Cricket

ଆଇସିସି ଟି-୨୦ ବୋଲର ର଼୍ୟାଙ୍କିଙ୍ଗରେ କୁଲଦୀପ ଦ୍ୱିତୀୟ

(ଓଡିଶା ସ୍ପୋର୍ଟ): ଭାରତୀୟ ଚାଇନାମ୍ୟାନ କୁଲଦୀପ ଯାଦବ ଆଇସିସି ଟି-୨୦ ବୋଲର ତାଲିକାରେ ଦ୍ୱିତୀୟ ସ୍ଥାନରେ ପହଁଚି ଯାଇଛନ୍ତି । ଟି୨୦ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ। ଟି-ଟ୍ୱେଣ୍ଟିରେ କୁଲଦୀପ ୨୬ ରନ ଦେଇ ଦୁଇଟି ୱିକେଟ୍ ନେଇଥିଲେ। ଓପନର ଟିମ୍ ସେଫର୍ଟ ଏବଂ କଲିନ ମନରୋ ତାଙ୍କର ଶିକାର ହୋଇଥିଲେ। ଏହି ସଫଳତା ପରେ କୁଲଦୀପ ରା଼ଙ୍କିଂ ତାଲିକାର ଦ୍ୱିତୀୟ ନମ୍ବରରେ ପହଞ୍ଚି ଯାଇଛନ୍ତି। ପ୍ରଥମ ସ୍ଥାନରେ ରହିଛନ୍ତି ଆଫଗାନିସ୍ତାନର ଲେଗ ସ୍ପିନର ରସିଦ ଖାନ।

ତାଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ବୋଲର ଟପ ୧୦ରେ ସ୍ଥାନ ପାଇନାହାନ୍ତି। ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ମାନ୍ୟତାରେ ଅବନ୍ନତି ଦେଖାଯାଇଛି। ସେ ପୂର୍ବ ଅପେକ୍ଷା ୬ଟି ସ୍ଥାନ ତଳକୁ ଖସି ୧୭ତମ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ରହିଛନ୍ତି ପେସର ଭୁବନେଶ୍ୱର କୁମାର (୧୮ତମ)। ପାକିସ୍ତାନ ବ୍ୟାଟ୍ସମ୍ୟାନ ବାବର ଆଜାମଙ୍କ ନେତୃତ୍ୱାଧୀନ ତାଲିକାରେ ରୋହିତ ଶର୍ମା ୭ମ ସ୍ଥାନରେ ଅଧିକାର କରିଥିବାବେଳେ ଲୋକେଶ ରାହୁଲ ଟପ ୧୦ରୁ ଖସି ଯାଇଛନ୍ତି। ରୋହିତଙ୍କ ଓପନିଂ ପାଟର୍ନର ଶିଖର ଧାଓ୍ବନ ୧୧ତମ ପାଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ନ ଖେଳିବାରୁ ବିରାଟ କୋହଲିଙ୍କ ମାନ୍ୟତା ତଳକୁ ଖସିଯାଇଛି। ଭାରତୀୟ ଅଧିନାୟକ ୪ ସ୍ଥାନ ତଳକୁ ଖସି ଜିମ୍ବାଓ୍ବେର ହାମିଲଟନ ମାସାକାଡ୍ଜାଙ୍କ ସହ ମିଳିତ ୧୯ତମ ର଼୍ୟାଙ୍କିଙ୍ଗ୍ ପାଇଛନ୍ତି। ବାମହାତୀ ସ୍ପିନର କ୍ରୁନାଲ ପାଣ୍ଡ୍ୟା ୩୯ ପାହ୍ୟା ଉପରକୁ ଉଠି ୫୯ ତମ ଅଧିକାର କରିଛନ୍ତି।

Related posts

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘଣ୍ଟା ଜବତ

Odisha Sports Bureau

ଅହମଦାବାଦରେ ଚାଲିଛି ଆଫଗାନିସ୍ତାନ ଓ ଦକ୍ଷିଣ ଅଫ୍ରିକା ମଧ୍ୟରେ ଟକ୍କର

Odisha Sports Bureau

ଆଇପିଏଲରେ ପୁଣି ଦମଦାର ଖେଳିଲେ ହାର୍ଦ୍ଦିକ: ପଏଣ୍ଟ ଟେବୁଲର ଟପକୁ ଉଠିଲା ଗୁଜୁରାଟ

Odisha Sports Bureau