Cricket

ଆଜି ଭାରତ ଓ ଇଣ୍ଡିଜ୍ ମଧ୍ୟରେ ଶେଷ ଦିନିକିଆ

଼ଇଣ୍ଡିଜ୍ ବିପକ୍ଷ ଶେଷ ଦିନିକିଆ ଆଜି, କ୍ରମାଗତ ଅଷ୍ଟମ ଶୃଙ୍ଖଳା ଲକ୍ଷ୍ୟରେ ଭାରତ। କେରଳର ଥିରୁବନ୍ତପୁରମ୍ ଗ୍ରିନ୍ ଫିଲ୍ ଡ ଇଣ୍ଟରନ୍ୟାସ୍ ନାଲ୍ ଷ୍ଟାଡିୟମ୍ ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ପଞ୍ଚମ ତଥା ଶେଷ ଦିନିକିଆ ମ୍ୟାଚ୍ ଖେଳାଯିବ। ମୁମ୍ବାଇ ମ୍ୟାଚ୍ ଜିତି ୨-୧ରେ ଆଗୁଆ ରହିଥିବା ଘରୋଇ ଭାରତ ପାଇଁ ଏହି ମ୍ୟାଚ୍ ଶୃଙ୍ଖଳା ବିଜୟ ସୁଯୋଗ ରଖିଛି। ଏହି ମ୍ୟାଚ୍ ଜିତିଲେ ଭାରତ ଚଳିତ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୩-୧ରେ କବ୍ ଜା କରିନେବ। କେବଳ ସେତିକି ନୁହେଁ ଭାରତ ମଧ୍ୟ ଇଣ୍ଡିଜ୍ ବିପକ୍ଷରେ କ୍ରମାଗତ ଅଷ୍ଟମ ଶୃଙ୍ଖଳା ଜିତିବ। ଚଳିତ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ରେ ୩୦୦ରୁ ଅଧିକ ରନ୍ କରିବା ସ୍ୱତେ ପରାଜୟ ବରଣ କରିଥିବା ଇଣ୍ଡିଜ୍ ଦଳ ଦ୍ବିତୀୟ ମ୍ୟାଚ୍ ରେ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଥିଲେ ମଧ୍ୟ ଟାଇ ରଖିଥିଲା। ତେବେ ମୁମ୍ବାଇରେ ଚତୁର୍ଥ ମ୍ୟାଚ୍ ବଡ଼ ବ୍ୟବଧାନରେ ହାରିଯାଇଥିଲା ବେଳେ ପଞ୍ଚମ ମ୍ୟାଚ୍ କୁ ଜିତି ସମ୍ମାନର ସହ ଶୃଙ୍ଖଳା ଶେଷ କରିବା ଲକ୍ଷ୍ୟ ରଖିଛନ୍ତି ଇଣ୍ଡିଜ୍ ଅଧିନାୟକ ଜାସନ୍ ହୋଲ୍ ଡର। ଆଜି ନଜରରେ ରହିବେ ଶୀର୍ଷକ୍ରମ ବ୍ୟାଟ୍ ସମ୍ୟାନ୍। ଭାରତ ଶେଷ ମ୍ୟାଚ୍ ଜିତିବାକୁ ହେଲେ ତାକୁ ଶୀର୍ଷକ୍ରମ ବ୍ୟାଟିଂ ଉପରେ ନିର୍ଭର ରହିବାକୁ ପଡ଼ିବ। ବିଶେଷକରି ରୋହିତ ଶର୍ମା, ଅଧିନାୟକ ବିରାଟ କୋହଲି ଓ ଅମ୍ବାତି ରାୟୁଡୁଙ୍କ ସ୍ଥିର ପ୍ରଦର୍ଶନ ହିଁ ଭାରତକୁ ଶୃଙ୍ଖଳା ବିଜୟ ଦେଇପାରିବେ ।

Related posts

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରେ ଡେଭିଡ ୱାର୍ନରଙ୍କର ଏକ ଭିନ୍ନ ଶୈଳୀ ଦେଖିବାକୁ ମିଳିବ; ଏକ ନୂଆ ଭୂମିକାରେ ଦେଖିବାକୁ ମିଳିବ

Odisha Sports Bureau

ଫଟାଫଟ କ୍ରିକେଟରେ ଯୋଗ ଦେଲେ ମାଷ୍ଟର ବ୍ଲାଷ୍ଟର

Odisha Sports Bureau

ଅଷ୍ଟ୍ରେଲୀୟ ଖେଳାଳିଙ୍କ ସାମ୍ନାରେ ନାଚୁଥିବାର ନଜର ଆସିଲେ ନାଚିଲେ କୋହଲି

Odisha Sports Bureau