More Sports

କବାଟ ଭାଙ୍ଗି ୨ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍

(ମହାଭାରତ, ଆନନ୍ଦପୁର): କେଉଁଝର ଜିଲ୍ଲା ରାମଚନ୍ଦ୍ରପୂର ଥାନା ଅନ୍ତର୍ଗତ ନରଡା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଏଠାରେ ଜଣକ ଘରେ କେହି ନଥିବା ବେଳେଏ କିଛି ଦୂର୍ବୃତ୍ତ କବାଟ ଭାଙ୍ଗି ଘରେ ପସି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଶନିବାର ରାତିରେ ଗାଁର କଳାକାର ବେହେରା ନିଜ ପରିବାର ଧରି ଯାତ୍ରା ଦେଖିବା ପାଇଁ ବାହାରକୁ ଯାଇଥିଲେ । ଏହାର ସୁଯୋଗ ଉଠାଇ ଦୂର୍ବୃତ୍ତମାନେ ବିଳମ୍ବିତ ରାତିରେ ତାଙ୍କ ଘର ବାରିପଟ କବାଟ ଭାଙ୍ଗି ପସିଥିଲେ । ଏହାପରେ ଆଲମିରା ତାଡି ନଗଦ ୫ ହଜାର ଟଙ୍କା ସହ ବହୁ ସୁନା ଅଳଙ୍କାର ଲୁଟି ନେଇଥିଲେ । ଲୁଟ୍ ହୋଇଥିବା ସୁନା ଅଳଙ୍କାରର ଆନୂମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ପରିବାର ଯାତ୍ରା ଦେଖି ଲୋକେ ଘରକୁ ଫେରିବା ପରେ ଘର ଜିନିଷପତ୍ର ଏଣେ ତେଣେ ପଡିଥିବା ଓ ଆଲମିରାରୁ ଟଙ୍କା ଓ ସୁନା ଗାଏବ ଥିବା ଦେଖିବାକୁ ପାଇଥିଲେ । ଏହାପରେ ରାମଚନ୍ଦ୍ରପୁର ଥାନାରେ ଏତଲା ଦେଇଥିଲେ । ପୋଲିସ ଏହାକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି । ଲୁଟ୍ରେ ସାମିଲ ଦୁର୍ବୃତ୍ତମାନଙ୍କ ପତ୍ତା ମିଳିପାରି ନାହିଁ ।

Related posts

ଅମିତ,ମନିଷଙ୍କୁ ସମ୍ବର୍ଦ୍ଧିତ କଲେ କ୍ରୀଡ଼ା ମନ୍ତ୍ରୀ

Odisha Sports Bureau

ଭାରତର ଷ୍ଟାର ରାଇଡର ସନ୍ତୋଶଙ୍କ ବାଇକ୍ ଦୁର୍ଘଟଣାଗ୍ରସ୍ତ

Odisha Sports Bureau

ଆସନ୍ତା ବର୍ଷ ପାଇଁ ସ୍ଥଗିତ ରଖାଯାଇପାରେ ଟୋକିଓ ଅଲିମ୍ପିକ-୨୦୨୦

Odisha Sports Bureau