More Sports

ଆସନ୍ତା ବର୍ଷ ପାଇଁ ସ୍ଥଗିତ ରଖାଯାଇପାରେ ଟୋକିଓ ଅଲିମ୍ପିକ-୨୦୨୦

(ଓଡ଼ିଶା ସ୍ପୋର୍ଡ଼ସ ): ୱାର୍ଲ୍ଡ ଆଟଲେଟିକ୍ସ ମୁଖ୍ୟ ସେବାଷ୍ଟିଆନ କୋ ସ୍ୱିକାର କରିଛନ୍ତି ଯେ କରୋନା ଭାଇରସ କାରଣ ହେତୁ ଟୋକିଓ ଅଲିମ୍ପିକ୨୦୨୦ ଆସନ୍ତା ବର୍ଷ ପାଇଁ ସ୍ଥଗିତ ରଖାଯାଇପାରେ । କିନ୍ତୁ ଏନେଇ ଶିଘ୍ର କୌଣସି ନିଷ୍ପତ୍ତି ନେବା ଠିକ ହେବ ନାହିଁ ।
ଏହା ପୂର୍ବରୁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ସଭାପତି ଥେମାସ ବକ କହିଥିଲେ ଯେ ଟୋକିଓ ଅଲିମ୍ପିକ କମିଟିର ସଭାପତି ଥୋମାସ ବକ କହିଥିଲେ ଯେ ଟୋକିଓ ଅଲିମ୍ପିକ୍ସ ଅନୁଷ୍ଟିତ ହେବ ।
ସେବାଷ୍ଟିଆନ କୋ ବିସିଆଇକୁ ଦେଇଥିବା ଏକ ସାକ୍ଷତକାରରେ କହିଛନ୍ତି ଯେ ଟୋକିଓ ଅଲିମ୍ପିକ୍ସ ବିଳମ୍ବ ହୋଇପାରେ । ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଅଲିମ୍ପିକ୍ସ ଅନୁଷ୍ଠିତ ହୋଇପାରିବ କି? ଏହି ପ୍ରଶ୍ନର ଉତ୍ତରରେ ଆଥଲେଟିକ୍ସ ମୁଖ୍ୟ କହିଛନ୍ତି ଯେ ଏହା ସମ୍ଭବ କିନ୍ତୁ ଏବେ ବିଶ୍ୱର ସ୍ଥିତି ଯାହା ଅଛି କିଛି ବି ହେଇପାରେ । ତେଣୁ କହିବା ଅସମ୍ଭବ ।
କରୋନା ଭାଇରସ ଯୋଗୁଁ ୟୁରୋ ତାର ୨୦୨୦ବର୍ଷର ସମସ୍ତ ଖେଳକୁ ସ୍ଥଗିତ ରଖିଥିବା ବେଳେ ଅନେକ କ୍ରୀଡ଼ା ଇଭେଣ୍ଟକୁ ବାତିଲ କରି ସ୍ଥଗିତ ରଖିଛି ।

Related posts

ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମକୁ ଭାଙ୍ଗି ନୂତନ ୧୦୨ ଏକର ବିଶ୍ୱସ୍ତରୀୟ ସ୍ପୋର୍ଟ୍ସ ସିଟି ନିର୍ମାଣ ପାଇଁ ଘୋଷଣା

Odisha Sports Bureau

ମେରିକମ୍‌ଙ୍କୁ ‘ଓଏଲ୍‌ୱାଇ’ ମାନ୍ୟତା ପ୍ରଦାନ

Odisha Sports Bureau

ରଣଜୀ ଟ୍ରଫି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ବେଙ୍ଗଲ ଓ ସୌରାଷ୍ଟ୍ର ମୁହାଁମୁହିଁ