Cricket

ଆସନ୍ତା ୧୫ ତାରିଖରୁ ବି.ସି. ମହାନ୍ତି ସ୍ମାରକୀ ଅନ୍ତଃ ରାଜ୍ୟ ଟି/୨୦ କ୍ରିକେଟ୍‌ ମ୍ୟାଚ୍‌ ହେବ ଆୟୋଜିତ

ଭୁବନେଶ୍ୱର;ବାରବାଟୀ ଷ୍ଟାଡିୟମର ପ୍ରତିଷ୍ଠାତା ଭୈରବ ଚନ୍ଦ୍ର ମହାନ୍ତିଙ୍କ ସ୍ମୃତିରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ) ପକ୍ଷରୁ ଆସନ୍ତା ୧୫ ତାରିଖରୁ ବି.ସି. ମହାନ୍ତି ସ୍ମାରକୀ ଅନ୍ତଃ ରାଜ୍ୟ ଟି/୨୦ କ୍ରିକେଟ୍‌ ମ୍ୟାଚ୍‌ ଆୟୋଜନ କରିବାକୁ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଓସିଏ ସଂପାଦକ ସଂଜୟ ବେହେରା ଘୋଷଣା କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟକୁ ଓସିଏ କ୍ୟାଲେଣ୍ଡରରେ ସ୍ଥାନ ଦିଆଯାଇଛି। ଅର୍ଥାତ ପ୍ରତି ବର୍ଷ ବି.ସି ମହାନ୍ତି ସ୍ମାରକୀ କ୍ରିକେଟ ଆୟୋଜନ କରାଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ଦୁଇଟି ଦଳ ସମେତ ୬ଟି ରାଜ୍ୟର ଦଳ ଅଂଶଗ୍ରହଣ କରିବେ। ଓଡ଼ିଶା ଏ’ ଓ ବି’ ଦୁଇଟି ଦଳ ସହିତ ଆସାମ, ଝାଡ଼ଖଣ୍ଡ, ହିମାଚଳପ୍ରଦେଶ, କେରଳ, ହାଇଦ୍ରାବାଦ ଓ ଛତିଶଗଡ଼ ଦଳ ଅଂଶ ଗୟହଣ କରିବେ। ଏହାର ସମସ୍ତ ମ୍ୟାଚ୍‌ ଟି/୨୦ ଫର୍ମାଟ୍‌ରେ ଖେଳାଯିବ। ପ୍ରଥମେ ଲିଗ୍‌ ମ୍ୟାଚ୍‌ ପରେ ‌ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ ନକ୍‌ ଆଉଟ୍‌ରେ ଖେଳାଯିବ। ଏହି ଟୁର୍ନାମେଣ୍ଟ୍‌ ଆସନ୍ତା ସେପ୍ଟେମ୍ବର ୧୫ ତ‌ାରିଖରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ବାରବାଟୀ ଷ୍ଟାଡିୟମରେ ଦିନକୁ ଦୁଇଟି ମ୍ୟାଚ୍‌ ଅନୁଷ୍ଠିତ ହେବ। ଗୋଟିଏ ଦିନରେ ଓ ଦ୍ବିତୀୟ ମ୍ୟାଚ୍‌ଟି ଫ୍ଲଡ୍‌ ଲାଇଟ୍‌ରେ ଅନୁଷ୍ଠିତ ହେବ। ଏହର ସମସ୍ତ ମ୍ୟାଚ୍‌ ମ୍ୟ‌ାଚ ଫାନକୋଡ ଆପ୍‌ରେ ସିଧା ପ୍ରସ‌ାରଣ କରାଯିବ। ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍‌ ଦଳକୁ ୧୦ଲକ୍ଷ ଟଙ୍କା ଓ ରନର୍ସଅପ୍‌ ଦଳକୁ ୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ପ୍ରତିଦିନର ମ୍ୟାନ୍‌ ଅଫ୍ ଦି ମ୍ୟାଚ୍‌ଙ୍କୁ ୧୦ ହଜାର ଓ ଫ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ।

Related posts

ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆର ଜୋରଦାର ପ୍ରସ୍ତୁତି

Odisha Sports Bureau

୨୨୦ ନ୍ୟୁଜିଲାଣ୍ଡ ପାଇଁ ବିଜୟର ଲକ୍ଷ୍ୟ

Odisha Sports Bureau

ବିଶ୍ୱକପ୍ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖୁସି ଖବର