Cricket

ଇଡ଼େନ ଗାର୍ଡ଼େନରେ ଦୁଇ ଶକ୍ତିଶାଳୀ ଦଳ

(ଓଡିଶା ସ୍ପୋର୍ଟର୍): ଆଜି ଆଇପିଏଲ ୨୦୧୯ର ୧୨ତମ ସଂସ୍କରଣର ୬ଷ୍ଠ ଦିନ ମ୍ୟାଚରେ କୋଲକାତା ନାଇଟ ରାଇଡ଼ରସ ନିଜ ହୋମଗ୍ରାଉଣ୍ଡରେ ପଞ୍ଜାମ ସହ ମୁକାବିଲା କରିବା ଏହି ମ୍ୟାଚ କୋଲକାତା ଇଡ଼େନ ଗାର୍ଡ଼େନ ଷ୍ଟାଡ଼ିୟମରେ ଖେଳା ଯିବ । ଉଭୟ ଟିମ ନିଜର ପ୍ରଥମ ମ୍ୟାଚରେ ଖୁବ ଭଲ ପ୍ରଦର୍ଶନ କରିଥିଲେ । କୋଲକାତା ନିଜର ପ୍ରଥମ ମ୍ୟାଚ ହାଇଦ୍ରାବାଦ ବିପକ୍ଷରେ ଖେଳି ବିଜୟ ହାସଲ କରିଥିଲା । ଅନ୍ୟପକ୍ଷରେ ପଞ୍ଜାବ ରାଜସ୍ଥାନକୁ ହରାଇଥିଲା ।

ପଞ୍ଜାବ ପାଖରେ ବଟଲର,କେରାହୁଲ ଓ ଗେଲଙ୍କ ଭଳି ଶକ୍ତିଶାଳୀଖେଳାଳି ରହିଥିବାବେଳେ କୋଲକାତା ପାଖରେଶୁଭମନ ଗିଲ,ଉତ୍ଥାପା , ଆଣ୍ଡ୍ରେରସଲ ଆଦି ରହିଛନ୍ତି । ଉଭୟଙ୍କର ଭଲ ପ୍ରଦର୍ଶନ ଗତ ମ୍ୟାଚରେ ଦେଖାଯାଇଥିଲା । ତେବେ ଉଭୟ ଟିମରେ ଭଲ ମୁକାବିଲା ହେବ ବୋଲି ଆଶା କରାଯାଉଛି । ବୋଲିଂ ମାମଲାରେ ସୁନୀଲ ନରେନ ପଞ୍ଜାବ ପାଇଁ ଚ୍ୟାଲେଞ୍ଜ ହେବାକୁ ଥିବାବେଳେ ପଞ୍ଜାବର ବେନ ଷ୍ଟୋକ କୋଲକାତାର ପାଇଁ ଚ୍ୟାଲେଞ୍ଜ ହେବୋ ଏହି ମ୍ୟାଚ ଖୁବ ରୋମାଞ୍ଚକର ହେବ । ମ୍ୟାଚ ସଂନ୍ଧ୍ୟା ୮ ଟାରେ ପ୍ରସାରିତ ହେବ ।

Related posts

ବିସ୍ଫୋରକ ବ୍ୟାଟସମ୍ୟାନ୍ ଟ୍ରାଭିସ୍ ହେଡ୍ କରୋନାରେ ସଂକ୍ରମିତ

Odisha Sports Bureau

ବସ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଗାଙ୍ଗୁଲିଙ୍କ ଝିଅ

Odisha Sports Bureau

ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ

Odisha Sports Bureau