Cricket

ଆସେସ ଟେଷ୍ଟ ପାଇଁ ଘୋଷଣା ହେଲା ଇଂଲଣ୍ଡ ଦଳ

(ଓଡିଶା ସ୍ପୋର୍ଟ): ଆସେସ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡର ୧୪ ଜଣିଆ ଦଳ ଘୋଷଣା ହୋଇଛି । ପ୍ରଥମ ଦିନରେ ଅଷ୍ଟ୍ରେଲିଆ ସହିତ ପ୍ରଥମ ମ୍ୟାଚ ଖେଳିବ । ପ୍ରଥମ ମ୍ୟାଚରେ ଜୋଫ୍ରା ଆର୍ଚରଙ୍କୁ ଇଂଲଣ୍ଡ ଦଳରେ ସ୍ଥାନ ମିଳିଛି । ଅନ୍ୟପଟେ ଇଂଲଣ୍ଡ ଟେଷ୍ଟ ଦଳରେ ବେନ୍ ଷ୍ଟୋକ୍ସ, ଜସ୍ ବଟଲର ଓ ଜେମ୍ସ ଆଣ୍ଡରସନଙ୍କର ପ୍ରତ୍ୟାବର୍ତ୍ତନ ହୋଇଛି ।

ଷ୍ଟୋକ୍ସ ଓ ବଟଲରଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଆଣ୍ଡରସନ୍ ଆହତ ଥିଲେ । ତେବେ ଆସେସ ସିରିଜରେ ଡେବ୍ୟୁ କରିବାକୁ ଯାଉଛନ୍ତି ଜୋଫ୍ରା ଆର୍ଚର ।

ପ୍ରଥମ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ : ଜୋ ରୁଟ୍ (ଅଧିନାୟକ), ବେନ୍ ଷ୍ଟୋକ୍ସ(ଉପ ଅଧିନାୟକ), ଜସ୍ ବଟଲର, ଜେସନ୍ ରଏ, ମୋଇନ୍ ଅଲୀ, ରୋରୀ ବର୍ନ୍ସ, ଷ୍ଟୁଆର୍ଟ ବ୍ରଡ୍, ଜେମ୍ସ ଆଣ୍ଡରସନ୍, ସାମ୍ କରନ୍, ଓଲୀ ଷ୍ଟୋନ୍, କ୍ରିସ୍ ଓକ୍ସ, ଜୋ ଡେନଲୀ, ଜୋଫ୍ରା ଆର୍ଚର ଏବଂ ଜନି ବେୟାରଷ୍ଟୋ ।

Related posts

ଆଫଗାନିସ୍ତାନ ବିପକ୍ଷ ସେମିଫାଇନାଲରେ ବୈଭବ 68 ରନର ଦ୍ରୁତ ଇନିଂସ ଖେଳିଥିଲେ

Odisha Sports Bureau

ପୁଣି ଥରେ ଶ୍ରୀଧରନ ଭାରତୀୟ ଟିମର ଫିଲ୍ଡି କୋଚ

Odisha Sports Bureau

ସନରାଇଜର୍ସ ହାଇଦ୍ରାବାଦ୍ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ କଡା ଟକ୍କର