକୁ ହାଲୁକା ଭାବରେ ନେଇ ନଥାଉ କିନ୍ତୁ ନିଜର ଖେଳକୁ ରାଜନୈତିକ ହସ୍ତକ୍ଷେପରୁ ମୁକ୍ତ ରଖିବାକୁ ଚାହୁଁଛୁ । ଜିମ୍ବାୱେରେ ଯାହା ହୋଇଛି, ଏହା ଆଇସିସି ସମ୍ବିଧାନର ଏକ ଗୁରୁତର ଉଲଂଘନ ଅଟେ । ଆଇସିସି ଚାହୁଁଛି ଆଇସିସି ସମ୍ବିଧାନର ନିୟମ ଅନୁସାରେ ଜିମ୍ବାୱେରେ କ୍ରିକେଟ ଜାରି ରହୁ ।

ଆଇସିସିର ଏଭଳି ନିଷ୍ପତ୍ତିକୁ କିନ୍ତୁ ପୂର୍ବତନ କ୍ରିକେଟର ବ୍ରେଣ୍ଡନ ଟେଲର ଟ୍ୱିଟ କରି ନିରାଶା ପ୍ରକାଶ କରିଛନ୍ତି। ଆଇସିସିର ଏଭଳି ନିଷ୍ପତ୍ତି ଜିମ୍ୱାଓ୍ୱେ କ୍ରିକେଟ ପ୍ରେମୀଙ୍କୁ ଗଭୀର ମାନସିକ ଆଘାତ ଦେଇଛି ବୋଲି ସେ କହିଛନ୍ତି। ଜିମ୍ୱାଓ୍ୱେ କ୍ରିକେଟ ଟିମ୍ ପାଇଁ ସରକାରଙ୍କ ତରଫରୁ କୌଣସି ସମର୍ଥନ ମିଳୁନାହିଁ। ଜିମ୍ବାୱେ କ୍ରିକେଟ ସଙ୍ଘର ଅଧ୍ୟକ୍ଷ ଜଣେ ସାଂସଦ ହୋଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ସମର୍ଥନ ନମିଳିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

Related posts

ଭାରତ- ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚର ବଦଳିଲା ସମୟ

Odisha Sports Bureau

ଉନ୍ନୋଚିତ ହେଲା ଆଇସିସି ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ ଟ୍ରଫି

Odisha Sports Bureau

ବିଜୟ ପରେ ଦ୍ୱିତୀୟ ଟେଷ୍ଟ ପାଇଁ ବିସିସିଆଇ ଘୋଷଣା କଲା ଟିମ୍ ଇଣ୍ଡିଆ

Odisha Sports Bureau