Uncategorized

ଆଜି ଗୁଜୁରାଟ ଟାଇଟନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ

ବିଜୟ ଧାରାକୁ ଫେରିବା ଲକ୍ଷ୍ୟ ନେଇ ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଆଜି ଅହମଦାବାଦରେ ଘରୋଇ ଦଳ ଗୁଜରାଟ ଟାଇଟନ୍ସକୁ ଭେଟିବ। ବିଜେତା ଟାଇଟନ୍ସ ସଂପ୍ରତି ପଏଣ୍ଟ ଟେବୁଲର ଚତୁର୍ଥରେ ଥିଲା ବେଳେ ଆଇପିଏଲ୍ ଇତିହାସର ସଫଳ ଦଳ ଇଣ୍ଡିଆନ୍ସ ଚତୁର୍ଥରେ ରହିଛି।
ଆରମ୍ଭରୁ ୨ ମ୍ୟାଚ୍ ହାରିଥିବା ମୁମ୍ବାଇ ଏବେ ବିଜୟ ସହ ଏକ୍ଷକୁ ଫେରିଥିଲା। କିନ୍ତୁ ପଞ୍ଜାବ କିଙ୍ଗ୍ସ ବିପକ୍ଷ ଶନିବାର ମ୍ୟାଚ୍ରେ ଏହି ଦଳ ୧୪ ରନ୍ରେ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍ର ଶେଷ ୫ ଓଭରରେ ମୁମ୍ବାଇ ବୋଲର ୯୬ ରନ୍ ବ୍ୟୟ କରିବାରୁ ପଞ୍ଜାବ ବଡ଼ ସ୍କୋର କରିପାରିଥିଲା। ଦ୍ରୁତ ବୋଲର ଅର୍ଜୁନ ତେନ୍ଦୁଲକର, ଜାସନ ବେହରେନଡର୍ଫ, କାମେରୁନ ଗ୍ରିନ ଓ ଜୋଫ୍ରା ଅର୍ଚର ନିଜ ଓଭର କୋଟା ପୂରଣ କରି ୪୦ରୁ ଊର୍ଦ୍ଧ୍ବ ରନ୍ ବ୍ୟୟ କରିଥିଲେ। ଅଭିଜ୍ଞ ସ୍ପିନର ପୀୟୂଷ ଚାୱାଲା ଓ ତାଙ୍କ ସାଥୀ ହ୍ରିତିକ ସୋକିନ କିନ୍ତୁ ସୁନ୍ଦର ବୋଲିଂ କରି ରନ୍ ଗତି କମାଇଥିଲେ। ବ୍ୟାଟିଂରେ ରୋହିତ ଶର୍ମା, ସୂର୍ୟ୍ୟକୁମାର ଯାଦବ, ଗ୍ରିନ ଓ ଟିମ୍ ଡେଭିଡ ଭଲ ଖେଳିଥିଲେ ମଧ୍ୟ ଦଳକୁ ଜିତାଇବାରେ ସକ୍ଷମ ହୋଇନଥିଲେ। ଡେଥ୍ ଓଭରରେ ଅର୍ଶଦୀପ ସିଂହଙ୍କ ସୁନ୍ଦର ବୋଲିଂ ଯୋଗୁଁ ମୁମ୍ବାଇ ହାରିବାକୁ ବାଧ୍ୟ ହୋଇଥିଲା। ତେଣୁ ଟାଇଟନ୍ସର ବୋଲିଂ ଲାଇନ୍ ଯେଭଳି ରହିଛି ମୁମ୍ବାଇ ବ୍ୟାଟର୍ ସଂଘର୍ଷ କରିବାର ସମ୍ଭାବନା ରହିଛି।

Related posts

ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାଁ ବଦଳି ହେଲା ଓଡିଶା ରାଜ୍ୟ କ୍ରୀଡା ସମ୍ମାନ

୧୬ରେ ଏସ୍ଏସ୍ଆଇ ସ୍ପୋଟ୍ସ ସାଇନ୍ସ ସମ୍ମିଳନୀ ;ଯୋଗଦେବେ ଭାରତର କ୍ରୀଡ଼ା ବିଜ୍ଞାନ ବିଶେଷଜ୍ଞ

Odisha Sports Bureau

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ